ଦୁର୍ଦ୍ଦିନରେ ସାମ୍ବାଦିକ ମାସିକ ପ୍ରୋତ୍ସାହନ ଦେବାକୁ ବିଭିନ୍ନସ୍ତରରେ ଦାବି

0

ନୟାଗଡ଼଼/ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌): ସଙ୍କଟରେ ଗଣମାଧ୍ୟମ ସଂସ୍ଥା । ସାରା ବିଶ୍ୱରେ ଆତଙ୍କ ରଚିଥିବା ମହାମାରୀ ‘କରୋନା’ ଭାଇରସ୍‌କୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ । ପ୍ରତିଦିନ ଏହି ରୋଗ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଆକ୍ରାନ୍ତ କରିବା ସହିତ ଲକ୍ଷାଧିକ ଲୋକ ଏହି ମହାମାରୀ ‘କରୋନା’ ରୋଗରେ ପ୍ରପୀଡିତ ହୋଇ ପ୍ରାଣ ହରାଇବାରେ ଲାଗିଛନ୍ତି । ସେଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ‘କରୋନା’ ଭାଇରସ୍‌କୁ ସାମ୍ନାକରିବାକୁ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ପୋଲିସ୍ ପ୍ରଶାସନକୁ ଏକଜୁଟ କରାଇ ଏହି ମହାସଘଂର୍ଷ ସମୟରେ ସମସ୍ତଙ୍କ ପାଖରେ ଖବର ଓ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଯାଇ ଚତୁର୍ଥସ୍ତମ୍ଭ ତଥା ଗଣମାଧ୍ୟମକୁ ଏହି ମହାଯୁ୍‌ଦ୍ଧରେ ସାମିଲ କରିଛନ୍ତି । ତେଣୁ ଗଣମାଧ୍ୟମ ସଂସ୍ଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୈନଦିନ ପରାମର୍ଶ କ୍ରମେ ଦେଶର ୧୩୦କୋଟି ଓ ଓଡ଼ିଶା ରାଜ୍ୟର ସାଢେ ୪କୋଟି ଲୋକଙ୍କ ପାଖରେ ସଚେତନତ ବାର୍ତ୍ତା ପହଞ୍ଚାବାରେ ସହାୟକ ହୋଇଛି ।
ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ଗଣମାଧ୍ୟମର ପ୍ରତିନିଧିମାନେ ଦିନରାତି ସରକାରଙ୍କ ଖବର ଲୋକଙ୍କ ପାଖରେ ଏବଂ ଲୋକମାନଙ୍କର ଖବର ସରକାରଙ୍କ ପାଖରେ ମହାମାରୀ କରୋନା ‘କୋଭିଡ-୧୯’ ଭାଇରସ୍‌ର ପ୍ରତି ସଚେତନ ରହିବା ପାଇଁ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି । ସେଥିପାଇଁ ୧୩୦କୋଟି ଲୋକଙ୍କୁ ସଂଗରୋଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଲକ୍‌ଡାଉନ୍ କରିବାର ଘୋଷଣା କରିଛନ୍ତି ।
ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । କିଛି ମାଲିକ ସିଧା ସଳଖ ୫୦ ଭାଗରୁ ଅଧିକ କର୍ମଚାରୀଙ୍କୁ ଚାକ୍‌ିରିରୁ ବାହାର କରିଦେଇଛନ୍ତି । କାହାର ଜୁ ନାହିଁ ପ୍ରତିବାଦ କରିବାକୁ । କାରଣ ଏହି ସବୁ ସଂସ୍ଥାମାନଙ୍କରେ ଯେଉଁ କର୍ମଚାରୀଙ୍କ ସାହସ ନାହିଁ ମାଲିକଙ୍କ ଅନ୍ୟାୟ ବିରୋଧରେ ସ୍ୱରଉତ୍ତୋଳନ କରିବା ପାଇଁ । ସରକାର ମଧ୍ୟ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସହାୟ । ଓଡ଼ିଶାରେ ରହିଥିବା ସଂଘର ମୁଖିଆମାନେ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ତେଣୁ ମାଲିକ ଓ ସରକାରଙ୍କ ପାଖରେ କର୍ମଚାରୀଙ୍କ ନ୍ୟାୟ ପାଇଁ ଲଢ଼େଇ କରିବାରେ ସେମାନେ ବିଫଳ । ଯେଉଁ କର୍ମଚାରୀମାନେ ଚାକିରିରେ ଅଛନ୍ତି, ସେମାନଙ୍କ ଦରମା ୧୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଦରମା କଟୁଛି । ମାଲିକମାନେ ସିଧା ସଳଖ କହୁଛନ୍ତି, ଏଇ ଦରମାରେ କାମ କରିବ ତ କର ନହେଲେ ଚାକିରି ଛାଡ଼ । ଓଃ କି ଲଜ୍ୟା… । ଯେଉଁ କର୍ମଚାରୀଙ୍କ ଛଟେଇ ହୋଇଛନ୍ତି, ସେମାନଙ୍କ କାର୍ଯ୍ୟ ମଧ୍ୟ କାର୍ଯ୍ୟକରୁଥିବା କର୍ମଚାରୀମାନେ କରୁଛନ୍ତି । ଅର୍ଥାତ କାର୍ଯ୍ୟ ଦୁଇଗୁଣ ବଢ଼ିଥିବା ବେଳେ ଦରମା ଅଧା । ଠିକ୍ ଏହି ସମୟରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସାମ୍ବାଦିକମାନଙ୍କୁ ଲୋକସେବା ସଦନକୁ ସାମୟିକ ବନ୍ଦ କରିଛନ୍ତି । ଏହା ଆମ ସାମ୍ବାଦିକ ଭାଇମାନଙ୍କୁ ଭାରି ବାଧିଛି । ପ୍ରତ୍ୟେକ ସଂଘର ମୁଣ୍ଡିଆଳମାନେ ଏକାଠି ହୋଇ ଲଢ଼ିବେ ସରକାରଙ୍କ ବିରୋଧରେ । କେମିତି ଲୋକସେବା ସଦନ ଭିତରକୁ ପ୍ରବେଶ କରି ନିଜର ପତିଆରା ଜାହିର କରିବେ ସେଥିପାଇଁ ତତ୍ପର । କିନ୍ତୁ ଯେଉଁ କର୍ମଚାରୀମାନେ ଛଟେଇ ହୋଇଛନ୍ତି, ଯେଉଁମାନେ ଅଧା ଦରମାରେ କାମ କରୁଛନ୍ତି ସେମାନଙ୍କ କଥା ଟିକେ କେହି ଚିନ୍ତା କଲେନି । ଅନେକ ସଂଘର ନେତାମାନେ ନିଜ ପତିଆରା ଓ ନିଜସ୍ୱ ବିଭିନ୍ନ ବେପାର ପାଇଁ ସଂଘର ପଦ ପଦବୀକୁ ଢାଲ କରିଛନ୍ତି । ଯାହା ସରକାର ଭଲଭାବରେ ଜାଣିଛନ୍ତି । ଆଉ କିଛି ଗଣମାଧ୍ୟମର ମାଲିକମାନେ ଏହାର ଫାଇଦା ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ଗଣମାଧ୍ୟମ କର୍ମଚାରୀମାନେ ଆଗକୁ କିପରି ବଞ୍ôଚବେ ତାହାନେଇ ଚିନ୍ତାରେ । କର୍ମଚାରୀମାନେଙ୍କ ଘରେ ଖାଇବାକୁ ନଥିବା ବେଳେ ନେତାମାନେ ପତିଆରା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ସହିତ ଆଉ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ, ନିର୍ମାଣ କାର୍ଯ୍ୟ ଏବଂ ଏଭଳି ସବୁକାମ ଧନ୍ଦା ବନ୍ଦ କରିଦେଇଥିଲେ । ତେଣୁ ସେମାନଙ୍କ ପରିବାର ଓ ଗରୀବ ଲୋକଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଆଗୁଆ ୩ମାସର ରାସନ ଦେବା ସହିତ ୧୦୦୦ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ଏବଂ ଆଉ ଥରେ ୫ମାସ ପାଇଁ ଅର୍ଥାତ୍ ନଭେମ୍ବର ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାଗଣା ରାସନ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବଂ କେନ୍ଦ୍ର ସରକାର ଜନଧନ ଯୋଜନା ମାଧ୍ୟମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ମହିଳା ଆକାଉଣ୍ଟଧାରୀମାନଙ୍କୁ ୩ମାସ ଧରି ୫ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦେଇଥିଲେ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ଟଙ୍କା, କୃଷକ ନିଧି ଯୋଜନା ମାଧ୍ୟମରେ ୨୦୦୦ଟଙ୍କା, ଉଜ୍ଜଳା ଯୋଜନା ମାଧ୍ୟମରେ ୭୫୦ଟଙ୍କା ଆର୍ଥିକ ସହୟତା ଦେଉଥିବା ବେଳେ ପ୍ରଶାସନୀକ କର୍ମକର୍ତ୍ତାମାନଙ୍କୁ ୩ମାସ ପର୍ଯ୍ୟନ୍ତ ଆଗୁଆ ଦରମା ଦିଆଯାଇଥିଲା । ସେହିଭଳି ରାଜ୍ୟ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ସହୟତାର ଘୋଷଣା ପରେ ଘୋଷଣା କରିଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟଙ୍କ ପାଇଁ ଏହି କରୋନା ‘କୋଭିଡ-୧୯’ ମହାଯୁଦ୍ଧରେ ନିଜର ପରିବାର ଛାଡି ଦିନରାତି ଏକ୍ କରି ମହାମାରୀ ବିପର୍ଯ୍ୟସ୍ତ ଯୁଦ୍ଧରେ ସାରଥି ସାଜିଥିବା ଚତୁର୍ଥସ୍ତମ୍ଭ ତଥା ଗଣମାଧ୍ୟମକୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ୫ମାସ ପରେ ମଧ୍ୟ କୌଣସି