ଶ୍ରାବଣ ସୋମବାରେ ମନ୍ଦିର ଯିବେନି କାଉଡ଼ିଆ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ ଲାଗି କରିଥାଆନ୍ତି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ରହନ୍ତି । ବ୍ରତପାଳନ କରନ୍ତି । ମାତ୍ର ବର୍ତ୍ତମାନ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଥିବାରୁ ଦିନକୁ ଦିନ ଅ ।କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିିରେ ରଖି ସତର୍କତା ଓ ସୁରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି । ଏହି କାରଣରୁ ଚଳିତ ବର୍ଷ କାଉଡ଼ିଆମାନେ ଶୈବପୀଠରେ ଜଳ ଲାଗି ନ କରିବା ପାଇଁ ନିୟମ ଲାଗୁ କରାଯାଇଛି । ଆଜିର ପବିତ୍ର ଦିନରେ ପୂର୍ବ ବର୍ଷ ସମସ୍ତ ଶୈବପୀଠରେ ଓଁ ନମଃ ଶିବାୟ, ଶିବଙ୍କ ମନ୍ତ୍ରର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିବା ବେଳେ ଚଳିତ ବର୍ଷ ସବୁଠି ଖାଁ ଖାଁ । ଓଡ଼ିଶାରରେ ବିଭିନ୍ନ ଶୈବପୀଠ ଯେପରି ଢେଙ୍କାନାଳର କପିଳାସ, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର , ଭଦ୍ରକର ଅ ।ଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ଭଳି ଶୈବପୀଠରେ କେବଳ ପୂଜାରୀଙ୍କ ଦ୍ୱାରା ହିଁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ।
