ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ର 47 ତମ ପ୍ରତିଷ୍ଠା ଦିବସ ପାଳିତ
ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ର 47 ତମ ପ୍ରତିଷ୍ଠା ଦିବସ ତା 19/08/2024 ରିଖ ଉତ୍ସାହ ର ସହ ସ୍ଥାନୀୟ ପ୍ରଧାନ କାର୍ଯଲୟ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଉନିଟ 3 ଭୁବନେଶ୍ବର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ 130 ଟି ସ୍କୁଲ ବ୍ଯାଗ ବଣ୍ଟନ କରା ଯାଇ ଥିଲା । ଏହି କାର୍ଯକ୍ରମ ଟି ପ୍ରଧାନ ଶିକ୍ଷ୍ୟକ ଏବଂ ଅନ୍ୟାନ ଶିକ୍ଷ୍ୟକ ଏବଂ ଶିକ୍ଷୟତ୍ରୀ ଙ୍କ ସହଯୋଗ ହେତୁ ସଫଳ ହୋଇ ପାରିଥିଲା । ଏହି ଅବସରରେ ପିଲା ମାନଙ୍କୁ ଏସବିଆଇ ଅଧିକାରୀ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋଇ ଉଦ୍ବୋଧନ ଦେବା ସହ ଆଗକୁ ଉର୍ନତି କରିବା ପାଇଁ ପ୍ରେରଣା ଦେଇଥିଲେ । ଏହାପରେ ସଂଘ ର କର୍ମକର୍ତା ମାନେ ସ୍ଥାନିୟ ଆଶ୍ରୟ ଜରାଶ୍ରମ ସେବା କେନ୍ଦ୍ର ର 70 ଜଣ ଅନ୍ତେବାସୀ ଙ୍କୁ ଖାଦ୍ଯ ବଣ୍ଟନ କରିଥିଲେ । ଏହି କାର୍ଯକ୍ରମ ରେ ବ୍ଯାଙ୍କ ର ଅଧିକାରୀ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋଇ, ସଭାପତି ଶ୍ରୀ ଅମିତାଭ ଦାସ ଏବଂ ଅନ୍ୟାନ କର୍ମକତା ଉପସ୍ଥିତ ଥିଲେ ।
