ବିଦେଶୀ ସାମ୍ବାଦିକଙ୍କ ବିସ୍ଫୋରକ ତଥ୍ୟ ବିଶ୍ୱକୁ ବିନାଶ କରିବ ଚୀନ

0
abtrax

ଆନ୍ଥ୍ରାକ୍ସଠୁ ଭୟଙ୍କର ଜୀବାଣୁ ଉପରେ ହେଉଛି ଗବେଷଣା
ନୂଅ ।ଦିଲ୍ଲୀ,(ଏଜେନ୍ସି): ବିଶ୍ୱକୁ କରୋନା ଭୂତାଣୁ ଦେଇ ସମୁଦାୟ ମାନବ ଜାତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚୀନର ଏବେ ଅ ।ଉ ଏକ ମାରାତ୍ମକ ଚାଲ୍ ଧରାପଡିଛି । କରୋନା ଭୂତାଣୁ ପରେ ଜୈବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଅ ।ରମ୍ଭ କରିଦେଇଛି ଚୀନ୍ । ନିଜକୁ ସର୍ବଶକ୍ତିମାନ୍ କରିବା ଲକ୍ଷ୍ୟରେ ଏକ ଘାତକ ଖେଳ ଖେଳିବାକୁ ଯାଉଛନ୍ତି ଏହାର ରାଷ୍ଟ୍ରମୁଖ୍ୟ ସି ଜିନ୍ପିଙ୍ଗ୍ । ଏହି ଭୟଙ୍କର ଜୈବାସ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ସର୍ବଦା ଚୀନ୍ର ହାତଟେକାକୁ ଚାହିଁ ରହିଥିବା ପଡୋଶୀ ପାକିସ୍ତାନ ପୂର୍ଣ୍ଣ ସହଯୋଗ କରୁଛି । ପାକିସ୍ତାନ ଓ ଚୀନ୍ ମଧ୍ୟରେ ଏଥିପାଇଁ ସ୍ୱାକ୍ଷରିତ ହୋଇଛି ଏକ ଗୋପନ ଚୁକ୍ତି । କରୋନା ଭୂତାଣୁକୁ ବିଶ୍ୱବ୍ୟାପକ କରିଥିବା ଚୀନର ଅପଖ୍ୟାତ ଉହାନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ସହିତ ପାକିସ୍ତାନ ମିଲେଟାରୀର ପ୍ରତିରକ୍ଷା ବିଜ୍ଞାନ ଓ ବୈଷୟିକ ସଂଗଠନ (ଡିଇଏସଟିଓ) ମିଳିତ ଭାବେ ଏକ ଭୟଙ୍କର ଜୀବାଣୁ ଉପରେ ଏବେ ଗବେଷଣା ଆରମ୍ଭ କରିଛନ୍ତି ।
କରୋନା ଭୂତାଣୁ ଉହାନ୍ ଭିରୋଲୋଜି ଗବେଷଣାଗାରରୁ ଅ ।ସିଥିବା ଅ ।ମେରିକା ବହୁ ପୂର୍ବରୁ ସୂଚନା ଦେବା ପରେ ଏବେ ଉକ୍ତ ଗବେଷଣାଗାରକୁ ଚୀନ୍ ଏକପ୍ରକାର ବନ୍ଦ କରିଦେଇଛି । ଅଧିକରୁ ଅଧିକ ଘାତକ ଓ ମହାମାରୀ ସୃଷ୍ଟିକାରୀ ଭୂତାଣୁ ପ୍ରସ୍ତୁତ କରି ବିଶ୍ୱର ସମୃଦ୍ଧଶାଳୀ ରାଷ୍ଟ୍ର ଓ ଶତ୍ରୁ ରାଷ୍ଟ୍ରଙ୍କଠାରେ ପ୍ରୟୋଗ କରିବା ଲାଗି ଚୀନ୍ କରୁଥିବା ଷଡ଼ଯନ୍ତ୍ରରେ ଏବେ ଦେବାଳିଅ । ପାକିସ୍ତାନ ସରକାର ସାମିଲ ହୋଇଛି । ଆନ୍ଥ୍ରାକ୍ସ ଭଳି ଭୟଙ୍କର ଭୂତାଣୁ ଉପରେ ଗବେଷଣା କରି ଏହାକୁ ଜୈବିକ ଅସ୍ତ୍ର ରୂପେ ଶତ୍ରୁ ରାଷ୍ଟ୍ରଙ୍କ ଉପରେ ପ୍ରୟୋଗ କରିବାକୁ ଚୀନ୍ ଚାଲ୍ ଚଳାଇଛି । ଏଥିପାଇଁ ଉହାନ୍ରୁ ଗବେଷଣାଗାରକୁ ଉଠାଇ ନେଇ ପାକିସ୍ତାନର ଏକ ଗୋପନୀୟ ସ୍ଥଳରେ ଏହି କାର୍ଯ୍ୟ ଜାରି ରଖିବା ଲାଗି ଉଭୟ ସଂସ୍ଥା ମଧ୍ୟରେ ଏକ ୩ ବର୍ଷିୟା ଗୋପନ ଚୁକ୍ତି ହୋଇସାରିଥିବା ଅଷ୍ଟ୍ରେଲିଅ ।ର ଖ୍ୟାତନାମା ଅନୁସନ୍ଧାନକାରୀ ସାମ୍ବାଦିକ ଅ ।ଣ୍ଟୋନୀ କ୍ଲାନ୍ ଉଲ୍ଲେଖ କରିଛନ୍ତି ।
ଅ ।ମେରିକା ସହିତ ବାଣିଜ୍ୟ ଯୁଦ୍ଧ, ଭାରତ ବିରୋଧରେ ସୀମା ବିବାଦ ଏବଂ ଜାପାନ, ଅଷ୍ଟ୍ରେଲିୟା, ବ୍ରିଟେନ୍ ଭଳି ରାଷ୍ଟ୍ରଙ୍କ ଉପରେ ନିଜର ବିସ୍ତାରବାଦୀ ଅ ।ଭିମୁଖ୍ୟ ଚଳାଇବା ଲାଗି ଚୀନ୍ ତା\’ର ପ୍ରତିରକ୍ଷା ବ୍ୟବସ୍ଥାରେ ଏଭଳି ଘାତକ ଜୈବିକ ଅସ୍ତ୍ର ସାମିଲ କରିବା ଲାଗି ଏଭଳି ଗବେଷଣା ଓ ଅନୁସନ୍ଧାନ ଚଳାଇଥିବା କ୍ଲାନ୍ ତାଙ୍କ ଅନୁସନ୍ଧାନମୂଳକ ଅ ।ଲେଖ୍ୟ, \”ଚାଇନାଜ୍ ଉହାନ୍ ଲାବ୍‌ଅପରେଟିଂ କଭର୍ଟ ଅପରେସନ୍ ଇନ୍ ପାକିସ୍ତାନ\’ରେ ଉଲ୍ଲେଖ କରିଛନ୍ତି । ଏସମସ୍ତ ପ୍ରକଳ୍ପ କାର୍ଯ୍ୟ ଲାଗି ଚୀନ୍ ଅ ।ର୍ଥିକ, ବୈଷୟିକ, ଯାନ୍ତ୍ରିକ ଓ ବୈଜ୍ଞାନିକ ସହାୟତା ପାକିସ୍ତାନକୁ ଯୋଗାଇବ । ଏହି ପ୍ରକଳ୍ପରେ କିଭଳି ବ୍ୟାସିଲସ୍ ଥୁରିନେଜେନେସିସ୍ (ବିଟି)କୁ ଅ ।ଇସୋଲେଟ୍ (ଅଲଗା) କରାଯାଇପାରିବ ଏବଂ ଏହାଦ୍ୱାରା ଉକ୍ତ ବୀଜାଣୁ ଅଧିକ ଘାତକ ହୋଇପାରିବ ସେଥିପାଇଁ ପାକିସ୍ତାନରେ ଚୀନ୍ ସଫଳ ମାଟି ପରୀକ୍ଷଣ କରିସାରିଛି । ବାସିଲସ୍ ଅ ।ନ୍ଥ୍ରାସିସ୍ କିମ୍ବା ଅ ।ନ୍ଥ୍ରାକ୍ସର ନମୁନାକୁ ଅ ।ଣି ବିଭିନ୍ନ ରସାୟନିକ ଉପାୟରେ କିଭଳି ଏହି ପରଜୀବୀ (ପାଥୋଜେନ୍‌)କୁ କିଭଳି ଅଧିକ ମାରାତ୍ମକ କରାଯିବା ଏବଂ ଜୈବିକ ଯୁଦ୍ଧାସ୍ତ୍ରର ଏକ ଏଜେଣ୍ଟ ଭାବେ ପ୍ରୟୋଗ କରାଯାଇପାରିବ ସେଦିଗରେ ପ୍ରଭାବୀ କାର୍ଯ୍ୟକ୍ରମ ଚାଲିଛି ।
ଚୀନ୍ ବୈଜ୍ଞାନିକ ଏନେଇ ପାକିସ୍ତାନ ବିଜ୍ଞାନୀଙ୍କୁ ଅ ।ବଶ୍ୟକ ତାଲିମ ଦେଉଛନ୍ତିଛ ଚୀନ୍ ଗୋଟିଏ ପଟେ ନିଜକୁ ଅ ।ର୍ଥିକ ସମୃଦ୍ଧ କରୁଥିବାବେଳେ ଅନ୍ୟପଟେ ତା\’ର ଏହି ଘାତ ପ୍ରକଳ୍ପରେ ଭାରତ ବିରୋଧୀ ପାକିସ୍ତାନକୁ ଲଗାଇ ଦେଇଛି । ପାକିସ୍ତାନ କେତେକ ଭୂତାଣୁ ସଂଗ୍ରହ କରି ତା\’ର ଡାଟାବେସ୍ ପ୍ରସ୍ତୁତ କରୁଛି । ପାକିସ୍ତାନ ଏହାକୁ ବିକଶିତ କରି ପ୍ରଥମେ ଭାରତ ଉପରେ ପ୍ରୟୋଗ କରୁ ବୋଲି ଚୀନ୍ ପ୍ରକାରାନ୍ତରେ ଚାହୁଁଛି । କ୍ରିମିଅ ।ନ୍ କଙ୍ଗୋ ହେମୋରୋହାଜିକ୍ ଫିଭର ଭାଇରସ୍ (ସିସିଏଚଏଫଭି) ଭଳି ଏକ ଜ୍ୱର ସୃଷ୍ଟିକାରୀ ଭୂତାଣୁ ଉପରେ ଚୀନ୍‌-ପାକିସ୍ତାନ ଜୈବିକ ପ୍ରକଳ୍ପ ଚଳାଇଛନ୍ତି । ଏହି ଜ୍ୱରରେ ଅ ।କ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୨୫ ପ୍ରତିଶତ ନିଶ୍ଚିତ ମୃତ୍ୟୁବରଣ କରିବା ଅ ।ଶଙ୍କା ରହିଛି । ଇବୋଲା ଭଳି ଏହା ଏକ ମାରାତ୍ମକ ଭୂତାଣୁ ବୋଲି କୁହାଯାଉଛି ।
ଉହାନ୍ ପରୀକ୍ଷାଗାରରୁ କରୋନା ସଂକ୍ରମଣ ବ୍ୟାପିବା ପରେ ଏହି ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚୀନ୍ ବୈଜ୍ଞାନିକ ମଧ୍ୟ ଚିନ୍ତିତ ରହିଛନ୍ତି । ୪ର୍ଥ ଶ୍ରେଣୀ ରୋଗର ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଲ୍ୟାବ୍ ସୁରକ୍ଷିତ ନୁହେଁ ବୋଲି ଚୀନ୍ ଭୂତାଣୁବିô ଜାଣିପାରିଛନ୍ତି । ତେଣୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସଖୀ କଣ୍ଢେଇ ପଡୋଶୀ ପାକିସ୍ତାନରେ ଏଭଳି ପରୀକ୍ଷା ଚଳାଇ ଜୈବିକ ଯୁଦ୍ଧାସ୍ତ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ବେଜିଂ ଗୋପନ ଚୁକ୍ତି କରିଛି ।
ସୂଚନାଯୋଗ୍ୟ ଦିନକ ତଳେ ଏଭଳି ଏକ ଖବରକୁ ମଧ୍ୟ ଅ ।ମେରିକା ଗୁଇନ୍ଦା ସଂସ୍ଥା ଉନ୍ମୋଚନ କରିବା ପରେ ଟ୍ରମ୍ପ୍ ପ୍ରଶାସନ ଚୀନ୍ ଉପରେ ବର୍ଷିଛନ୍ତି । ଅ ।ମେରିକା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିଓ ମଧ୍ୟ ଏନେଇ ଚୀନକୁ ଅଧିକ ଘେରାବନ୍ଦୀ କରିବାକୁ ସମସ୍ତ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କୁ ଅ ।ହ୍ୱାନ ଦେଇଛନ୍ତି ।
ଚୀନର ଏଭଳି ଘାତକ ଷଡ଼ଯନ୍ତ୍ର ଉପରେ ମାର୍କିନ୍ ଗୁଇନ୍ଦା ସଂସ୍ଥା ସିଅ ।ଇଏ ତଥ୍ୟ ପ୍ରଦାନ କରିଛି । ପ୍ରଥମେ ଡୋକ୍ଲାମ୍ ଓ ନିକଟରେ ପୂର୍ବ ଲଦାଖର ଗଲା୍ୱାନ୍ ଘାଟିରେ ଚୀନ୍ ସେନା ଭାରତୀୟ ଯବାନଙ୍କଠାରୁ ପ୍ରତ୍ୟକ୍ଷ ଯୁଦ୍ଧରେ କଡ଼ା ମୁକାବିଲାର ସାମ୍ନା କରିବା ପରେ ଏବେ ପାକିସ୍ତାନ ମାଟିରେ ତା\’ର ଗୋପନ ଜୈବିକ ଯୁଦ୍ଧାସ୍ତ୍ର ପ୍ରକଳ୍ପକୁ ଚଳାଇ ବିଶ୍ୱରେ ଏକଛତ୍ରବାଦୀ ଅ ।ଭିମୁଖ୍ୟ ପ୍ରଦର୍ଶନ କରିବାକୁ ଚୀନ୍ ମୁଖିଅ । ଜିଙ୍ଗ୍ପିନ୍ ରଣନୀତି କରିଛନ୍ତି । ତେବେ ଜୈବିକ ଯୁଦ୍ଧାସ୍ତ୍ରର ପରିଣତି ଯେ କିଭଳି ମାନବିକ, ସାମାଜିକ, ଅ ।ର୍ଥିକ ଓ ପରିବେଶଭିତ୍ତିକ ବିପର୍ଯ୍ୟୟ ସୃଷ୍ଟି କରିବ ତାହା ଚୀନ୍ ଭୁଲିଯିବା ଅନୁଚିତ । କାରଣ ଅନ୍ୟ ପାଇଁ ଗାତ ଖୋଳିଲେ ସେଥିରେ ନିଜେ ପଡିବା କ୍ଷତିଗ୍ରସ୍ତ ହେବାର ଅ ।ଶଙ୍କା ରହିଛି । ଭାରତ ବିରୋଧୀ ଉଭୟ ପାକିସ୍ତାନ ଓ ଚୀନ୍ ଏହା ବୁଝିବା ଉଚିତ ।

Leave a Reply

Your email address will not be published. Required fields are marked *