ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିର ଉପାୟ

0
prabaha-spru

ଯେ କୌଣସି ସଂକ୍ରାମକ ରୋଗରୁ ବର୍ତ୍ତିବା ନିମନ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ଭଲ ଥିବା ଜରୁରୀଛ କେତୋଟି ସହଜ ତଥା ସରଳ ଉପାୟରେ ପ୍ରତ୍ୟେକ ବୟସର ଲୋକ ନିଜ ସ୍ୱାସ୍ଥ୍ୟକୁ ନୀରୋଗ ରଖିପାରିବେ ।

  • ସକାଳୁ ୫-୭ ମିନିଟ୍ ଧ୍ୟାନ କରିବା ସହ ଯୋଗାଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀଛ ଛାତ ଉପରେ କିମ୍ବା ବାଲକୋନିରେ ୨୦-୨୫ ମିନିଟ୍ ଚଲାବୁଲା କରନ୍ତୁ, ଯେଉଁଠାରେ ସୂର୍ଯ୍ୟକିରଣ ବିଚ୍ଛୁରିତ ହୋଇପଡ଼ୁଥିବ ।
  • ରାତିରୁ ପାଣିରେ ୪-୫ଟି କିଶ୍ମିଶ୍ ବତୁରାଇ ରଖନ୍ତୁ । ସକାଳୁ ଉଠି ପ୍ରଥମେ ଖାଲିପେଟରେ ସେହି ବତୁରା କିଶ୍ମିଶ୍ ଖାଇ ପରେ ଅନ୍ୟ କାମ କରିବା ଉଚିତ । ଏଥିରେ ଥିବା ପଲିଫେନୋଲିକ୍ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଶରୀରକୁ ଥଣ୍ଡା, ସର୍ଦି ରୋଗ ସହ ଅନ୍ୟାନ୍ୟ ସଂକ୍ରମିତ ରୋଗରୁ ମଧ୍ୟ ରକ୍ଷା କରେ ।
  • ସକାଳବେଳା ଚା\’ ପିଇବା ଅଭ୍ୟାସ ଥିଲେ, ସେଥିରେ ଅଦା ରସ ନିଶ୍ଚିତ ଭାବେ ମିଶାଇ ପିଅନ୍ତୁଛ ଅଦା ରସ ଚା\’ର ସ୍ୱାଦ ବଢ଼ାଇବା ସହ ଅ ।ମ ଶରୀରକୁ ଶକ୍ତି ଯୋଗାଇଥାଏ । ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଭରପୂର ଅଦା ଚା\’ ନିୟମିତ ପିଇ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ ।
  • ବଜାରର ବିଭିନ୍ନ ପ୍ରକାର ରିଫାଇନ୍ ତେଲ ବ୍ୟବହାର ବନ୍ଦ କରି ବରଂ ଶୁଦ୍ଧ ଦେଶୀ ଘିଅ, ସୋରିଷ ତେଲ ଓ ନଡ଼ିଅ । ତେଲ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାକ୍ତରୀଦଳଙ୍କ ମତରେ ଭାରତୀୟ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଉତ୍ତମ ହେବା ପଛର ଅନ୍ୟତମ ମୁଖ୍ୟ କାରଣ ହେଲା, ସେମାନେ ନାମୀଦାମୀ କମ୍ପାନୀର ରିଫାଇନ୍ ତେଲ ଖୁବ୍ କମ୍ ବ୍ୟବହାର କରନ୍ତି ।
  • ପ୍ରତ୍ୟେକ ବ୍ୟଞ୍ଜନରେ ରସୁଣ ବଟା ବ୍ୟବହାର କରନ୍ତୁ, ଯୁବପିଢ଼ି ଓ ବୟସ୍କଙ୍କର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ରସୁଣ ମହୌଷଧି ପରି କାମ କରେ ।
  • ଥଣ୍ଡା ପାଣି ପିଇବାର ଅଭ୍ୟାସ ବନ୍ଦ କରନ୍ତୁ । ଗ୍ରୀଷ୍ମ ଦିନେ ତାପମାତ୍ରା ଅଧିକ ବଢ଼ିଲେ, କଦବା କ୍ୱଚିô ଅ ।ପଣ ଥଣ୍ଡା ପାଣି ପିଇପାରନ୍ତିଛ ହେଲେ ନିୟମିତ ଥଣ୍ଡା ପାଣି ପିଉଥିଲେ, ସେ ଅଭ୍ୟାସ ବନ୍ଦ କରିବା ଅ ।ବଶ୍ୟକ ।
  • ରାତିଭୋଜନରେ ଅଳ୍ପ ପରିମାଣର ଗୁଡ଼ ଖାଅ ।ନ୍ତୁ । ଏହା ଅ ।ପଣଙ୍କ ଶରୀର ପାଇଁ ହିତକାରୀ ।

Leave a Reply

Your email address will not be published. Required fields are marked *