ବେଦାନ୍ତ ଆଲୁମିନିୟମ ଅଟୋ ଉଦ୍ୟୋଗ ପାଇଁ ଆଲୁମିନିୟମର ବ୍ୟାପକ ସ୍ତରର ପ୍ରଦର୍ଶନ ଲାଗି ‘ଅଟୋଏଜ୍ କନକ୍ଲେଭ’ର ଆୟୋଜନ କରିଛି

VA - Media accompanying pics - 1
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍) : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଅଟୋ ଦିବସ ଉପଲକ୍ଷେ ଅଟୋ ଏଜ ୨୦୨୪ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ନେତୃତ୍ୱାଧିନ ଅଧିବେଶନ ପ୍ରଦର୍ଶିତ ହୋଇଥିଲା ଓ ଅତ୍ୟାବଶ୍ୟକ ଉପାଦାନ ନିର୍ମାତାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଆଲୁମିନିୟମ ହେଉଛି ଏକ ହାଲୁକା ଧାତୁ ଯାହା ଗୁଣବତା ସହ ଅଧିକ ଶକ୍ତି-ଓଜନ ଅନୁପାତ, ଉତ୍କୃଷ୍ଟ ବୈଦ୍ୟୁତିକ କଣ୍ଡକ୍ଟିଭ, ଉନ୍ନତ କ୍ଷୟ ପ୍ରତିରୋଧ ଓ ଅସୀମ ପୁନଃବ୍ୟବହାର ଯୋଗ୍ୟ ପଦାର୍ଥ । ଦ୍ରୁତ ଅଭିବୃଦ୍ଧିଶୀଳ ଅଟୋ ଉଦ୍ୟୋଗ ଲାଗି ଏହାର ଆବଶ୍ୟକତା ରହିଛି । ଆର୍ଥିକ ବର୍ଷ ୩୧ ସୁଦ୍ଧା ଭାରତର ଜିଡିପିର ପ୍ରାୟ ୩୧% ଯୋଗଦାନ କରିବା ବୋଲି ଆଶା କରାଯାଏ ।
ଏହି କାର୍ଯ୍ୟକ୍ରମ ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି ଯେ ଆମେ ଅଟୋମୋବାଇଲ ଉଦ୍ୟୋଗରେ ଗ୍ରାହକଙ୍କୁ ସୁବିଧାଗୁଡ଼ିକର ଅପୂର୍ବ ମିଶ୍ରଣ ପ୍ରଦାନ କରୁ ଓ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ସହ କଷ୍ଟୋମାଇଜଡ, ବ୍ୟବସାୟ କରିବାର ସହଜତା ଓ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ତଥା ସ୍ଥାୟୀ ବ୍ୟବସାୟ ଲାଗି ଅଦ୍ୟମ ପ୍ରତିବଦ୍ଧତା ପ୍ରଦାନ କରିଥାଉ । ଯେଉଁ କାରଣରୁ ଆମେ ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ ପାଇଁ ସର୍ବଦା ଆଗରେ ରହିଛୁ ।
ଶ୍ରୀ ଭି.ପି. ସିଂ ବିଜନେସ ହେଡ, ୟୁନୋ ମିଣ୍ଡା ବେଦାନ୍ତର ଅଟୋମୋବାଇଲ କ୍ଷେତ୍ରର ବିକାଶ ପାଇଁ କିପରି ପ୍ରସ୍ତୁତ ରହିଛି ସେ ବିଷୟରେ କହିଥିଲେ । ଆମେ ସମୃଦ୍ଧ ଜ୍ଞାନ କୌଶଳ ସହିତ ସମାଧାନର ମାର୍ଗ ପ୍ରସ୍ତୁତ କରୁ । ଆମର ସହଯୋଗୀ ପ୍ରୟାସ ସବୁବେଳେ ଉନ୍ନତ ସମାଧାନର ଫଳ ପ୍ରଦାନ କରିଥାଏ ଓ ବର୍ଦ୍ଧିତ ଉଦ୍ଭାବନ ବ୍ୟବସାୟର ଅଭିବୃଦ୍ଧି ଲାଗି ବେଦାନ୍ତ ଆଲୁମିନିୟମ ସହିତ ଆମର ସହଭାଗିତା ଜାରୀ ରଖିବାକୁ ଆମେ ଆଶା କରୁ ।
