ବେଦାନ୍ତ ଲାଞ୍ଜିଗଡ଼ ବାଣିଜ୍ୟିକ ଯାନ ପାଇଁ ସବୁଜ ଇନ୍ଧନ ବିକଳ୍ପ ଭାବେ ବାୟୋ ଡିଜେଲକୁ ସଫଳତା ପୂର୍ବକ ପରୀକ୍ଷା କରିଛି

ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୯ ଫେବୃଆରୀ ୨୦୨୪ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବାୟୋଡିଜେଲ ପ୍ରୟୋଗ ଅନୁସନ୍ଧାନ ଆରମ୍ଭ କରିଛି । କଂପାନି ଏହାର ବ୍ୟବସାୟିକ ଯାନ ଗୁଡ଼ିକର ସବୁଜ ଇନ୍ଧନ ଭାବରେ ବାୟୋ ଡିଜେଲକୁ ଉପଯୋଗ କରିବ ୨୦୫୦ ସୁଦ୍ଧା ବା ଶୀଘ୍ର ନେଟ ଶୂନ୍ୟ କାର୍ବନ ହାସଲ କରିବାରେ କଂପାନିର ଏହି ଯାତ୍ରା ଏକ ରଣନୀତିକ ପଦକ୍ଷେପ । ଛତିଶଗଡ଼ର ବାଲକୋ ଠାରେ ମଧ୍ୟ କଂପାନି ପକ୍ଷରୁ ଏହିପରି ପଦକ୍ଷେପ ଏକ ଗ୍ରହଣ କରାଯାଉଛି ।

ବାୟୋ ଡିଜେଲ ହେଉଛି ବାୟୋମାସରୁ ଉତ୍ପନ୍ନ ଏକ ସବୁଜ ଇନ୍ଧନର ରୂପ ଓ ପେଟ୍ରୋଲିୟମ ଉତ୍ପାଦିତ ଡିଜେଲ ପାଇଁ ଏକ ନବୀକରଣ ଯୋଗ୍ୟ ବିକଳ୍ପ ଯାହା ଜଳିଲେ କମ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଯାନ ବାହନର କାର‌୍ୟ୍ୟଦକ୍ଷତା ବୃଦ୍ଧି ପାଏ ଓ ଇନ୍ଧନ ଖର୍ଚ୍ଚ ହ୍ରାସ ପାଏ । କଂପାନି ଓଡ଼ିଶାର ଲାଞ୍ଜିଗଡ଼଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ୩ଟନ ଓ ୫ଟନ ବୈଦ୍ୟୁତିକ ଫର୍କଲିଫ୍ଟ ମଧ୍ୟ ଯୋଗାଇ ଦେଉଛି ଓ ଓଡ଼ିଶା ତଥା ଛତିଶଗଡ଼ର ଏହାର କାର‌୍ୟ୍ୟରେ ୪୪ଟି ବିଦ୍ୟୁତ ଲିଥିୟମ ଆୟନ ଫର୍କଲିଫ୍ଟକୁ କାର‌୍ୟ୍ୟକାରୀ କରୁଛି । ବେଦାନ୍ତ ଆଲୁମିନିୟମ ୨୦୩୦ ସୁଦ୍ଧା ଏହାର ୧୦୦% ହାଲୁକା ମୋଟର ଯାନ ଓ ୨୦୩୫ ସୁଦ୍ଧା ଏହାର ଖଣି ଫ୍ଲିଟ ପାଇଁ ୭୫% ଡିକାର୍ବନାଇଜେସନ କରିବାକୁ ପ୍ରତିଶ୍ରୁତି ଦେଇଛି ।

ବେଦାନ୍ତ ଲାଞ୍ଜିଗଡ଼଼ର କ୍ଲାଇମେଟ ଆକ୍ସନ ପ୍ରୟାସ ବିଷୟରେ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର‌୍ୟ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ- ବେଦାନ୍ତରେ ଆମେ ଜଳବାୟୁ କାର‌୍ୟ୍ୟ ଉପରେ ଏକ ଦ୍ୱିପାକ୍ଷିକ ଅବଲମ୍ବନ ପନ୍ଥା ଗ୍ରହଣ କରିଛୁ ଯେଉଁଥିରେ ଆମର କାର୍ବନ ପଦ ଚିହ୍ନ ହ୍ରାସ ହେବ ଓ ନିର୍ଗମନ ବନ୍ଦ ହୋଇପାରିବ । ସବୁଜ ଇନ୍ଧନକୁ ସ୍ଥାନାନ୍ତରଣ ହେଉଛି ଆମର ଏହି ପ୍ରୟାସ । ବ୍ୟବହାର କରାଯାଉଥିବା ଡିଜେଲର ଅନୁପାତକୁ କମ କରି ବେଦାନ୍ତ ଲାଞ୍ଜିଗଡ଼଼ ଏହାର ପ୍ରତ୍ୟେକ କାର‌୍ୟ୍ୟକୁ ଡିକାର୍ବନାଇଜେସନ ପାଇଁ ଉନ୍ନତ ପ୍ରଯୁକ୍ତି ସହାୟତା ନେଉଛି ।

ସଂପ୍ରତି ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ପାଇଁ ଓଡ଼ିଶା ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି । ଏହାର ଜଳବାୟୁ କାର‌୍ୟ୍ୟ ପଦକ୍ଷେପ ପାଇଁ ବେଦାନ୍ତ ଲାଞ୍ଜିଗଡ଼଼କୁ ବିଭିନ୍ନ ଫ୍ଲାଟଫର୍ମରୁ ସ୍ୱୀକୃତି ଦିଆଯାଇଛି । ଯେପରିକି-

ଚା କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି, ଚଣ୍ଡିଗଡ଼ ସର୍କଲ ଅନ୍ତର୍ଗତ ସର୍ବୋତମ ଶକ୍ତି ଦକ୍ଷତା ପାରମାମିଟର୍ସ ଉପରେ ଗଭୀର ବିଶ୍ଳେଷଣ ମାଧ୍ୟମରେ ଶକ୍ତି ପରିସର ବୃଦ୍ଧି କରିପାରିଛି ।
ଚା ଏହା ବ୍ୟତୀତ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ହାଇଦ୍ରାବାଦ ସର୍କଲରେ ସର୍ବୋତମ ଶକ୍ତି ପ୍ରଦର୍ଶନରେ ଉତ୍କର୍ଷତା ହାସଲ କରିଛି । ଏହା ଭାରତ ସରକାରଙ୍କ ଶକ୍ତି ଦକ୍ଷତା ବ୍ୟୁରୋ ସର୍ବୋତମ ଶକ୍ତି ଉପଯୋଗକାରୀ ଭାବେ ସମ୍ମାନିତ ହୋଇଛି ।
ଚା ସର୍ବୋତମ ଶକ୍ତି ଦକ୍ଷତା ପ୍ରଦର୍ଶନ ପ୍ରାପ୍ତ ବାଣିଜ୍ୟ (ପାଟ୍) – ଭାରତ ସରକାରଙ୍କ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଅଧୀନରେ ଶକ୍ତି-ଅଧିକ ଶିଳ୍ପ ମଧ୍ୟରେ ସର୍ବୋତମ ଶକ୍ତି ହ୍ରାସ ଅଭ୍ୟାସ ପାଇଁ ସ୍ୱୀକୃତି ପ୍ରାପ୍ତ କରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନିବିଲିଟି ଆସେସମେଂଟ ୨୦୨୩ରେ ପ୍ରତମ ର‌୍ୟାଙ୍କ ଧାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର‌୍ୟ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *