ଯୋଡା ମହୋତ୍ସବ ଶେଷ ସନ୍ଧ୍ୟା
ଯୋଡା,୨୨/୧(ପିଏନଏସ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ହେଉଥିବା ଯୋଡା ମହୋତ୍ସବ ରବିବାର ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ଶେଷ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ମଣ୍ଟୁ ଛୁରିଆଙ୍କ ସଙ୍ଗୀତର ତାଳେ ତାଳେ ଦର୍ଶକ ବିଭୋର ହୋଇଥିଲେ। ଏପଟେ ଷ୍ଟଲରେ ବିଭିନ୍ନ ପ୍ରକାର ପାରମ୍ପରିକ ସୌଖିନ ଜିନିଷ ସହ ସୁସ୍ୱାଦୁ ବ୍ୟଞ୍ଜନ , ଚାଟ,ସୁବାସିତ ଦୁଗ୍ଧ ସହିତ ଆସବାବ ଜିନିଷ ପତ୍ର ବେଶ ଭିଡ ଜାମିଥିଲା। ଯୋଡ଼ା ଏକ ଉପାନ୍ତ ସହର ହୋଇଥିବାରୁ ବିଭିନ୍ନ ଜାତି ଧର୍ମର ଲୋକ ବସ ବାସ କରନ୍ତି । ବିଭିନ୍ନ ଭାଷା ଓ ସାଂସ୍କୃତିକ ପାରମ୍ପରିକ ନୃତ୍ୟ ତିନି ଦିନ ଧରି ଦର୍ଶକଙ୍କର ମନଛୁଇଁଥିଲା ।ଶେଷ ଦିନରେ ଡଗ ସୋ ,ଏକକ ଅଭିନୟ,ନୃତ୍ୟ ପ୍ରତିଯୋଗିତା,ଫେନ୍ସୀ ଡ୍ରେସ, ପ୍ରଭୃତି ପ୍ରତିଯୋଗିତା ର ଆୟୋଜନ ହୋଇଥିଲା । ଡଗ ସୋ ରେ ବିଭିନ୍ନ ପ୍ରଜାତିର କୁକୁର ଅଂଶ ଗ୍ରହଣ କରି ଦର୍ଶକମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ୟୁକ୍ରେନ ଦେଶର ଏକ କୁକୁର ଦର୍ଶକଙ୍କ ଆକର୍ଷଣ ସାଜିଥିଲା ।
ଏକକ ଅଭିନୟ ରେ ନିରଞ୍ଜନ ବହିଦାରଙ୍କ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ମହମ୍ମଦ ପପୁ ,ମହୋତ୍ସବ ମଣ୍ଡପ ରେ ଏକ ଭାଇଚାରାର ଗୀତ ଗାଇ ସାଧାରଣରେ ପ୍ରଶଂସାର ପାତ୍ର ହୋଇଥିଲେ। ରବିବାର ଦିନ ଆୟୋଜିତ ସମସ୍ତ ପ୍ରତିଯୋଗିତାରେ ପ୍ରକାଶ ମହାନ୍ତି,ମନୀନ୍ଦ୍ର ସୁନ୍ଦର ବାରିକ,ଦୁର୍ଗାପ୍ରସାଦ ମହାନ୍ତି,ପୃଥିବୀ ରାଜ ପାତ୍ର,ମାନସ ରଂଜନ ମହାନ୍ତି, ଦିଗାମ୍ବର ବେହେରା,ରାଜେନ୍ଦ୍ର ସାହୁ,ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ତୁଲାଇ ଥିଲେ। ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମହୋତ୍ସବରେ ପୂର୍ବତନ କେନ୍ଦୁଝର ସାଂସଦ ଯସବନ୍ତ ନାରାୟଣ ସିଂ ଲାଗୁରୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ମହୋତ୍ସବ ଆବାହକ ଜିତୁ ପଟ୍ଟନାୟକ,ସମ୍ପାଦକ ସୁଶାନ୍ତ କୁମାର ବାରିକ,ଯୋଡ଼ା ନଗରପାଳ ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ଅତିଥି ମାନେ ଉପସ୍ଥିତ ଥିଲେ । ଏହି ସମାରୋହରେ ଫିଜ୍ ବୀ ନାମକ ଏକ ସଫ୍ଟୱେର ଡେଭଲପ କରିଥିବାରୁ ଦେବାଶିଷ ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା ।।ଶେଷ ଦିନରେ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି ଉତ୍ସବ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ,ସୁଶାନ୍ତ ବାରିକ,ଯୋଡ଼ା ନଗରପାଳ ଜଗଦୀଶ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା ।
