ଅନ୍ତେବାସୀଙ୍କୁ ବସ୍ତ୍ର ଓ ଆମ୍ବ ଉପହାର ଦେଲେ ତେସିଙ୍ଗା ସରପଞ୍ଚ
ଭଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତର ବିଶୋଳ ଅଙ୍ଗନୱାଡି କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କୁ ନବବସ୍ତ୍ର ଓ ଆମ୍ବ ଉପହାର ସ୍ଥାନୀୟ ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଶୁକ୍ରବାର ଦେଇଛନ୍ତି । ରଜ ପର୍ବ ପାଳନର ଅବ୍ୟବହିତ ପୂର୍ବରୁ ପଞ୍ଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ସଙ୍ଗରୋଧରେ ଥିବା ଅନ୍ତେବାସୀଙ୍କ ସମେତ ଆଶାକର୍ମୀମାନଙ୍କୁ ମଧ୍ୟ ସରପଞ୍ଚ ନବବସ୍ତ୍ର ଓ ଆମ୍ବ ବିତରଣ କରିଥିଲେ । ସ୍ଥାନୀୟ ବିଡିଓ ବିଜୟ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବସ୍ତ୍ର ଓ ଆମ୍ବ ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡେଇ, ଜି.ପି.ଏନ.ଓ. ଚିନ୍ମୟ ସେନାପତି, ଶିକ୍ଷକ ରମାକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଫଟୋ-ସରପଞ୍ଚଙ୍କ ବସ୍ତ୍ର ଓ ଆମ୍ବ ବିତରଣ ।
