ମୋ ଜୀବନର ଅଙ୍କ
ତେଜସ୍ୱିନୀ ସାମଲ
ରାସ୍ତା କଡରେ କାଗଜ ଠୁଲା
ବିକ୍ରି କଲାବେଳେ
ଭୋକରେ ଫୁତଫାତରେ ହାତ ପାତିବା ବେଳେ
ସଭିଙ୍କ ଠାରୁ ତଡା ଖାଏ
କେଇଟା ଟଙ୍କା ପାଇଁ
ନୀରିହ ଜୀନର ଆଶା ସୁ
ମରୀଚିକା ପାଲଟି ଯାଏ
ଆଖିର ଲୁହକୁ ଓଠରେ ପିଇ ବଞ୍ଚିଯାଏ……
ବେଳେବେଳେ
ଡହଳବିକଳରେ ଚିତ୍କାର କରେ
ହେଲେ କାହା କର୍ଣ୍ଣଭେଦି ସ୍ପର୍ଶ କରେନାହିଁ
ଅନ୍ତରର ବେଦନା ମୋ
ଶୁଣେ ଏଇ ଛୋଟିଅ । ହୃଦୟ
ସବୁଠି ମିଳେ ମିଥ୍ୟାର ପ୍ରବଞ୍ଚନା
ପର ଆପଣାର ଭେଦ
ସର୍ବେ ତ ଏଠି ସ୍ୱାର୍ଥ ରେ ଜଡିତ……
ଏଠି
ଅମୃତ ମାଗିଲେ ମିଳେ ବିଷ
ଜନାରଣ୍ୟର ଭିଡ ଭିତରେ
ମନୁଷ୍ୟ ପଶୁ ସାଜି ଯାଏ
ବଞ୍ଚିବାର ଅଧିକାର ଦଳେ
ମିଳିଯାଏ ନିନ୍ଦା, ହଟହଟା
ସବୁଠି ଯନ୍ତ୍ରଣା
ସୁଖକୁ ପାଇବାକୁ ଯାଇ
ମିଳେ ମିଥ୍ୟାର ପ୍ରବଞ୍ଚନା…
ଭରଙ୍ଗ ିଶାଳ ପୃଥିବୀରେ
କିଏ ତ୍ରୀତଳ ପ୍ରସାଦରେ ସୁଖ ପାଇବା ବେଳେ
ମୁଁ ଫୁତଫାତରେ ଜୀବନର ଆଶା
ଖୋଜୁଖୋଜୁ ମରୀଚିକା ସାଜିଯାଏ
କଣ୍ଟା ଚାମଚ ଚୌକି ଟେବୁଲ ରେ
କିଏ ସୁଖରେ ମସଗୁଲ୍ କରେ
ମୁଁ ଜୀନରେ ଭାଗ୍ୟ କୁ ଦ୍ୱାହିଦେଇ
ଆଖିର ଲୁହକୁ ପଥର କରେ……
ମଣିଷ ବୁୁଝେନି ମଣିଷର ଦୁଃଖ କୁ
ତା\’ର ଅ ।ହତ ମନକୁ
ଯନ୍ତ୍ରଣା ଦ୍ୱୀପରରେ ନିର୍ବାସିତ କରି
ଦେଇଚାଲେ ବ୍ୟଥା ଓ ଛଳନା
ଚକ୍ଷୁରେ ଲୁହଟୋପା ଭରି
ଅଭିନୟ କରିଚାଲେ ଅଭିନବି ମଣିଷ
ନିଷ୍ଠୁର ସାଜି କରେ ଉପହାସ
ହୃଦୟରେ ନିଆଁ ଜଳାଇ ହୁଏ ଖୁସି…….
କିଏ ଏଠି ସ୍ତ୍ରୀ ର ଗର୍ଭସ୍ଥ ଶିଶୁ ପାଇଁ
ମେଡିକାଲ କାନ୍ଥରେ ଆସି ଆଉଜି
ଇଶ୍ୱରଙ୍କୁ ଗୁହାରୀ କରେ
ତ କିଏ ନିଜର ଭୋକ ମେଣ୍ଟାଇବା କୁ
ମୋ ଭଳି ଅଧିଆ ପଡେ
ଜୀବନଟା ଦୁସଃହ ସାଜିଯାଏ
ମୋ ଜୀନର ପରିଧିରେ
ମୁଁ ଏକ କଳଙ୍କିତ ଅଧ୍ୟାୟ ଟିଏ…….
ମୋ ଜୀନର ଅଙ୍କ ବୁଝିହୁଏ
ନି କାହାକୁ ବୁଝାଇ ହୁଏ
ମୁଁ ଏକ ଏମିତି ଗଣିତ
ଯାହା ୁଝିବା ନୁହେଁ ୋଧଗମ୍ୟ
ଜୀନର ଚଲାପଥରେ ପ୍ରତି ପଦକ୍ଷେପ
ଥାଏ ଭୟ ହିଁ ଭୟ
ଏମିତି ଏକ ପଥ ମୋର
ସରେନାହିଁ ବାଟ…….
ମୋ ଜୀବନର ଅଙ୍କ କଷିକଷି
ଏ ଯାଏ ୁଝିହେଉନି ତା\’ର ଅର୍ଥ
ଏମିତି ଏକଅଛିଣ୍ଡା ଗଣିତ
ମିଳେନାହିଁ ତା\’ର ସୁତ୍ର
ମୋ ଜୀନର ଗଣିତରେ
ଭାଗଫଳ କାହିଁ କେତେ ଦୂର
ଯେଉଁଠି ଭାଜ୍ୟ ଅଟେ ଶୂନ
ସବୁଠି ପାଏ ମୁଁ ହତାଶର ଚିହ୍ନ……