ଆର୍ଥିକ ସହୟତା ନାହିଁ ! କେବଳ ଯେଉଁ ଗଣମାଧ୍ୟମ ପ୍ରତିନିଧି ମାନେ କୋଭିଡ୍‌-୧୯ରେ ଯୋଦ୍ଧାଭାବେ ନିୟୋଜିତ ହୋଇଥିବେ ସେମାନେ କରୋନା କୋଭିଡ୍‌-୧୯ ଭାଇରସ୍‌ରେ ଆକ୍ରାନ୍ତରେ ମୃତ୍ୟୁ ହେବ ତାଙ୍କୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୃତ କରୋନା ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର ଲୋକଙ୍କୁ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଗଣମାଧ୍ୟମ ପ୍ରତିନିଧି ବଞ୍ôଚଥିବା ବେଳେ କିଛି ଆର୍ଥିକ ସହାୟତା ଦେବା ପାଇଁ ବିଭିନ୍ନସ୍ତରରେ ଦାବି ହେଉଛି । ।

ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗେଇ ମରଣ ସହିତ ମୁକାବିଲା କରୁଥିବା ବେଳେ ସରକାର ସହାୟତା ପାଇବାରୁ ବଞ୍ôଚତ ହେଉଛି । ସେ ପ୍ରତିନିଧି ଜଣକ କରୋନା କୋଭିଡ୍‌-୧୯ ମହାସମରେ ମୃତ୍ୟୁ ବରଣ କରେ ତେବେ ରାଜ୍ୟ ସରକାର ଯେଉଁ ୧୫ଲକ୍ଷ ବୀମା ଘୋଷଣା କରିଛନ୍ତି ସେହି ଟଙ୍କାରେ ସେ କ’ଣ ଜୀବିତ ହୋଇପାରିବ ବୋଲି ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ ନଦେଇ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ୧୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରି ଚତୁର୍ଥସ୍ତମ୍ଭକୁ ଉପହାସ କରୁଥିବା ଅନୁମାନ କରାଯାଉଛି । ତେବେ ସାମ୍ବାଦିକଙ୍କୁ ମାସିକ ୫ରୁ ୧୦ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେବା ସହିତ ସାମ୍ବଦିକ ମାନଙ୍କ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ । କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ ୧୫ଲକ୍ଷ ପରିବର୍ତ୍ତେ ୫୦ଲକ୍ଷ ଆର୍ଥିକ ସହାୟତା ଦେବା ପାଇଁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ପ୍ରକାଶ କରିଛନ୍ତି ।
ଜଣେ ସାମ୍ବାଦିକ ବଞ୍ôଚଥିବା ବେଳେ ରାଜ୍ୟ ସରକାର ୫ଟଙ୍କା ପ୍ରୋତ୍ସାହନ ଦେଉନଥିବ ବେଳେ କରୋନାରେ ମୃତ୍ୟୁ ହେବା ପରେ ତା’ ପରିବାରକୁ ୧୫ଲକ୍ଷ ଟଙ୍କା ଆର୍ଥିକ ସହୟତା ଦେବା ହାସ୍ୟସ୍ପଦ ବୋଲି ଖଣ୍ଡପଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଭବାନିଶଙ୍କର ସିଂ ସାମନ୍ତ କହିଛନ୍ତି ।
ସେହିଭଳି ଆଜି ରାଜ୍ୟ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ହାତ ଖୋଲା କରିଦେଇ ଯୋଜନା ଘୋଷଣା କରିଥିବା ଯୋଗୁ ଡାକ୍ତରମାନେ ସମ୍ମୁଖ ଯୋଦ୍ଧା । ତାହାହେଲେ ପୋଲିସ ଓ ସାମ୍ବାଦିକ ପ୍ରମୁଖ କ’ଣ ଗରିଲା ଯୋଦ୍ଧା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଭୂବନେଶ୍ୱର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି?
କେନ୍ଦ୍ର ଓ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଲଲିପପ୍ ନଧରେଇ ରାଜ୍ୟ ରାଜକୋଷରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ସ୍ୱତନ୍ତ୍ର ଭାବେ ଆର୍ଥିକ ସହୟତା ପ୍ରଦାନ କରନ୍ତୁ ବୋଲି ନୟାଗଡର ସାମ୍ବାଦିକ ସଭାପତି ଶ୍ରୀକାନ୍ତ ଖଟେଇ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *