ଚଇତି ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା
ଓଲିଉଡ ତାରକା ଅସୀମା ପଣ୍ଡା ଙ୍କ ସଙ୍ଗୀତରେ ଝୂମିଲେ ଦର୍ଶକ
ରାୟଗଡ଼ା:୨୧/୦୧(ନି. ପ୍ର): ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଆକର୍ଷଣୀୟ ପାରମ୍ପରିକ ଲୋକନୃତ୍ୟ, ଓଡିଶୀ ନୃତ୍ୟ ସହ ଆଧୁନିକ ସଙ୍ଗୀତରେ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଥିଲା ଚଇତି ମଞ୍ଚ । ଆଜି ଲୋକ ମହୋତ୍ସବର ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଚଇତି ପଡ଼ିଆରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ଯାଏଁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ଓ ସଙ୍ଗୀତରେ ଦର୍ଶକଙ୍କୁ ମତୁଆଲା କରିଥିଲା ।ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଲୋକ ମହୋତ୍ସବ ଚଇତି ର ତୃତୀୟ ସାନ୍ଧ୍ୟରେ ମୁଖ୍ୟ ଅତିଥି ଭାବେ ଅନୁସୂଚୀତ ଜାତି,ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ମାଝୀ, ସମ୍ମାନୀତ ଅତିଥି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ରାୟଗଡ଼ା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୂସୟା ମାଝୀ, କୋରାପୁଟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ମାଲକାନଗିରି

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପଛୁଆ ଜାତି ବିକାଶ ରାଜ୍ୟ ଉପଦେଷ୍ଟା ପ୍ରୁଥୀରାଜ ସାହୁ, ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ଼ ସମେତ ଚନ୍ଦ୍ରପୁର,ଗୁଡ଼ାରୀ, ବିଷମକଟକ, କଲ୍ୟାଣସିଂପୁର ଓ କାଶୀପୁର ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲାର ଜନଜାତିଙ୍କ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଚଇତି ମହୋତ୍ସବ ର ମୂଳ ଲକ୍ଷ୍ୟ ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିବା ଉପସ୍ଥିତ ଅତିଥିମାନେ ନିଜ ନିଜର ମତ ପ୍ରକାଶ କରିଥଲେ । ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ

ଆରମ୍ଭରେ କୁନି କୁନି ପିଲା ମାନଙ୍କ ଓଡ଼ିଶୀ ନୃତ୍ୟ, କୋଲକାତାର ବଙ୍ଗାଳୀ ଲୋକନୃତ୍ୟ,ଜଗତସିଂପୁର ର ଘୋଡ଼ା ନାଚ, ପୁଟାସିଂ ଅଞ୍ଚଳ ର ଲାଞ୍ଜିଆ ସୌରା ଙ୍କ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଆଜିର ସନ୍ଧ୍ୟାରେ ସ୍ଵତନ୍ତ୍ର ଆକର୍ଷଣ ଥିଲା ଓଲିଉଡ ତାରକା ଅସୀମା ପଣ୍ଡା ଓ ସାଥୀଙ୍କ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ ହଜାର ହଜାର ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଅସୀମାଙ୍କ ଆଧୁନିକ ସଙ୍ଗୀତରେ ଚଇତି ପଡ଼ିଆ ଦର୍ଶକମାନେ ଝୂମିଥିଲେ । ଚଇତି ମଞ୍ଚ ରେ ୯ ଜଣଙ୍କୁ ଚଇତି ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଚାଟିକଣା ଓପିଲିପି ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।
