ପାଞ୍ଚ ଛୁଆଙ୍କୁ ଧରି ଦୁର୍ଦ୍ଦିନରେ କବିତା, ଭଙ୍ଗା କୁଡିଆରେ ବିତୁଛି ଜୀବନ
ନୟାଗଡ଼଼, (ପ୍ରବାହ ନ୍ୟୁଜ୍): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଲୋକ ମାନଙ୍କ ପାଇଁ ଉପହାସ ପାଲଟିଛି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡିଥିବା ବେଳେ ଅସାଧୁ ହିତାଧିକାରୀ ହାତଉଛନ୍ତି ସରକାରୀ ଯୋଜନା । ସବୁ, ବାବୁ ଜାଣିଶୁଣି କାମ ହେଉଥିବା ଜଣାପଡିଛି । ପ୍ରତିବର୍ଷ ନୟାଗଡ଼ ଜିଲ୍ଲାକୁ ହଜାର ହଜାର ସଂଖ୍ୟକ ଆବାସ ଆସୁଥିବା ବେଳେ, କବିତାର ଘରକୁ ଦେଖିଲେ ଆସୁଥିବା ଆବାସ କୁଆଡେ ଯାଉଛି ବୋଲି ସୃଷ୍ଟି ହେଉଛି ପ୍ରଶ୍ନବାଚୀ? ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ୩ପୁଅ, ୨ଝିଅକୁ ନେଇ କାଳତିପାତ କରୁଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ କେବଳ ଖାଦ୍ୟ ସରୁକ୍ଷା ଯୋଜନାରେ ରାସନ ଯୋଗାଇ ଦେଉଥିବା ବେଳେ ଆଉ ସବୁ ଯୋଜନା ଅପହଞ୍ଚ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧୁଷିତ କରଚୁଲି ଗ୍ରାମର ଅନିରୁଦ୍ଧ ମଳିକଙ୍କୁ କବିତା ପ୍ରଧାନ ୧୮ବର୍ଷ ତଳେ ବାହାଘର ହୋଇଥିଲା । ତେବେ ଉଭୟଙ୍କ କୋଳରୁ ୪ଟି ସନ୍ତାନ ଜନ୍ମ ହେବା ପରେ, ଆଉ ଗୋଟିଏ ସନ୍ତାନ ମା ପେଟରେ ବଢୁଥିବା ବେଳେ ଅନିରୁଦ୍ଧ ଆଉ ଜଣେ ମହିଳାଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ତେବେ ପ୍ରତିମାଙ୍କ ସ୍ୱାମୀ ଅନିରୁଦ୍ଧ ଅନ୍ୟ ଜଣେ ମହିଳାଙ୍କ ସହିତ ଫେରାର ହେବା ପର ଠାରୁ କବିତାଙ୍କ ହସ, ଖୁସି, ସଂସାରରେ କଳା ମେଘ ଘୋଟିଯାଇଛି । ସ୍ୱାମୀ ଫେରାର୍ ହେବାର ବେଦନାକୁ ସାଥି କରି ପେଟରେ ଥିବା ୫ମ ଛୁଆକୁ ଜନ୍ମ ଦେଇଥିଲା କବିତା । ତେବେ ଛୋଟ ଛୁଆ ସହିତ ଆଉ ୪ଜଣ ସନ୍ତାନକୁ ଧରି କବିତା ପକ୍ଷେ ଚଳିବା କଷ୍ଟସାଦ୍ୟ ହୋଇ ପଡିଛି । ସତେ ଯେମିତି… ବିଧିର ବିଧାନ କବିତା ପାଇଁ ନିଷ୍ଠୁର ସାଜିଛି । ସ୍ୱାମୀ ଫେରାର ହୋଇଯିବାର ବେଦନା ତା’ ସହିତ ଆର୍ଥିକ ପରିସ୍ଥିତି, ତା’ ସାଙ୍ଗକୁ ଘର ଭିତରୁ ଦିନରେ ସୂ୍ର୍ଯ୍ୟ, ରାତିରେ ତାରା ଦେଖା ଯାଉଥିବା ଭଙ୍ଗା, ଦଦରା ଜରିପାଲ ଘୋଡା ଯାଇଥିବା କୁଡ଼ିଆରେ ରହୁଥିବାର ଦେଖିବାକୁ ମିଳିଛି । ତେବେ ପିଲାମାନଙ୍କୁ ପାଠ ପଢାଇ ବଡ ମଣିଷ କରିବା ଆଶା ରଖିଥିବା କବିତା, ଅର୍ଥ ଅଭାବରୁ ତା’ର ଆଶା, ଆଶାରେ ରହିଯାଇଛି । ସ୍ୱାମୀ ଦୀର୍ଘ ୬ବର୍ଷ ହେଲା ଛାଡି ଫେରାର ହୋଇଯାଇଥିବା ବେଳେ ମଧ୍ୟ ହାର୍ ମାନିନାହାନ୍ତି କବିତା । ପିଲାଛୁଆକୁ ବଡ କରିବା ପାଇଁ ଆ’ ତା ଦୁଆରେ ବା ଜମିରେ ଶ୍ରମିକ ପାଲଟି କାମ କରନ୍ତି, ସେଥିରୁ ଯେଉଁ ଦି ପଇସା ହୁଏ, ପୁଅଝିଅ ୫ଜଣଙ୍କ ସହିତ କବିତା ଦୁର୍ଦ୍ଦିନରେ କାଳତପାତ କରୁଛନ୍ତି । ଏବଂ ଏଭଳି ଭାବେ ଅର୍ଥ ଅଭାବ ରହିଯେ, ରହୁଥିବା ଝୁମ୍ପୁଡି ଘରଟିକୁ ମଧ୍ୟ ଛପର କରିବା ଅସମ୍ଭବ ।
କେବଳ ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମୁଠାଏ ସାହା ହେଉଥିବା ବେଳେ ବସୁନ୍ଧରା ଯୋଜନା ମାଧ୍ୟମରେ ଜାଗାଟିଏ ଏବଂ ଆବାସ ଯୋଜନା ମାଧ୍ୟମରେ ଆବାସ ଟିଏ ସ୍ୱପ୍ନ ପାଲଟିଛି । ତେଣୁ ଗୋଟିଏ ଝୁମ୍ପୁଡି ଘର ଭିତରେ ରୋଷୋଇ କରିବା ସହିତ ଆସବାପତ୍ର ରଖିବା ଏବଂ ଛ ପ୍ରାଣୀକୁଟୁମ୍ବ ଚଳିବା କଷ୍ଟସାଧ୍ୟ ହୋଇପଡିଛି । ଏବଂ ଯେତେ ବେଳେ ବର୍ଷା, ପବନ କିମ୍ବା ପ୍ରାକୃତିକ ବିପର୍ଯ୍ୟସ୍ତ ଆସୁଛି କବିତାର ଦୁଃଖ କହିଲେ ନସରେ । ଘରେ ଯମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଜଙ୍ଗଲ ପରିବେଶ ଭିତରେ ଯେହେତୁ କବିତା ରହୁଛନ୍ତି, ବିଭିନ୍ନ ପ୍ରକାରର ସରିଶୃପ କବିତାଙ୍କ ପାଇଁ କାଳ ସାଜିଛନ୍ତି । ଏନେଇ କବିତା ବାରମ୍ବାର ବହୁ ରାଜନେତାଙ୍କୁ ନିଜର ଦୁଃଖ ବିଷୟରେ କହିଥିବା ବେଳେ ସମସ୍ତଙ୍କ ଠାରୁ ଆସ୍ୱଶନା ପାଇ ନିରବୀ ଯାଇଛନ୍ତି । ତେଣୁ କବିତା ଦୁଃଖଦ ଅବସ୍ଥାକୁ ଦେଖିଲେ ଆମ ଦେଶ ସ୍ୱାଧିନ ହୋଇଛି କି ନାହିଁ ମନେହୁଏ ।ଦେଶ ସ୍ୱାଧିନତା ହେବାର ୭୩ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଲୋକ ଅବହେଳିତ ଅସ୍ପେଶିତ । କ’ଣ ପାଇଁ କବିତାକୁ ମିଳିପାରୁନି ନିଜର ସ୍ୱାଧିନତା? କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଗୁରୁବାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ କାହିଁକି ଅବହେଳିତ ଓ ଗରିବ ଲୋକଙ୍କ ପାଖରେ ପହଞ୍ôଚ ପାରୁନି ସରକାରୀ ଯୋଜନା? ତେବେ କାହା ପାଇଁ ଏତେ ଯୋଜନା? ଆର୍ଥିକ ସମ୍ବଳ ନଥିବାରୁ ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଚାଲିଯାଉଛି । ତେବେ କାହା ପାଇଁ ହୋଇଛି ସର୍ବ ଶିକ୍ଷା ଅଭିଯାନ? ତେବେ ସରକାର ଗରିବ ଗୁରୁବାଙ୍କ ପାଇଁ ଏତେ ସବୁ ଯୋଜନା ସମବେଦନା ନା ହାସ୍ୟସ୍ପଦ! ଯେ କୌଣସି ଲୋକ ଗଲେ ବି କବିତା ରହୁଥିବା ଏବଂ ତା ପିଲାଛୁଆ ଘରକୁ ଦେଖିଲେ ସରକାର ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ଜଣାପଡିବ । ଯଦି କୌଣସି ସହୃଦୟ ବ୍ୟକ୍ତି କବିତାକୁ ସାହାର୍ଯ୍ୟ ସହଯୋଗ କରିପାରନ୍ତେ ତେବେ ପିଲାମାନଙ୍କର ଭବିଷ୍ୟତ ଗଢିବାରେ ସହାୟକ ହୋଇପାରନ୍ତା । ଏନେଇ ନୂଆଗାଁ ବ୍ଲକ୍ ଅଧିକାରୀଙ୍କୁ ପଚାରିବାରୁ, କବିତା ପ୍ରଧାନଙ୍କ ସ୍ଥିତି ଅନୁଧ୍ୟାନ କଲା ପରେ ଯାହା ସରକାରଙ୍କ ତରଫରୁ ସାହାର୍ଯ୍ୟ ସହଯୋଗ କରାଯିବା କଥା ତାହା କରାଯିବ ବୋଲି ନୂଆଗାଁ ବ୍ଲକ୍ ଅଧିକାରୀ ପ୍ରମୋଦ ଦଳବେହେରା ‘ପ୍ରବାହଟିଭି.କମ୍’ର ପ୍ରତିନିଧିଙ୍କୁ ଜଣାଇଛନ୍ତି ।

