ଜାତୀୟ ସ୍ବାସ୍ଥ୍ୟ ମିଶନ କର୍ମଚାରୀ କାହିଁକି ଅବହେଳାର ଶିକାର ?
ସମୟ ଆସିଛି ଆତ୍ମସମୀକ୍ଷା କରିବାର,ସମୟ ଆସିଛି କିଛି କରିବାର,ସମୟ ଆସିଛି ଦେଖେଇବାର ଆମର ଦାୟିତ୍ବବୋଧ।
ଯଦି ଏବେ ନୀରବ ରହିବା ତେବେ ହୁଏତ ପାଟି ଖୋଲିବା ପାଇଁ ଆଉ ସୁଯୋଗ ସମ୍ଭାବନା ଆମକୁ ନମିଳି ପାରେ।
୧୨ ଅପ୍ରେଲ ୨୦୦୫ ଭାରତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡଃ.ମନମୋହନ ସିଂହ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ସେବାକୁ ଗ୍ରାମୀଣ ଅପହଞ୍ଚ ଇଲାକାରେ ସୁଲଭ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ର ଛୋଟ ପ୍ରୟାସ ଆରମ୍ଭ କରାଯାଇଥିଲା। ସ୍ବାସ୍ଥ୍ୟ କ୍ଷେତ୍ରରେ ଅବିକଶିତ ୧୮ ରାଜ୍ୟକୁ ଆଖିରେ ରଖି ସରକାର ଏହି ପ୍ରକଳ୍ପ ଶୁଭାରମ୍ଭ କରିଥିଲେ।
ମେ ୧ ତାରିଖ ୨୦୦୫ ରେ ଡଃ ମନମୋହନ ସିଂହ ଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଲାଗି ସ୍ବତନ୍ତ୍ର ପ୍ରସ୍ତାବ ପାରିତ ହେବା ସହ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଓ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଦୁଇଟି ସମାନ୍ତରାଳ ଭାବେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ ଆରମ୍ଭ କରିଥିଲା।
ସେ ସମୟରେ ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବା ଅବସ୍ଥା ଓ ବ୍ୟବସ୍ଥା ଯାହା ଥିଲା ଏବେ ୨୦୨୨ ରେ ସେଥିରେ ଯୁଗାନ୍ତକାରୀ ପରିବର୍ତ୍ତନ ଓ ଉନ୍ନତି ପରିଲକ୍ଷିତ ହୋଇଛି।
୨୦୦୫ -୦୬ ରେ ଜାତୀୟ ପରିବାର କଲ୍ୟାଣ ସର୍ଭେ ଅନୁଯାୟୀ ମାତ୍ର ୪୦% ପ୍ରସବ ଡାକ୍ତରଖାନାରେ ସୁରକ୍ଷିତ ଉପାୟରେ ହେଉଥିଲା ମାତ୍ର୨୦୧୯-୨୧ ରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା ୮୮.୬% ପ୍ରସବ ଡାକ୍ତରଖାନାରେ ସୁରକ୍ଷିତ ଉପାୟରେ ହେଲା।
ଏହା ସମ୍ଭବ ହେଲା କେବଳ ମାତ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ତା’ର ଲୋକ କଲ୍ୟାଣକାରୀ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇଥିବା କର୍ମଚାରୀଙ୍କ ପାଇଁ।ଆଶାଦିଦି ଙ୍କ ଠାରୁ କ୍ରମାନ୍ୱୟରେ ବିପିଏମ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା ଓ ଶ୍ରେୟ ର ପାତ୍ର।ମାତ୍ର ଜନସାଧାରଣ ଙ୍କ ଦୃଷ୍ଟିରେ ଆସିଲେ କେବଳ ଆଶା ଓ ସ୍ବାସ୍ଥ୍ୟକର୍ମୀ ନୈପଥ୍ୟରେ ରହିଗଲେ ବହୁ କର୍ମଚାରୀ,ଏହା ହିଁ କାରଣ ବୋଲି କହିଲେ ହେବନି ଏମିତି ବହୁତ କାରଣ ଥାଇପାରେ,ଖୋଜିବାର ଅଛି ସବୁ କୁ ଗୋଟି ଗୋଟି କରି।
ଯଦି ଆମେ ୨୦୦୫ ସ୍ଥିତି ଦେଖିବା ତେବେ ୨୫୪ ମା ପ୍ରତି ଏକଲକ୍ଷ ଶିଶୁ ଜନ୍ମରେ ପ୍ରାଣ ହରାଉଥିଲେ କେବଳ ଦେଶରେ ୬୯୪୦୦ ମାତୃମୃତ୍ୟୁ ହୋଇଥିଲା ସେହି ବର୍ଷ।
ଏବେ ସେ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିଲାଣି ଯଦିଓ ରାଜସ୍ଥାନ,ଛତିଶଗଡ଼, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ,ଓଡିଶା,ବିହାର ଓ ଆସାମରେ ଉଚ୍ଚ ଅଛି ୧୩୦ ପ୍ରତି ୧୦୦୦୦୦ ଶିଶୁଜନ୍ମରେ ଯାହା ୨୦୦୫ ର ୨୫୪ ଠାରୁ ଯଥେଷ୍ଟ କମ୍
ଏସବୁ ସମ୍ଭବ ହୋଇଛି ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସବୁବର୍ଗର କର୍ମଚାରୀଙ୍କ ସହଯୋଗ କର୍ତ୍ତବ୍ୟ ପରାୟଣତା ଯୋଗୁଁ। ବନ୍ୟା, ବାତ୍ୟା ଠାରୁ ମହାମାରୀ ସବୁଠି ଆଗରେ ଆମେ ହେଲେ ଅବହେଳା ର ଶିକାର ହେବା ଖାଲି ଦୁଃଖ ନୁହେଁ କ୍ଷୋଭ ଓ ପରିତାପର ବିଷୟ।
ସଂକଳ୍ପ ନେବା :-ଆମେ କ’ଣ ???ଆମେ ଅନୁପସ୍ଥିତିରେ କଣ ଘଟିବ????ଆମେ କେତେ ଯୋଗ୍ୟ ଆମ ନ୍ୟାର୍ଯ୍ୟ ଦାବି ଲାଗି?? ସାମାଜିକ ଗଣମାଧ୍ୟମରେ ଠାରୁ ଗଣମାଧ୍ୟମ ଯାଏଁ ସବୁଠି ପ୍ରମାଣ କରିଦେଖେଇବା।
କଣ ହେବ ନ ହେବ ଭବିଷ୍ୟତରେ ସେଟା ପର କଥା ହେଲେ ଯଦି ଜାତୀୟ ସ୍ବାସ୍ଥ୍ୟ ମିଶନ ନାହିଁ ତ ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ନାହିଁ ଏତିକି ସାମାନ୍ୟ କଥନ ଓ ବିଶେଷ କଥନ କୁ ସମାଜରେ ଜନସାଧାରଣଙ୍କ ଆଗରେ ପ୍ରମାଣ କରିବାର ଅଛି ବାସ୍।
କ୍ରମଶଃ………….
ଜୟନ୍ତ କୁମାର ଭୋଇ
ବିପିଏମ(ବାଲିପାଟଣା)