କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, ୨୧ ।୬: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ମାନବିକତା ପାଇଁ ଯୋଗ’ । କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ ଓ କିଟ ବିଶ୍ଵ ବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା ।

କିଟ୍‌, କିସ୍‌ ଓ କିମ୍‍ସର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା
ଅଚ୍ୟୁତ ସାମନ୍ତ କହିଲେ ଯୋଗ ହେଉଛି ଆମର ପୁରାତନ ପରମ୍ପରା । ସମଗ୍ର ବିଶ୍ୱ ଏହାହେଉଛି ଭାରତର ସବୁଠାରୁ ମୂଲ୍ୟବାନ ଦାନ । ସମଗ୍ର ବିଶ୍ୱରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇ ଚାଲିଛି । ଯୋଗ କେବଳ ଯେ ଆମକୁ ଶାରୀରିକ ଭାବେ ଫିଟ ରଖିଥାଏ ତାହା ନୁହେଁ, ଏହା ମଧ୍ୟ ଆମର ମାନସିକ ଚାପ କମାଇବା ସହ ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍‌, ନିର୍ଦ୍ଦେଶକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଯୋଗ
ପ୍ରଶିକ୍ଷିକା ଡ. ବିଶ୍ୱବନ୍ଦିତା କର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *