କରୋନା ଯୋଦ୍ଧା ଅସୀମା
ପଞ୍ଚାୟତର ଘରେ ଘରେ ପରିଚିତ ଅସୀମା ଦିଦିୟଅଙ୍ଗନବାଡ଼ି କର୍ମୀ ଭାବେ ପ୍ରତିଟି ଘରେ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଘରେଘରେ ପହଞ୍ଚାଇବା ସହ ଗର୍ଭବତୀ ତଥା କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ରକ୍ଷାକୁ ପ୍ରାଥମିକତା ଦେଇଆସିଛନ୍ତି । ବ୍ୟକ୍ତିଗତ ଜୀବନରେ ଅଜସ୍ର ଦୁଃଖ ଯାତନା ଥିଲେ ବି କେବେ ବିଚଳିତ ହେଇନାହାନ୍ତି ଅସୀମାୟଖୁବ ଅଳ୍ପ ବୟସରୁ ସ୍ୱାମୀଙ୍କୁ ହରାଇ ଦୁଇ ଛୁଆଙ୍କୁ ମଣିଷ କରିବା ଲାଗି ଦୁଃସ୍ଥ ଅ ।ର୍ଥିକ ସ୍ଥିତି ସହ ଅ ।ରମ୍ଭ କରିଥିଲେ ସଂର୍ଘଷୟସ୍ୱାଭିମାନ ସହ ନିଜକୁ ସ୍ୱାବଲମ୍ବୀ କରି ଦୁଇ ଛୁଅ ।ଙ୍କୁ ସାର୍ମଥ୍ୟ ଅନୁଯାୟୀ ମାନବୀ । ମୂଲ୍ୟବୋଧ ସହ ଗଢି ତୋଳିଛନ୍ତି । ସଂପ୍ରତି କରୋନା ମହାମାରୀ ସମୟରେ ମଧ୍ୟ ପଂଚାୟତର ଅନ୍ୟ କରୋନା ଯୋଦ୍ଧା ମାନଙ୍କ ଠାରୁ ଦି ପାଦ ଅ ।ଗରେ ଅଛନ୍ତି ଅସୀମା ଦିଦି । ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ନିଜ କର୍ତ୍ତବ୍ୟ ସଂପାଦନା କରିବା ସହ ନିଜସ୍ୱ ଉଦ୍ୟମ ତଥା ଢ଼ଙ୍ଗରେ ବାଣ୍ଟି ଚାଲିଛନ୍ତି ସଚେତନତା ବାର୍ତ୍ତା । ତୁଳଙ୍ଗ, ବ୍ରହ୍ମପୁର, ଓରବା ଆଦି ଗାଁରେ ଘର ଘର ବୁଲି ସର୍ଭେ କରିବା ସହ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦେଇଚାଲିଛନ୍ତି । ବିଶ୍ୱ ମହାମାରୀ ପରି ଘଡିସନ୍ଦି ମୂହୁର୍ତ୍ତରେ ସାହାସ ସହ କିପରି ନିଜର ତଥା ସମାଜର ରକ୍ଷା କରିହେବ ସେ ଲାଗି ଲୋକମାନଙ୍କୁ ପରାମର୍ଶ ଦେଇଚାଲିଛନ୍ତି । ଘରେ ଘରେ ଗର୍ଭବତୀ ତଥା ପ୍ରସୁତି ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସେ ଦେଉଥିବା ଉପାଦେୟ ଉପଦେଶ ବେଶ ଫଳପ୍ରଦ ହୋଇପାରିଛି । ଅପପୃଷ୍ଟି ତଥା ବୟସ ଅନୁପାତରେ ଓଜନ କମ ରହୁଥିବା ଶିଶୁ ମାନଙ୍କ ବିଶେଷ ଯତ୍ନ ନେବା ଲାଗି ପରାମର୍ଶ ଦେବାସହ କରୋନା ମହାମାରୀ ପରେ ସେମାନଙ୍କ ଚିକିତ୍ସା ପାଇଁ ସଜାଗ ରହନ୍ତିୟସକାଳ ଆରମ୍ଭ ହେବା ଠାରୁ ସଂଜ ନଇଁବା ଯାଏ ଭୋକ ଶୋଷ ଭୁଲି ଗାଁ ଗାଁ ବୁଲି ସଚେତନତା ବାର୍ତ୍ତା ।
