ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅବସର କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅବସର ଗ୍ରହଣ କରିଥିବା ଅଫିସର ଓ କର୍ମଚାରୀ ମାନଙ୍କ ଆସୋସିଏସନ୍‌ର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ଦାଶଙ୍କ ପୌରହିତ୍ୟରେ କର୍ମଚାରୀମାନଙ୍କର ବିଭିନ୍ନ ଦାବି ହାସଲ ପାଇଁ ଏହାର ଗଣ୍ଡମୁଣ୍ଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ୩୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ଦେଇଥିଲେ । ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲି ନୀତି ପାଇଁ କର୍ମଚାରୀମାନେ ତାଙ୍କର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହୋଇଆସୁଛନ୍ତି । ଏହି ସଭାରେ ଅଲ୍ ଇଣ୍ଡିଆ ଇକୋବ୍ୟାଙ୍କ ଏମ୍ପ୍ଲଇଜ୍ ୟୁନିୟନ୍ ତଥା ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ୍ ଓଡ଼ିଶା ୟୁନିଟ୍‌ର ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାୟ ଉପସ୍ଥିତ ରହି କର୍ମଚାରୀଙ୍କର ବିଭିନ୍ନ ନାର୍ଯ୍ୟ ଦାବି ଓ ଭାରତୀୟ ବ୍ୟାଙ୍କ ଶିଳ୍ପର ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ଏହି ଧାରଣାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱରୂପ କୁମାର ବାସା, ସହସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଗଡ଼ାବଡ଼ୁ, ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସ, ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ, ଶ୍ରୀଯୁକ୍ତ ଅନୁପ କୁମାର ଦାସ,ନରେନ୍ଦ୍ର କୁମାର ସାମଲ ଓ ଅଚ୍ୟୁତାନନ୍ଦ ନାୟକ ଇତ୍ୟାଦି ସଂଘର ବିଭିନ୍ନ ୧୭ଟି ଦାବି ବିଷୟରେ ଆଲୋକପାତ କରିଥିଲେ । ଏହି ଦାବିମାନଙ୍କ ମଧ୍ୟରେ ମୁଖ୍ୟ ଦାବି ଯଥା- କର୍ମଚାରୀମାନଙ୍କର କମ୍ପ୍ୟୁଟର ଓ ଷ୍ଟାଗନେଟ୍ ଇନ୍‌କ୍ରିମେଣ୍ଟ ଓ ଭବିଷ୍ୟନିଧି ଜମା ପାଣ୍ଠିର ନିର୍ଭୁଲ୍ ଭାବେ ଶୀଘ୍ର ଦେବାକୁ ଓ ଅବସର କର୍ମଚାରୀମାନଙ୍କର ଗ୍ରିଭାନସ୍ ସେଲ୍ ଖୋଲିବା, ପରିଚୟ ପତ୍ର ଦେବା ଓ ମେଡିକାଲ୍ ସୁବିଧା ଦେବାକୁ ଦାବି କରାଯାଇଥିଲା । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଯୁଗାନନ୍ଦ ପଟ୍ଟନାୟକ, ଶ୍ରୀ ନବୀନ କିଶୋର ମହାନ୍ତି, ଶ୍ରୀ ଦେବଦାସ ମହାନ୍ତି, ଶ୍ରୀ ବେଣୁଧର ପରିଡ଼ା, ଶ୍ରୀ ଅକ୍ଷୟ କୁମାର ସାହୁ ଆଦି କର୍ମକର୍ତ୍ତା ଉପସ୍ଥିତ ରହି ସଭା ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed