ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ପଥର ମଧ୍ୟରେ ଫଶିରହିଥିବା ଯୁବକ ଉଦ୍ଧାର କରିଲେ ଅଗ୍ନିଶମ ବିଭାଗ
୧୭/୦୭/୨୦୨୨:ରାୟଗଡ଼ା ସଦର ଚେକାଗୁଡ଼ା ନିକଟରେ ରହିଥିବା ଝୁଲା ବ୍ରିଜ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନାଗାଵଲି ନଦୀ ପଥର ମଧ୍ୟରେ ଫଶି ରହିଥିଲେ ଦୁଇଟି ଯୁବକ । ଯୁବକ ଦୁଇଜଣ ହେଉଛନ୍ତି କାଶୀପୁର ବ୍ଲକ ଅନ୍ତର୍ଗତ କୋଡ଼ିପାରି ଗ୍ରାମର ବୋଲି ଜଣାପଡିଛି । ସୁନାମ ନାୟକ ଓ ସୁଧୀର ନାୟକ ବୋଲି ସୂଚନା ମିଳିଛି । ଝାଡାବାନ୍ତି ହେଉଥିବା ହେତୁ ତାଙ୍କ ମାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଦୁଇଜଣ ଯୁବକ ଆଜି ରାୟଗଡ଼ା ପର୍ଯ୍ୟଟନ ସ୍ଥଳୀ ଝୁଲା ବ୍ରିଜକୁ ବୁଲିବା ନିମନ୍ତେ ଆସିଥିଲେ ତତ୍ପରେ ଦୁଇଜଣ ଯୁବକ ନଦୀ ମଧ୍ୟକୁ ଯାଇଥିଲେ ଅଚାନକ ନଦୀ ପାଣିର ହାର ବୃଦ୍ଧି ପାଇଥିବା ବେଳେ ସେମାନେ ଦୁଇଜଣ ଯୁବକ ନଦୀ ମଧ୍ୟରେ ଫଶିରହିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କୁ ଦୀର୍ଘ ୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଉଦ୍ଧାର କରିଲା ଅଗ୍ନିଶମ ବିଭାଗ । ଘଟଣା ସ୍ତଲରେ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ତଲରେ ଏସ.ଡ଼ି.ପି.ଓ ଦେବଜ୍ୟୋତି ଦାସ ଓ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।
