ଫ୍ଲାୟ ଓଭର ଉପରୁ ପଡି ଶ୍ରମିକ ଗୁରୁତ୍ତର
ଯୋଡା,(ପ୍ରବାହ ନ୍ୟୁଜ୍) : ଆସନ୍ତା ୧୧ ତାରିଖ ଦିନ ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ସେତୁର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟରେ କରିବାର ଥିବାବେଳେ ଏହାର କାର୍ଯ୍ୟ ଯୁଦ୍ଧକାଳୀନ ଭୀତିରେ ଚାଲୁ ରହିଛି। ଶନିବାର ଅପରାହ୍ନରେ କାର୍ଯ୍ୟ ଚାଲୁଥିବା ବେଳେ ଏକ ଅଘଟଣ ଘଟିଯାଇଛି। ଏହି ପୋଲ ଉପରୁ ସଞ୍ଜୟ ବିଶ୍ଜକର୍ମା ନାମକ ଜଣେ ଶ୍ରମିକ ପ୍ରାୟ ୨୫ ଫୁଟ ଉପରୁ ଖସି ପଡିବା ଫଳରେ ସେ ଗୁରୁତ୍ତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବାବେଳେ ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ଡାକ୍ତର କହିଛନ୍ତି। ସୁରକ୍ଷାରେ ଢିଲା ଯୋଗୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।