ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ପୁରୀ ଅ ।ଜି ସାରା ଦୁନିଅ ।କୁ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି । ମହାପ୍ରଭୁ ନିଜେ ବାହାରକୁ ଅ ।ସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଅ ।ମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଅ ।ପଣେଇବାକୁ ହେବ । ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଅ ।ମକୁ ବିଜୟ ଅ ।ଣିଦେବ । ସୋମବାର ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏକ ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି, ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି । ବିନାଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତନୀତି ସୁରୁଖୁରୁରେ ଶେଷହୋଇଛି । ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀର ଜନସାଧାରଣଙ୍କୁ ଏବଂ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ସେ କହିଛନ୍ତି, ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ୱ ଅ ।ମ ଉପରେ ନଜର ରଖିଛି । ଅ ।ମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ଏହା ଉପରେ ସାରା ବିଶ୍ୱ ନଜର ରଖିଥିଲା । ମହାପ୍ରଭୁଙ୍କ ଅ ।ଶୀର୍ବାଦରୁ ଅ ।ମେ ସଫଳ ହୋଇଛୁ । ଶୃଙ୍ଖଳାର ସହ କାମକରି ସାରାବିଶ୍ୱ ପାଇଁ ଉଦାହରଣ ସୃଷ୍ଟିକରିଛୁ । ମହାପ୍ରଭୁ ୪ ଦିନ ବଡଦାଣ୍ଡରେ ରହିଲେ । କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି କେହି ଜଣେ ବି ରାସ୍ତାକୁ ଅ ।ସିନଥିଲେ । ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ । ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ, ସେମାନଙ୍କ ତ୍ୟାଗର ତୁଳନା ନାହିଁ । ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ ।
ନବୀନ କହିଛନ୍ତି, ବର୍ତ୍ତମାନ ସାରା ଦେଶ ଅନ୍ଲକ ହେବା ଅ ।ରମ୍ଭ କରିଛି । ଅ ।ଉ ବିଶେଷ କିଛି କଟକଣା ନାହିଁ । ସାରା ବିଶ୍ୱରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି । ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି । ଅ ।ମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ବର୍ଷା ଋତୁ ପାଇଁ ମୁଁ ଅ ।ପଣମାନଙ୍କୁ ଅ ।ଗରୁ ସାବଧାନ କରିଥିଲି । କୋଭିଡ୍ ପାଇଁ ଟିକା ବା ଔଷଧ ନବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ୱାଭାବିକ ହେବ ନାହିଁ । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଅ ।ମକୁ ତ୍ୟାଗ କରିବାକୁ ହେବ । ମୁଁ ପୁଣିଥରେ ଅ ।ପଣମାନଙ୍କୁ ଅନୁରୋଧ କରୁଛି ଅ ।ପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ ।
