ମହିଳା ମାନେ ପାଳିଲେ ନିଆରା ରଜ

ରଜସ୍ଵଳା ଧରିତ୍ରୀ ଓ ରଜୋବତୀ ସୁକନ୍ୟା ମାନଙ୍କର ସମ୍ବର୍ଦ୍ଧନା ର ମାହେନ୍ଦ୍ର ମୂହୁର୍ତ୍ତ ତଥା ଗଣପର୍ବ ରଜ କୁ ଉତ୍କଳୀୟ ଗ୍ରୁପର ସଂସ୍କୃତିପ୍ରେମୀ ଓଡ଼ିଆଣୀ ମାନେ ନିଆରା ଢଙ୍ଗରେ କଟକରେ ପାଳନ କରିଛନ୍ତି।


ଓଡ଼ିଶାର ଏହି ଗଣପର୍ବ ଯେମିତି ନିଜର ପରିଚୟ ହଜେଇ ନ ବସୁ ସେଥିଲାଗି କଟକ ସୂତାହାଟସ୍ଥିତ ଏକ ହୋଟେଲ ରେ ଏକାଠି ହୋଇ ଓଡ଼ିଆଣୀ ମାନେ ପିଠାପଣା ,ରଜ ପାନ ର ଆଦାନପ୍ରଦାନ କରି ପରମ୍ପରା କୁ ଆଗକୁ ବଢେଇ ନେବାକୁ ବାର୍ତା ଦେଇଛନ୍ତି।