ଆଣ୍ଠୁ ଗଣ୍ଠି ବlତ ରୋଗ କଣ ଓ ଏହାର ନିରାକରଣ
(ଡାକ୍ତର ଅଜିତ କୁମାର ସୂରିନ )
ଭାପୁର:(ଶ୍ରୀକାନ୍ତ କୁମାର ରାଉତ ): ବର୍ତମାନ ଯୁଗ ରେ ସମସ୍ତଙ୍କ ପାଖରେ ଆଣ୍ଠୁ ଗଣ୍ଠି ବାତ ରୋଗ ଏକ ମୁଖ୍ୟ ସମସ୍ୟା ଓ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି l ସାଧାରଣତଃ ବୟସ୍କ ଲୋକ ଙ୍କ ପାଖରେ ଏହି ରୋଗ ବେଶୀ ଦେଖାଯାଇଥାଏ ବୋଲି ଆମେ ଭାବି ଥାଉ ମାତ୍ର ବର୍ତମାନ ସମୟରେ କମ ବୟସ୍କ ଲୋକ ମଧ୍ୟ ଏହି ରୋଗ ର ଶିକାର ହେବାର ଦେଖା ଗଲାଣି l ଏଭଳି ରୋଗର ଯଦି ପ୍ରାଥମିକ ଚିକତ୍ସା କରାନଜlଏ ତେବେ ଏହା ବଢ଼ିବାରେ ଲାଗେ ଓ ବିପଦ ସୃଷ୍ଟି କରେ l ଆମେ ରୋଗ ବିଷୟରେ ଅଧିକl ଜାଣିବା ପାଇଁ ଯାଇ ପହଂଚି ଥିଲୁ ଅଞ୍ଜଳି ହେଲଥ କେୟାର ରେ ରିମାଟୋଲୋଜି ବିଭାଗ ର ପ୍ରଫେସର ଡା ଅଜିତ ସୂରିନ ଙ୍କ ପାଖରେ ଯିଏକି ଜଣେ ସଫଳ ଆଣ୍ଠୁ ବିଶେଷଜ୍ଞ ଭାବେ ବେଶ ପରିଚିତ l ଡା ଅଜିତ କୁମାର ସୂରିନ ( ସି ଏମ ସି ଭେଲୋର ) ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି l ବର୍ତମାନ ମାନ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ରମାଟୋଲୋଜି ଡିପାର୍ଟମେଣ୍ଟ ରେ ସିନିଅର ଡାକ୍ତର ଭାବେ କାମ କରୁଛନ୍ତି l ସେ ସମ୍ପୂର୍ଣ ରୋଗ କଣ ଓ କାହିଁକି ହୁଏ ବୁଝାଇଥିଲେ l ଡା ଶ୍ରୀ ସୂରିନ କହିଥିଲେ ଯେତେବେଳେ ମନୁଷ୍ୟ ର ରୋଗ ପ୍ରତିରୋଧକ ଶକ୍ତି ଠିକ ରେ କlମ କରେନି ଏହା ଶରୀର କୁ ସୁରକ୍ଷା ଦେବାରେ ସଂଘର୍ଷ କରେ ସେତେବେଳେ ଅଟୋଇମ୍ୟୁନି ରୋଗ ତିଆରି କରେ l ଏହି ରୋଗ ହେଲେ ଆଣ୍ଠୁ ଗଣ୍ଠି ବ୍ୟଥା ହବା ସହ ଗଣ୍ଠି ଫୁଲି ଯାଏ l ଅଧିକାଂଶ ଲୋକ ଏହାକୁ ବୟସ ଜନିତ ରୋଗ କୁହନ୍ତି ମାତ୍ର ଏହା ସମ୍ପୂର୍ଣ ଭୁଲ ଯେକୌଣସି ବୟସ ର ମଣିଷ ଏହି ରୋଗ ର ଶିକାର ହୁଅନ୍ତି l ଖାଲି ବୟସ୍କ ନୁହେଁ ପିଲାମାନଙ୍କ ମଧ୍ୟରେ ମଧ୍ୟ ଏହି ରୋଗ ଦେଖାଯାଏ l 100 ରୁ ଅଧିକ ପ୍ରକାର ର ଗଣ୍ଠିବାତ ଜନିତ ରୋଗ ଅଛି ବୋଲି ଡା ଶ୍ରୀ ସୂରିନ କୁହନ୍ତି l ସାଧାରଣତଃ ଗଣ୍ଠି ବାତ କହିଲେ ଅଥରାଇଟ୍ସ,ଅlଙ୍କାଇଲୋଜି ସ୍ପଣ୍ଡିଂ,ଲୁପୁଷ, ସ୍ପେରିଆତିକ୍ସ ଆଦି କୁ ବୁଝାଏ l ସାଧାରଣତଃ ଏହି ରୋଗ ହେଲେ ହାତ ର ରିଷ୍ଟ ଜଏଣ୍ଟ ପେନ ହବା ସହ ଆଙ୍ଗୁଠିରେ ଥିବା ଛୋଟ ଛୋଟ ଗଣ୍ଠି ଫୁଲି ଯାଏ ଓ ମୁଠେଇଲାବେଳେ କଷ୍ଟ ହୁଏ l ସକାଳୁ ଉଠିଲେ ହାତ ମୁଠା କରିବା ପାଇଁ କଷ୍ଟ ହୁଏ l ଏହାଛଡ଼l କହୁନି, କାନ୍ଧ, ଆଣ୍ଠୁ ଓ ଏଡି ସହ ଶରୀର ର ଅନ୍ୟ ଗଣ୍ଠି ପ୍ରଭାବିତ ହୁଏ l ଏହି ରୋଗର ଚି଼ହ୍ନଟ ପାଇଁ ଇଏସଆଇ ଓ ସିଆରିପି ରକ୍ତ ପରୀକ୍ଷା କରାଯାଇଥାଏ l ରିୟୁମାଟେଡ଼ ଫାକ୍ଟ୍ରି ଏବଂ ଆନଆସିସିପି ଏନ୍ଟିବୋଡି ରକ୍ତରେ ଦେଖା ଯାଇଥାଏ l ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ଦରକାର l ପ୍ରଥମେ ରୋଗୀକୁ ତାର କ୍ଷମତା ଅନୁଯାଇ ମିଥୋଟ୍ରାକ୍ସଅଟ,ଲେପଟନlମାଇଡ ସଲଫlଲାସଜିନ ମେଡ଼ିସିନ ଦିଆଯାଏ l ଏହାଛଡା ବେଳେ ବେଳେ ବାଇଓଲୋଜିକାଲ ଇଞ୍ଜେକ୍ସନ ଦିଆଯାଇଥlଏ l ଯଦି ଠିକ ସମୟରେ ଚିକତ୍ସା କରାନଯାଏ ତାହେଲେ ଆଣ୍ଠୁ ଗଣ୍ଠି ଗୁଡିକ ବଙ୍କା ହୋଇଯାଏ l ଯେତେଶୀଘ୍ର ହଉନା କାହିଁକି ଡାକ୍ତର ପରାମର୍ଶ ନେଇ ଚିକତ୍ସା ଆରମ୍ଭ କରିବା ସହିତ ଲୋକଙ୍କୁ ସଚେତନତା କରିବା ଦରକାର ବୋଲି ଡା ଶ୍ରୀ ସୂରିନ କୁହନ୍ତି l