ଅଟୋ ଉଦ୍ୟୋଗ ଉପଯୋଗୀ ଅନେକ ସାମଗ୍ରୀ ବେଦାନ୍ତ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଓ ସେବୁ ଗୁଡ଼ିକ ଉଚ୍ଚମାନର । ଏଥିମଧ୍ୟରୁ ସିଲିଣ୍ଡର ହେଡ ଓ ଆଲୋଏ ଚକ ବିକାଶ ଲାଗି ସ୍ୱତନ୍ତ୍ର ପ୍ରାଥମିକତା ଦିଆଯାଉଛି । ଏହା ବ୍ୟତୀତ ଇନଗଟ, ଗଢାଯାଇଥିବା ଉତ୍ପାଦ ଓ ତାର ରଡ଼ ମଧ୍ୟ କମ୍ପାନି ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେଗୁଡ଼ିକ ଅନ୍ୟମାନଙ୍କ ମଧ୍ୟରେ ଆମେରିକା, ସ୍ପେନ ଓ ଇଟାଲୀରୁ ଆହରଣ କରାଯାଇଥିବା ବିଶ୍ୱସ୍ତରୀୟ ପ୍ରଯୁକ୍ତିରେ ପ୍ରସ୍ତୁତ ହୁଏ ଓ ୬୦ରୁ ଅଧିକ ଦେଶକୁ ବ୍ୟବହାର ଲାଗି ଯୋଗାଇଦିଆଯାଏ ।
ବେଦାନ୍ତ ଆଲୁମିନିୟମ କ୍ରମାଗତ ଭାବରେ ଉତ୍ପାଦର ନବସୃଜନ ଲାଗି ପ୍ରୟାସ କରିଆସୁଛି । ଏହା ଗ୍ର୍ରାହକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଥାଏ । ଝାରସୁଗୁଡ଼ାରେ କମ୍ପାନିର ଆଗାମୀ ଆଲୁମିନିୟମ ପାର୍କରେ ଡାଉନଷ୍ଟ୍ରିମ କମ୍ପାନିଗୁଡ଼ିକ ବେଦାନ୍ତର ମେଗା ଆଲୁମିନିୟମ ସ୍ମେଲଟରରୁ ଅଣାଯାଇଥିବା ତରଳାଯାଇଥିବା ଧାତୁର ବ୍ୟବହାର କରିପାରିବେ ।
କମ୍ପାନି ଏସଆଣ୍ଡପି ଗ୍ଲୋବାଲ କର୍ପେରେଟ ସଷ୍ଟେନବିଲିଟି ଆସେସମେଂଟ ୨୦୨୩ ଅନୁଯାୟୀ ବିଶ୍ୱର ସବୁଠାରୁ ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ଭାବରେ ମାନ୍ୟତା ଅର୍ଜନ କରିଛି । ଏହାର କାର୍ଯ୍ୟ ଛତିଶଗଡ଼ର କୋରବା ଠାରେ, ଝାରସଗୁଡ଼ାର ଭାରତର ଆଇକନ ଆଲୁମିନିୟମ ଉତ୍ପାଦକ ଓ ବାଲକୋରେ ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟରକୁ ନେଇ କାର୍ଯ୍ୟରତ ରହିଛି । ଏହାର କଠୋର ମାନଦଣ୍ଡ ଅନୁସାରେ ଆଲୁମିନିୟମ ଷ୍ଟିୱାର୍ଡଶିପ ଇନିସିଏଟିଭ ସହିତ ଉଚ୍ଚମାନର ଆଲୁମିନିୟମ ଉତ୍ପାଦଗୁଡ଼ିକର କମ୍ପାନିର ବ୍ୟାପକ ପରିସର ପରିବେଶ ଉତ୍ପାଦ ଘୋଷଣାନାମା ଅନୁସାରେ ଉତ୍ପାଦିତ ।
ବେଦାନ୍ତ ଆଲୁମିନିୟମ ଭାରତର ପ୍ରଥମ ତରଳାଇବା କାର୍ଯ୍ୟ ଲାଗି ଆଇଏଟିଏଫ ୧୬୯୪୯: ୨୦୧୬ ପ୍ରମାଣପତ୍ର ପାଇଛି । ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ ଦ୍ୱାରା ବିଏସ ମାନକ ଲାଭ କରିଛି । ଏହାର ରୋସ୍ତାରା କମ କାର୍ବନଯୁକ୍ତ ଗ୍ରୀନ ଆଲୁମିନିୟମ ପ୍ରସ୍ତୁତ କରିବାରେ ମଧ୍ୟ ପ୍ରଥମ ଅଟେ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
୰୰