ପୁଞ୍ଜି ବିନିଯୋଗ ନେଇ ଆଲୋଚନା

0
mital

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଓଡିଶାରେ ପୁଞ୍ଜି ବିନିଯୋଗ ନେଇ ଅ ।ର୍ସେଲର ମିତ୍ତଳ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଅ ।ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅ ।ଲୋଚନା କରିଥିଲେ ।
ଓଡିଶା ସରକାର ଯେଭଳି ଦକ୍ଷତାର ସହ କରୋନା ମୁକାବିଲା ପରିଚାଳନା କରୁଚନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଶିଳ୍ପ ଜଗତକୁ ସହଯାଗ ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ଉଦ୍ୟମ ପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ ।
ଏ ପରିପ୍ରେକ୍ଷୀର ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମରେ ନିଅ ।ଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍ ଯେପରି ସ୍‌୍ୱଚ୍ଛତାର ସହ ସମ୍ପାଦିତ ହେଲା ତାହା ବିଶ୍ୱ ସ୍ତରରରେ ନୂଅ । ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ଶ୍ରୀ ମିତ୍ତଲ କହିଥିଲେ ।
ଅ ।ର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଗତ ଡିସେମ୍ବର ମାସରୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୫୦ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ମିଲିୟନ ଅ ।ମେରିକୀୟ ଡଲାରର ବିଦେଶୀ ପୁଞ୍ଜି ବିନିଯୋଗ ହୋଇପାରିଛି ଯାହାକି ଦେଶରେ ଅନ୍ୟତମ ବୃହତ୍ତମ ବିଦେଶୀ ପୁଞ୍ଜି ବିନିଯୋଗ ଅଟେ ।
ଅ ।ର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ପାରାଦୀପ୍ ଠାରେ ପେଲେଟ ପ୍ଲାଣ୍ଟ, କେନ୍ଦୁଝରର ଡାବୁନିରେ ବେନିଫିକେସନ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି ।
ଓଡିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡିଶାରେ ହିଁ ମୂଲ୍ୟଯୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଅ ।ର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦୀପ୍ର ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୬ନିୟୁତ ଟନ୍ରୁ ୧୨ ନିୟତ ଟନ୍‌କୁ ବୃଦ୍ଧି କରିବାପାଇଁ ସ୍ଥିର ହୋଇଥିବାବେଳେ ଡାବୁନାର ବେନିଫିକେସନ ପ୍ଲାଣ୍ଟର କ୍ଷମତା ବାର୍ଷିକ ୫ ନିୟୁତ ଟନ୍ରୁ ୧୬ନିୟୁତ ଟନ୍‌କୁ ସମ୍ପ୍ରସାରିତ ହେବ । ଏହିସବୁ ପ୍ରକଳ୍ପ ବାବଦରେ ପ୍ରଥମ ପର୍ଯ୍ୟାୟରେ ଅ ।ର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ ।

Leave a Reply

Your email address will not be published. Required fields are marked *