ଗଣତନ୍ତ୍ର ର ମହାପର୍ବ ରେ ସାମିଲ ହେଲେ ନୟାଗଡ କଲେକଟର ଓ ନୟାଗଡ ଏସ ପି

ଭାପୁର : ଗଣତନ୍ତ୍ର ର ମହାପର୍ବ ରେ ସାମିଲ ହେଲେ ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଓ ନୟାଗଡ ର ଏସ ପି ଶ୍ରୀ ରାହୁଲ ଜୈନ l ଆଜି ନୟାଗଡ ର 85 ନଂ ବୁଥ ରେ ପହଁଚି ଜିଲ୍ଲାପlଳ ଓ ଏସପି ନିଜର ମୂଲ୍ୟବାନ ମତଦାନ ଦେଇଥିବା ଜଣାପଡିଛି l ଉଭୟ ନୟାଗଡ କଲେକଟର ଓ ଏସ ପି ନିର୍ବାଚନ ଦାଇତ୍ୱ ନେଇଥିବା ବେଳେ ନିଜର ମୂଲ୍ୟବାନ ମତଦାନ ମଧ୍ୟ ରଖିଛନ୍ତି l ଏସପି ରାହୁଲ ଜୈନ ନିଜ ପତ୍ନୀ ଓ କୁନି ଝିଅକୁ ନେଇ ମତଦାନ କେନ୍ଦ୍ର ରେ ପହଁଛି ନିଜର ମତଦାନ ରଖିଥିବାବେଳେ ସେଲ୍ଫି ମଧ୍ୟ ନେଇଥିଲେ l ଜିଲ୍ଲାପାଳ ସ୍ଵଧା ଦେବ ସିଂ ନିଜ ପ୍ରତିକ୍ରିୟା ରେ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ଭାବେ ସମ୍ପୂର୍ଣ ହବ ସେ ନେଇ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ଆଜି ନିଜେ ଭୋଟ ଦେଇ ତାଙ୍କୁ ବହୁତ ଖୁସି ଅନୁଭବ ହଉଚି ବୋଲି ସେ କହିଥିଲେ l ଜଣେ ଦାୟିତ୍ୱ ଵାନ ନାଗରିକ ଭାବେ ଦାୟିତ୍ୱ ଵାନ ସମାଜ ରେ ଘର ବାହାରକୁ ଆସି ନିଜର ମତଦାନ ରଖିବା କଥା ସମୟ ପଡିଲେ ଯଦି ଜନତା ମତଦlନ ରେ ବିଳମ୍ବ ହୁଏ ତଥାପି ସେମାନେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଥିଲେ l ଏସପି ଶ୍ରୀ ରାହୁଲ ଜୈନ ସମସ୍ତ ଜନ ସାଧାରଣ କିଭଳି ଏତେ ଖରାରେ ନିଜର ମତଦାନ ଦେବା ପାଇଁ ଆସିଥିଲେ ଓ ଉଶ୍ଚlହିତ ଥିଲେ ସେ ନେଇ ପ୍ରସଂଶା ମଧ୍ୟ କରିଥିଲେ l ନୟାଗଡ ର ସମସ୍ତ 730 ଗୋଟି ବୁଥ ରେ କଡା ସୁରକ୍ଷା ବ୍ୟବସ୍ଥା କରଯାଇଥିବାବେଳ କୌଣସି ବୁଥ ବି ଅପ୍ରତିକର ପରିସ୍ଥିତି ହୋଇନଥିବା ଜନlପଡ଼ିଥିବା ବେଳେ ସଂତିଶୃଙ୍ଖଳl ଭାବରେ ମତଦାନ ହୋଇଥିବା ଜଣାପଡିଥିଲା ବୋଲି ଏସପି ଶ୍ରୀ ଜୈନ ମତ ରଖିଥିଲେ l ସମସ୍ତ ଭୋଟର ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସମସ୍ତେ ଭୋଟ ଦେବା ପାଇଁ ଆସିବା କଥା ଓ ଆଜି ସେ ଭୋଟ ଦେଇ ବହୁତ ଖୁସି ଅଛନ୍ତି ବୋଲି ନିଯେ ପ୍ରତିକ୍ରିୟା ରଖିଥିଲେ l

Leave a Reply

Your email address will not be published. Required fields are marked *