ମାଟ୍ରିକ୍‌ ପାସ୍‌ ପରେ ୧୬ ବର୍ଷୀୟା ନାବାଳିକାକୁ ନେଇ ଯୁବକ ଫେରାର ଅଭିଯୋଗ

ଭୁବନେଶ୍ବର: ୨୦୨୨ ବାର୍ଷିକ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିବା ପରେ ୧୬ ବର୍ଷୀୟା ନାବାଳିକାକୁ ନେଇ ସୁନ୍ଦରପଦା ଅଞ୍ଚଳର ଜଣେ ଯୁବକ ଫେରାର ହୋଇଯାଇଛି। ଏନେଇ ଏୟାରଫିଲ୍ଡ ଥାନାରେ ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ୬ ତାରିଖ ଦିନ ଓଡ଼ିଶା ମାଧ୍ୟମିକ ବୋର୍ଡର ମାଟ୍ରିକ୍‌ ଫଳ ବାହାରିଥିଲା। ଏହି ପରୀକ୍ଷାରେ ନାବାଳିକା ୩୪୫ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିଲା। କିନ୍ତୁ ଜୁଲାଇ ୭ ତାରିଖ ଦିନ ନାବାଳିକାକୁ ଗାଁର ଜଣେ ୨୭ ବର୍ଷୀୟ ଯୁବକ ବଳପୂର୍ବକ ନେଇ ଫେରାର ହୋଇଯାଇଛି। ଝିଅର ମା’ଙ୍କ ଅଭିଯୋଗ ଅନୁସାରେ ଗାଁର ଯୁବକ ଏକତରଫା ପ୍ରେମ କରୁଥିଲା। ଘରେ ପରିବାର ଲୋକ ଅନୁପସ୍ଥିତିର ସୁଯୋଗ ନେଇ ନାବାଳିକାକୁ ବଳପୂର୍ବକ ନେଇ ଯାଇଥିଲା। ପରିବାର ଲୋକେ ଘରେ ଆସି ଦେଖିଲା ବେଳକୁ ଝିଅ ନଥିଲା। ସେମାନେ ଝିଅକୁ ପାଇବା ପାଇଁ ବହୁ ଖୋଜାଖୋଜି କରିଥିଲେ।

ସୂଚନାଯୋଗ୍ୟ, ପୀଡିତ ପରିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଆସି ସୁନ୍ଦରପଦାରେ ଏକ ଭଡା ଘରେ ରହୁଥିଲେ। ଝିଅ ସ୍ଥାନୀୟ ଏକ ସ୍କୁଲରେ ପାଠ ପଢ଼ୁଥିଲା। ‌ତେବେ ଝିଅ ନିଖୋଜ ହେବାର ୩ ତିନ ବିତି ଯାଇଥିଲେ ମଧ୍ୟ କୌଣସି ଖୋଜ୍‌ ଖବର ମିଳୁ ନଥିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *