ଅନାହାର ଜୀବନଗଲା ଘଟଣା ଏସ୍ଆରସିଙ୍କ ପାଖରେ ଘଟଣାର ତଦନ୍ତ ଦାବି କଲ୍ା ଜିଲ୍ଲା କଂଗ୍ରେସ
ନୟାଗଡ଼଼, (ପ୍ରବାହ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କାଳିଆମ୍ବା ଗ୍ରାମର ସ୍ୱର୍ଗତ ଲୋକନାଥ ଜାନୀଙ୍କ ଝିଅ ଦୁଃଖୀ ଜାନୀ(୪୬) ପେଟକୁ ଦାନା ମୁଠେ ନପାଇ ଅନହାରରେ ମୃତ୍ୟୁ ହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇ ନଥିଲା । ଯାହାକୁ ଡେରିରେ ହଉ ପଛେ ନୟାଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଏହାର ସଠିକ୍ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନ୍ର(ଏସ୍ଆରସି)ଙ୍କୁ ବୁଧବାର ଦିନ ଚିଠି କରିବା ସହିତ ଏହାର ଏକ ନକଲ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କୁ ଦିଆଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା କାଳିଆମ୍ବା ଗ୍ରାମର ଅସହାୟ, ନିରାଶ୍ରୟ ଆଦିବାସୀ ଅଦୂଷିତ ଦୁଖୀ ଜାନୀ(୪୬)ଙ୍କର କେହି ସଂପକୀୟ ଲୋକ ନଥିବା ଏବଂ ଏକାକୀ ଜୀବନ ନିର୍ବାହ କରିବା କାରଣରୁ ବାରମ୍ବାର ବ୍ଲକ୍ ପ୍ରଶାସନ ପାଖରେ ପେଟକୁ ମୁଠାଏ ଦାନା ଦେବାକୁ ରାସନ କାର୍ଡ ପାଇଁ ଅନୁରୋଧ କରିଆସୁଥିଲେ । ତେବେ ବ୍ଲକ୍ ପ୍ରଶାସନ ରାସନ କାର୍ଡ ଖଣ୍ଡିଏ କରି ନଦେବାରୁ ଦୁଖୀ ଆ.. ଦୁଆର ତା.. ଦୁଆର ବୁଲି ମାଗିଯାଚି ଖାଉଥିଲେ । ଜଙ୍ଗଲରୁ ପାଣିଆଳୁ, କଡବ, ମହୁଲ, ଦାନ୍ତକାଠି, କେନ୍ଦୁପତ୍ର ଆଦି ସଂଗ୍ରହ କରି ବାହାରେ ଆଣି ବିକ୍ରୀ କରିବା ସହିତ କେତେବେଳେ କେମିତି ଶାଳ ପତ୍ର ସଂଗ୍ରହ କରି ଖଲି । ସେଥିରୁ ଯାହା ଦ୍ୱିପଇସା ମିଳେ ସେଥିରେ କଷ୍ଟେ ମଷ୍ଟେ ଚଳି ଯାଉଥିଲେ । କିନ୍ତୁ ଗତମାସ ୨୨ତାରିଖରୁ ପେଟକୁ ମୁଠାଏ ଦାନା ନପାଇ ଉପାସରେ ଥିଲେ । ତେବେ ୨୬ତାରିଖ ଦିନ ଜଙ୍ଗଲକୁ ଖାଦ୍ୟ ଅନେଶ୍ୱଣରେ ଯାଇଥିଲେ କିନ୍ତୁ ଜଙ୍ଗଲରେ ଅନାହାର ଦୁର୍ବଳ ଶରୀର କ୍ଷୀଣ ହେବାରୁ ଜଙ୍ଗଲରେ ଖସି ପଡିଥିଲେ । ଏବଂ ଘଟଣା ସ୍ଥଳରେ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଦୁଖୀର ମୃତ୍ୟୁ ପରେ ମଧ୍ୟ ଆହାଃ କରିବାକୁ କେହି ନଥିଲେ । ତେଣୁ ବାଧ୍ୟ ହୋଇ ଗ୍ରାମର କିଛି ଲୋକ ଦୁଖୀଙ୍କ ମୃତ ଶରୀରକୁ ପୋଡିବା ବଦଳରେ ଜଙ୍ଗଲରେ ପୋତି ଦେଇଥିଲେ । ପରିତାପ ବିଷୟ ଯେ, ଦୁଖୀ ଅନାହାରରେ ମୃତ୍ୟୁ ହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ତଦନ୍ତ କରାଯାଇ ନାହିଁ କି ଉତ୍ତର ଦେଇ ନାହିଁ । ଯାହାଫଳରେ ଜିଲ୍ଲା କଂଗ୍ରେସ ତକ୍ତାଳିନ ଜିଲ୍ଲା ସଭାପତି ରଣଜିତ୍ ଦାଶ ସ୍ୱତନ୍ତ୍ର ରିଲିଫ୍ କମିସନ୍ର(ଏସ୍ଆରସି)କୁ ଏହାର ସ୍ୱତନ୍ତ୍ର ଭାବେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ ବାରମ୍ବାର ଗଣମାଧ୍ୟମରେ ଦୁଖୀଙ୍କ ଅନାହାରରେ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ୍ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଥିବା ତଦନ୍ତ ନକରିବାରୁ ଜଣାପଡିଛି ।
