ବ୍ରହ୍ମପୁରରେ ଷ୍ଟେଟ ବ୍ୟାଙ୍କର କୋର୍ପୋରେଟ ଦାୟିତ୍ଵ ନିର୍ବାହ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌‌) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ତା 04/08/2024 ଦିନ ଗୋପାଳପୁର (ଗଞ୍ଜାମ) ସ୍ଥିତ  ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହ ପରିଦର୍ଶନ କରିଥିଲେ। ଷ୍ଟେଟ ବ୍ୟାଙ୍କ କୋର୍ପୋରେଟ ସାମାଜିକ ଦାୟିତ୍ଵପାଳନ ଅନୁକ୍ରମରେ , ଅନ୍ତେବାସୀଙ୍କ ପାଇଁ କମ୍ପୁଟର ,ୟୁପିଏସ୍, ପ୍ରୋଜେକ୍ଟର ସେଟ୍, ଇନଭର୍ଟର,ବ୍ୟାଟେରୀ ଏବଂ ପୋଷାକ ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଗୃହର କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ରଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଏସ୍ ସରଙ୍ଗି ଯୋଗ ଦେଇଥିଲେ। ଷ୍ଟେଟ ବ୍ଯାଙ୍କ ତରଫରୁ ମହାପ୍ରବନ୍ଧକ ଶ୍ରୀ ପୋନ୍ନାବାଲାମ ଏମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ମହାପ୍ରବନ୍ଧକ ଶ୍ରୀ କୌଶଲ କିଶୋର ସିଂ ଏବଂ ଉପ-ମହାପ୍ରବନ୍ଧକ ଶ୍ରୀ ସନ୍ଦୀପ କୁମାର ଚୌବେ ବ୍ରହ୍ମପୁରର ଅମ୍ବାପୁଆ ଠାରେ ଥିବା Red Cross School for the Blind ଅନୁଷ୍ଠାନପରିଦର୍ଶନ କରିଥିଲେ। ଦିବ୍ୟାଙ୍ଗ ଛାତ୍ରମାନଙ୍କ ପାଇଁ ଜଳ ବିଶୋଧକ , ଫ୍ରିଜର, ଇନଭର୍ଟର ଏବଂ ଡାଇନିଂ ସିଟର ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା | ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପି ପଦ୍ମା ବିଦ୍ୟାଳୟର ଛାତ୍ରମାନଙ୍କୁ ସେମାନଙ୍କର ଆବଶ୍ୟକତା ସମୟରେ ଷ୍ଟେଟ ବ୍ୟାଙ୍କ ସାହାଯ୍ୟ କରିଥିବାରୁ ସାଧୁବାଦ ଅର୍ପଣ କରିଛନ୍ତି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *