ବିକାଶ ଦିଗରେ ଓଡ଼ିଶା
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ସୁଫଳ ଯୋଗାଇ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ତାଙ୍କ ଶାସନ ସମୟରେ ରାଜ୍ୟର ଦ୍ରୁତ ବିକାଶ ସହ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ଯେ ବିକାଶ ହୋଇପାରିଛି ଏହା ନିଃସନ୍ଦେହରେ କୁହାଯାଇପାରେ । ତାଙ୍କର ଦୃଢ଼ ପଦକ୍ଷେପ ଯୋଗୁଁ ରାଜ୍ୟରୁ ଦୁର୍ନୀତି ସମ୍ପୂର୍ଣ୍ଣଭାବେ ହଟିନଥିଲେମଧ୍ୟ କେତେକାଂଶରେଯେ ହ୍ରାସ ପାଇଛି ଏହା ଅନସ୍ୱୀକାର୍ଯ୍ୟ । ଦୁର୍ନୀତିଖୋର୍ମାନେ ଭୟଭୀତହୋଇ ପଡିଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ କେବଳ ନବୀନ ସରକାର ସମୟରେ କାର୍ଯ୍ୟକାରୀ ହୋଇପାରିଛି । ଦୁର୍ନୀତି ଅଭିଯୋଗ ଉଠିବାମାତ୍ରେ ସେ କାର୍ଯ୍ୟାନୁଷ୍ଠୁନ ଗ୍ରହଣ କରିବାସହ ଏନେଇ ପଦକ୍ଷେପ ଗ୍ରହଣ କରିଥାନ୍ତି । ଦୁର୍ନୀତି ଅଭିଯୋଗରେ ମାଳମାଳ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାସହ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣକରି ଅନ୍ୟ ସମସ୍ତଙ୍କପାଇଁ ଉଦାହରଣ ପାଲଟିଛନ୍ତି । ଇତିମଧ୍ୟରେ ରାଜ୍ୟର ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବିଦା କରିବାସହ ବହୁ ଅଧିକାରୀଙ୍କ ପେନ୍ସନ ବନ୍ଦକରି ଅନ୍ୟମାନଙ୍କୁଯେ ଚେତାବନୀ ଦେଇଛନ୍ତି ଏହାଅ ।ଉ ବୁଝିବାକୁ ବାକିନାହିଁ । ତାଙ୍କ ନିର୍ଦ୍ଦେଶରେ ପ୍ରତିଦିନ ଦୁର୍ନୀତି ନିବାରଣ ବିଭାଗ କେଉଁଠିନା କେଉଁଠି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଧରିବାରେ ସଫଳ ହେଉଛି । ତାଙ୍କ ଶାସନ ସମୟରେ ରାଜ୍ୟରେ ଦୁର୍ନୀତିର ସ୍ଥାନନାହିଁ ବୋଲି ସେ ପରୋକ୍ଷରେ ଚେତାଇ ଦେଇଛନ୍ତି । ଏତଦ୍ଭିନ୍ନ ତାଙ୍କ ଶାସନ କାଳରେ ରାଜ୍ୟର ଦ୍ରୁତ ବିକାଶ ପରିଲକ୍ଷିତ ହେଉଛି । ଗରିବ, ଚାଷୀ, ମହିଳାଙ୍କଠାରୁ ଅ ।ରମ୍ଭକରି ଛାତ୍ରଛାତ୍ରୀ ସମସ୍ତଙ୍କ ଅ ।ର୍ଥିକ ମାନଦଣ୍ଡର ଉନ୍ନତିପାଇଁ ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି । ଟଙ୍କିକିଅ । ଚାଉଳଠାରୁ ଅ ।ରମ୍ଭକରି ପାଞ୍ଚଟଙ୍କିଅ । ଅ ।ହାର, କାଳିଅ । ଯୋଜନା, ମମତା ଯୋଜନା ଇତ୍ୟାଦି ପ୍ରଣୟନ କରି ସେମାନଙ୍କ ବିକାଶରେ ସହାୟକ ହୋଇପାରିଛନ୍ତି । ସେହିପରି ଦୁର୍ନୀତି ରୋକିବାପାଇଁ ମୋ ସରକାର ଏବଂ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷ କରିବାପାଇଁ ପାଞ୍ଚ-ଟି ଯୋଜନା ପ୍ରଣୟନ କରିଛନ୍ତି । ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ମିଶନସକ୍ତି ମାଧ୍ୟମରେ ସ୍ୱାବଲମ୍ବୀ କରିବା ତାଙ୍କ ଯୋଜନାର ପ୍ରମୁଖ ଲକ୍ଷ୍ୟବୋଲି କୁହାଯାଉଛି । ଅନ୍ୟପକ୍ଷରେ ତାଙ୍କ ଶାସନ କାଳରେ ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ ପାଇଛି । ନବୀନଙ୍କ ଏହି ସଫଳତାକୁ ଯୋଜନା କମିଶନ ଓ ନୀତିଅ ।ୟୋଗ ଭୁରିଭୁରି ପ୍ରଶଂସା କରିଛନ୍ତି । ବିଗତ ଦଶବର୍ଷରେ ରାଜ୍ୟରୁ ୨୫ପ୍ରତିଶତ ଦାରିଦ୍ର୍ୟ ହ୍ରାସକରି ସେ ଅନ୍ୟମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି । ସେହିପରି ଦୁର୍ଦ୍ଦିନରେଥିବା ଚାଷୀକୁଳକୁ ସେ ସହାୟତାର ହାତବଢ଼ାଇ ସେମାନଙ୍କୁ ଅ ।ର୍ଥିକକ୍ଷେତ୍ରରେ ସ୍ୱାବଲମ୍ବୀ କରିପାରିଛନ୍ତି । ତାଙ୍କ ପ୍ରଣିତ କାଳିଅ । ଯୋଜନାରେ ରାଜ୍ୟର ବହୁଚାଷୀ ଉପକୃତ ହୋଇଛନ୍ତି । ତାଙ୍କସହାୟତା ଯୋଗୁଁ ରାଜ୍ୟର ପ୍ରାୟ ୫୦ଲକ୍ଷ ଚାଷୀ ଉପକୃତ ହେବାସହ ପୂର୍ବପରି ଅ ।ଉ ଚାଷୀଅ ।ତ୍ମହତ୍ୟା ଅଭିଯୋଗ ଶୁଣିବାକୁ ମିଳୁନାହିଁ । ଚାଷୀଙ୍କପାଇଁ ସ୍ୱତନ୍ତ୍ର କୃଷି କ୍ୟାବିନେଟ୍ ସହ କୃଷି ବଜେଟ୍ କରାଯାଉଛି । ତାଙ୍କ ପ୍ରଣିତ ପାଞ୍ଚ-ଟି ଓ ମୋ ସରକାର ଅଧିକ ସକ୍ରିୟ ହୋଇଛି । ସେହିପରି ରାଜ୍ୟର ଅଶୀ ପ୍ରତିଶତ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲକରି ବେଶ୍ ସଫଳତା ହାସଲ କରିଛନ୍ତି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କେବଳ ସାରାଦେଶ କାହିଁକି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭୁରି ଭୁରି ପ୍ରଶଂସା ସାଉଣ୍ଟିବାରେ ସମର୍ଥ ହୋଇଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସାରାରାଜ୍ୟ ଗର୍ବିତ । ତାଙ୍କ ପଞ୍ଚମପାଳି ଶାସନ କାଳର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ଅ ।ମେ ତାଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କର ଦୀର୍ଘଜୀବନ କାମନା କରୁଛୁ ।
