ଭୁବନେଶ୍ୱର ଟ୍ୟାକ୍ସ ବାର ଆସୋସିଏସନ୍ ଆନୁକୂଲ୍ୟରେ ଜାତୀୟ ଟ୍ୟାକ୍ସ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର : ପ୍ରବାହ ନ୍ୟୁଜ୍ : ଅଲ ଇଣ୍ଡିଆ ଫେଡେରେସନ୍ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସର ସହଭାଗିତା ଏବଂ ଭୁବନେଶ୍ୱର ଟ୍ୟାକ୍ସ ବାର୍ ଆସୋସିଏସନ ଦ୍ୱାରା ଆୟୋଜିତ ଏକଦିବସୀୟ ଟ୍ୟାକ୍ସ କନ୍ଫରେନ୍ସ ଭୁବନେଶ୍ୱର ଶହୀଦନଗରସ୍ଥିତ ହୋଟେଲ୍ ଏମ୍ପୟାର୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଡ. ବି.ଆର. ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଇନ୍କମ୍ ଟ୍ୟାକ୍ସ ପ୍ରିନ୍ସିପାଲ୍ କମିଶନର ସରୋଜ କୁମାର ମହାପାତ୍ର, ଏ.ଆଇ.ଏଫ୍.ଟ.ପି. ନ୍ୟାସ୍ନାଲ୍ ପ୍ରେସିଡେଣ୍ଟ ନାରାୟଣ ପ୍ରସାଦ ଜେନ୍, ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ୍ର ପୂର୍ବତନ ଚେୟାରମ୍ୟାନ ମାନସ ରଂଜନ ମହାପାତ୍ର ଯୋଗଦେଇଥିଲେ । ଏହି କନ୍ଫରେନ୍ସ ଏ.ଆଇ.ଏଫ୍.ଟି.ପି. ଇଷ୍ଟର୍ଣ୍ଣ ଜୋନ୍ ଅଧ୍ୟକ୍ଷ ବିବେକାନନ୍ଦ ମହାନ୍ତି ଓ ଭୁବନେଶ୍ୱର ଟ୍ୟାକ୍ସ ବାର୍ ସଭାପତି ରମେଶ ଧଳଙ୍କୁ ପ୍ରତ୍ୟେକ୍ଷ ତତ୍ତ୍ୱାବଧନାରେ ପରିଚାଳିତ ହୋଇଥିଲା । ରାଜ୍ୟ ତଥା ବାହାରୁ ଅନେକ ଟ୍ୟାକ୍ସ ପରାମର୍ଶଦାତା ଏଥିରେ ଯୋଗଦେଇ ଜି.ଏସ୍.ଟି. ଓ ଆଇକର ଆଇନ୍ର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ସହିତ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟର ସଫଳ ରୂପାୟନ ପାଇଁ ତୁଷାର ସାହୁ, ଗୋପାଳ ରାଉତ, ସରୋଜ ସାହୁ, ନିଳାଦ୍ରୀ ସାହୁ, ଦେବାଶିଷ ମିଶ୍ର, ତ୍ରୈଲୋକ୍ୟ ଶତପଥି, ସୁଶୀଲ୍ ସାମନ୍ତରାୟଙ୍କୁ ଧନ୍ୟବାଦ ଦେଇଥିଲେ କନ୍ପରେନ୍ସର ସେକ୍ରେଟାରୀ ପ୍ରଦେଶେ ପଟ୍ଟନାୟକ । କନ୍ଫରେନ୍ସର ସଫଳତା ପାଇଁ ଏଥିରେ ଯୋଗ ଦେଇଥିବା ପ୍ରତ୍ୟେକ ଟ୍ୟାକ୍ସ ପରାମର୍ଶଦାତାଙ୍କୁ ପ୍ରଶାନ୍ତ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ ।