ସଂରକ୍ଷିତ ଜଙ୍ଗଲରେ ପଥର ମାଫିଆଙ୍କ ରାଜ୍‌

0
IMG-20200621-WA0046

ଅନୁମତି ନଥିବା ଜାଗାରେ ପଥର ବ୍ଲାଷ୍ଟିଂ କରି ସରକାରଙ୍କ ରାଜସ୍ୱ ଲୁଟ୍
ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌):
ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍‌ର ସିମାନ୍ତରେ ପଥର ବ୍ଲାଷ୍ଟିଂ କରି ସରକାରଙ୍କ ରାଜସ୍ୱ ଲୁଟ୍ ଚାଲିଥିବା ଅଭିଯୋଗ ହେଉଛି । ଏନେଇ ଉକ୍ତ ଗ୍ରାମବାସୀ ବାରମ୍ବାର ରାଜସ୍ୱ ନିରିକ୍ଷକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ତେଣୁ ସଂରକ୍ଷିତ ଜଙ୍ଗଲରୁ ବ୍ଲାଷ୍ଟିଂ କରି ପଥର ଲୁଟ୍ କରୁଥିବା ପଥର ମାଫିଆ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋଟା ଅଙ୍କର ହାତଗୁଞ୍ଜା ପାଇଁ ପଥର ମାଫିଆକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ତେବେ ବଡକଥା ହେଉଛି ଯେ, ଉକ୍ତ ପଥର ଖଣି ମାଲିକଙ୍କୁ ଯେଉଁ ଜାଗାରେ ପଥର ଖଣି ଖୋଳିବାକୁ ଅନୁମତି ମିଳିଛି ସେହି ଜାଗାରେ ନଖୋଳି ଅନ୍ୟ ଏକ ଜାଗାରେ ପଥର ବ୍ଲାଷ୍ଟିଂ କରୁଥିବା ଜଣାପଡିଛି । ତେବେ ଦିନ ଦ୍ୱିପ୍ରହରେ ବିଭାଗର ସରକାରୀ କର୍ମଚାରୀମାନଙ୍କୁ ହାତ କରି ବେଆଇନ୍ ପଥର ଖଣିରେ ଡିନାମାଇଟ୍ ଦ୍ୱାରା ପଥର ପାହାଡକୁ ଫଟାଇ ଲକ୍ଷ ଲକ୍ଷ ଟଙ୍କାର ସରକାରଙ୍କ ରାଜସ୍ୱ ଲୁଟିବାରେ ଲାଗିଛନ୍ତି ପଥର ମାଫିଆ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ପଥର ଖଣି ହେବା ଦ୍ୱାରା ପଥର ଖଣି ଠାରୁ ଅନତି ଦୂରରେ ଥିବା ୫ଖଣ୍ଡ ମଉଜାର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ତୀବ୍ର ଅସନ୍ତୋଷ ଦେଖାଦେବାରୁ ଗ୍ରାମବାସୀମାନେ ଉକ୍ତ ପଥର ଖଣିର ମାଲିକଙ୍କ ସହିତ ଆଲୋଚନା କରି ବେଆଇନ୍ ପଥର ଖଣି ବନ୍ଦ କରିବା ପାଇଁ କହିଥିଲେ । ତେବେ ଏହାକୁ ପଥର ଖଣି ମାଲିକ ଗ୍ରାମବାସୀଙ୍କ କଥା ନମାନିବାରୁ ବିଭାଗୀୟ ସୂଚନା ଅଧିକାରୀ ଆଇନ୍‌ର ଆଶ୍ରୟ ନେଇଥିଲେ । ଯେଉଁ ତଥ୍ୟ ପ୍ରଶାସନ ତରଫରୁ ହସ୍ତଗତ ସେହି ତଥ୍ୟକୁ ଆଧାର କରି ଗ୍ରାମବାସୀଙ୍କମନରେ ଜନ ଅସନ୍ତୋଷ ଦେଖା ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ର ସିକ୍ରୀଡା ପଞ୍ଚାୟତ ଅମେଇମୁହିଁ ନିକଟବର୍ତ୍ତୀ ଓ ଖଣ୍ଡପଡା ବ୍ଲକ୍ ବଳଭଦ୍ର ପ୍ରସାଦ ପଞ୍ଚାୟତର କୁସମଡା, ସିଙ୍ଗିପୁର ଗ୍ରାମ ସିମାନ୍ତରେ ଥିବା ଖାସାର ଜଙ୍ଗଲ ପାହାଡ ଉପରେ ଚାଲିଛି ବେଆଇନ୍ ପଥର ବ୍ଲାଷ୍ଟିଂ । ଏବଂ ଏହି ପଥର ଖଣି ଦୁଇଟି ବ୍ଲକ୍‌ର ସବୁଠାରୁ ବଡ ପଥର ଖଣି । ଖାସାର ଜଙ୍ଗଲ ପାହାଡରେ ଥିବା ପଥର ଖଣିରେ ଡିନାମାଇଟ୍ ବିସ୍ପୋରଣ ଲଗାଯାଇ ପଥର ବ୍ଲାଷ୍ଟିଂ କରାଯାଇଥାଏ । ତେବେ ଏହି ପଥର ଖଣିରେ ଡିନାମାଇଟ୍ ଲଗାଇ ପଥର ବ୍ଲାଷ୍ଟିଂ କରିବା ପାଇଁ କିଏ ଦେଲା ଅନୁମତି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏହି ଡିନାମାଇଟ୍ ଦ୍ୱାରା ପଥର ବ୍ଲାଷ୍ଟିଂ କରିବା ଫଳରେ ଖାସାର ଜଙ୍ଗଲ ନିକଟରେ ଥିବା ୫ଖଣ୍ଡ ମଉଜା ଥରି ଉଠିଥାଏ । ସତେ ଯେମିତି ଭୂମିକମ୍ପ ହେଇଗଲା । ସେହିଭଳି ଭାବେ ଲୋକମାନଙ୍କର ଘର ଦ୍ୱାର ଥରାଇଦିଏ । ପଥର ବ୍ଲାଷ୍ଟିଂ ସମୟରେ ଲୋକମାନେ ଘର ଭିତରେ ନରହି ଭୟବିତ ହୋଇଥାନ୍ତି । ସେହିପରି ଉକ୍ତ ପଥର ବ୍ଲାଷ୍ଟିଂ ହେବା ଦ୍ୱାରା ପାହାଡ ପାଦଦେଶରେ ଥିଭା ଚାଷଜମି ଗୁଡିକରେ ପଥର ଗୁଣ୍ଡ ଛିଟିକ୍ ପଡିଥାଏ । ଯାହାଫଳରେ ଏକର ଏକର ଚାଷ ଜମିରେ ଚାଷି ଫସଲ କରିବା ଇଚ୍ଛା ପ୍ରକାଶ କରିନଥାନ୍ତି । ତେବେ ବର୍ଷ ବର୍ଷ ଏହି ଚାଷ ଜମି ଗୁଡିକ ପଡିଥାଏ । ଅନ୍ୟପକ୍ଷେ ପଥର ମଫିଆମାନେ ପ୍ରଶାସନ ଆଖିରେ ଧୂଳି ପକାଇ ଦୁଇରୁ ତିନି କିଲୋମିଟର ଜଙ୍ଗଲିଆ ରାସ୍ତା ତାଡି ଖୋଳି ପାହାଡ ଶୀର୍ଷକ ଭାଗ ପର୍ଯୟନ୍ତ ରାସ୍ତା ନିର୍ମାଣ କରିଛନ୍ତି । ଏବଂ ଉକ୍ତ ରାସ୍ତା କଲା ସମୟରେ ଜଙ୍ଗଲ ପାହାଡରେ ଥିବା ଶହ ଶହ ମୂଲ୍ୟବାନ ଗଛ କାଟି ସଫା କରିଥିବା ଜଣାପଡିଛି । ତେବେ ଏହି ଗଛ କାହା ଉଦ୍ଦେଶ୍ୟରେ କଟାଯାଇଛି ବୋଲି ପରିବେଶବିତ୍ ମାନେ ପ୍ରଶ୍ନ ଉଠାଇଛନ୍ତି । ଏହି ପଥର ଖଣିରେ ପଥର ବ୍ଲାଷ୍ଟିଂ କରଯାଇ ପ୍ରତିଦିନ ଟ୍ରକ ଟ୍ରକ ଚିପ୍ସ୍‌, ମେଣ୍ଟାଲ, ପଥର ଓ ଡଷ୍ଟ ବାହାର କରି ଜିଲ୍ଲା ଭିତରେ ଜିଲ୍ଲା ବାହାରକୁ ଚଲାଣ ହେଉଥିବା ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ପାଖରେ ୨୦୧୬ ଜୁଲାଇ ମାସରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବରଂ ପ୍ରଶାସନ ଉକ୍ତ ପଥର ମାଫିଆକୁ ସାଥ୍ ଦେଇଉଥିବା ଜଣାପଡିଛି । ତେଣୁ ଗ୍ରାମବାସୀ ଅତିଷ୍ଠ ହୋଇ ଗ୍ରାମ ଜଣେ ବ୍ୟକ୍ତି ଭାଗିରଥୀ ପ୍ରଧାନ ଆରଟିଆଇ ମାଗିଥିଲେ । ତେବେ ସେହି ଆରଟିଆଇ ତଥ୍ୟ ୪୮୧ପତ୍ର ସଂଖ୍ୟା ଦର୍ଶାଇ ଛନ୍ତିଯେ, ଖଣ୍ଡପଡା ତହସିଲ୍ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ପଞ୍ଚାୟତ ଅଧିନରେ ଥିବା କୁସୁମଡା ମୌଜାର କୁସୁମଡା ପଥର ଖଣି ଖଣ୍ଡପଡା ବ୍ଲକ୍ ଜଗନ୍ନାଥ ପ୍ରସାଦ ଗ୍ରାମର ବିଶ୍ୱରଂଜନ ପ୍ରଧାନଙ୍କୁ ୨୦୧୬ ମିସହା ଅକ୍ଟୋବର ମାସ ୭ତାରିଖରୁ ଆସନ୍ତା ୨୦୨୧ମସିହା ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ୫ବର୍ଷ ପାଇଁ ନିଲାମ ନେଇଛନ୍ତି । ତେବେ ଲିଜ୍ ଧାରୀ ବ୍ଲାଷ୍ଟିଂ ଲାଇସେନ୍ସ୍ ପାଇଁ ଆବେଦନ କରିଥିଲେ କିନ୍ତ ଅନୁମତି ସଂପର୍କରେ କୌଣସି ତଥ୍ୟ ଖଣ୍ଡପଡା ତହସିଲ୍ କାର୍ଯ୍ୟାଲୟରେ ଉପଲବ୍ଧ ନାହିଁ ବୋଲି ଲିଖିତ ଭାବେ ଚଳିତ ବର୍ଷ ଫେବୃୟାରୀ ମାସ ୧ତାରିଖରେ ଜଣାଇଛନ୍ତି । ତେବେ ଜିଲ୍ ଧାରୀ ଜଣକ ବିଗତ ୪ବର୍ଷ ପଥର ବ୍ଲାଷ୍ଟି କରି ନିଜର ବ୍ୟବସାୟ ସାମ୍ରାଜ୍ୟ ବଢାଇ ଚାଲିଥିବା ବେଳେ କେମିତି ତହସିଲ୍ କାର୍ଯ୍ୟାଳୟରେ ବ୍ଲାଷ୍ଟିଂ ଲାଇସେନ୍ସ୍ ଅଛି କି ନାହିଁ ତଥ୍ୟ ନଥିବା ଖଣ୍ଡପଡା ତସହିଲ୍ କାର୍ଯ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ପଥର ଖଣିଟି କରିବା ପାଇଁ ପ୍ରଶାସନ ତରଫରୁ କୁସୁମଡା ମୌଜାର ଖାତା ନଂ-୨୫ ଓ ପ୍ଲଟ୍ ନଂ-୧୭୮ ରେ ଏକର ଟିଏ ଜାଗା ପଥର ଖଣି କରିବା ପାଇଁ ଦିଆଯାଇଛି । ତେବେ ଏହି ତଥ୍ୟ ଜନ ସୂଚନା ଅଧିକାରୀ ତହସିଲ କାର୍ଯ୍ୟାଳୟ ଖଣ୍ଡପଡା ତରଫରୁ ପାଇଲା ପରେ ଜଣାପଡିଛି ଯେ, ପ୍ରଶାସନ ଯେଉଁ ପ୍ଲଟ୍‌ରେ ପଥର ଖଣି ପାଇଁ ଅନୁମତି ଦେଇଛି ସେହି ପ୍ଲଟ୍‌ରେ ଉକ୍ତ ଜିଲ୍ ଧାରୀ ତଥା ପଥର ମାଫିଆ ଖଣି ନକରି ସେହି ପ୍ଲଟ୍ ଠାରୁ ୫ଶହ ମିଟର ପଛକୁ ଏକ ପ୍ଲଟ୍‌ରେ ବେଆଇନ୍ ଭାବେ ପଥର ଖଣି କରି ଟ୍ରିପ୍ ଟ୍ରପ୍ ପଥର, ଚିପ୍ସ ବୋହି ଚାଲିଛି । ତେବେ ଗ୍ରାମର କିଛି ବୁଦ୍ଧିଜୀବି ଜାଣିଲା ପରେ ଉକ୍ତ ପଥର ଖଣିକୁ କରିଥିବା ବେଆଇନ୍ ରାସ୍ତାକୁ ଡାଳ ପକାଇ ଅବରୋଧ କରିଥିଲେ । ତେବେ ଉକ୍ତ ପଥର ମାଫିଆ ଜଣକ ନିଜର ବାହୁବଳି ଲୋକମାନଙ୍କୁ ଲଗାଇ ଡାଳ ହଟାଇ ପୁନଃ ପଥର ବୋହିବା ଆରମ୍ଭ କରିବାରୁ ଆଜି କୁସୁମଡା, ସିଙ୍ଗିବାଡି ଗ୍ରାମର ପୁରୁଷ ଓ ମହିଳା ଉକ୍ତ ସ୍ଥାନରେ ପହଞ୍ôଚ ବହୁ ମୂଲ୍ୟବାନ ଗଛ ଲଗାଇ ପ୍ରତବାଦ କରିଥିବା ନଜରକୁ ଆସିଛି ।

ତେବେ ଗ୍ରାମବାସୀମାନଙ୍କ କହିବା କଥା ଯେଉଁ ଜାଗାରେ ଉକ୍ତ ଲିଜ୍ ଧାରୀଙ୍କୁ ପଥର ଖଣି କରିବା ପାଇଁ ଅନୁମତି ମିଳିଛି ସେହି ଜାଗାରେ ଯାଇ ଖଣି ଖୋଳନ୍ତୁ । ଏବଂ ଦୀର୍ଗ ୪ବର୍ଷ ଧରି ଯେଉଂ ଭଳି ଭାବେ ବେଆଇନ୍ ପଥର ବ୍ଲାଷ୍ଟି କରିଛି ଏବଂ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟିଛି । ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭାଗିରଥି ପ୍ରଧାନ, ସର୍ବେଶ୍ୱର ଜେନା, ନରେନ୍ଦ୍ର ଜେନା, ସୁଜାନୀ ପ୍ରଧାନ, ବାସନ୍ତୀ ପ୍ରଧାନ, ଗଣେଶ୍ୱର ପ୍ରଧାନ, ରାଜକିଶୋର ପ୍ରଧାନ, ରଂଜନ ପ୍ରଧାନ, ପ୍ରଶନ୍ନ ଦଳେଇ ଓ ଜିତେନ୍ଦ୍ର ଦେଳେଇ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇ ବେଆଇନ୍ ପଥରଖଣିକୁ ହୋଇଥିବା ରାସ୍ତାରେ ଗଛ ଲଗାଇ ପ୍ରତିବାଦ କରିଛନ୍ତି । ଏବଂ ଗଛ ଲଗାଇବା ପାଇଁ ଖଣ୍ଡପଡା ବନାଞ୍ଚଳ ଅଧରକାରିଙ୍କୁ ଅବଗତ କରାଇଥିଲେ ମଧ୍ୟ ଉକ୍ତ ଗ୍ରାମବାସୀଙ୍କୁ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ସହଯୋଗ କରିନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ପଚାରିବାରୁ, ସେମିତିକିଛି ଅଭିଯୋଗ ମୋ ପାଖକୁ ଆସିନି ତଥାପି ଖଣ୍ଡପଡା ତହସିଲ୍‌ଦାରଙ୍କୁ ପଚାରି ସତ୍ୟାସତ୍ୟ ଅନୁସନ୍ଧାନ କରି ଯାହା ପଦକ୍ଷେପ ନେବା କଥା ନେବୁ ବୋଲି ଉପ ଜିଲ୍ଲାପାଳ ଶ୍ରୀ ରାଉତ କହିଛନ୍ତି ।

Leave a Reply

Your email address will not be published. Required fields are marked *