ୱାର୍ଡୱିଜାର୍ଡ ବିକ୍ରିରେ ରେକର୍ଡ, ପ୍ରଥମ ଥର ବିକ୍ରି ୪୦୦୦ ସ୍ତର ଟପିଲା

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ୨୦୨୨ ଫେବ୍ରୁଆରି ମାସରେ ୪,୪୫୦ଟି ଇଲେକ୍ଟ୍ରିକ୍ ଯାନ ବିକ୍ରି କରିଛି । ଏହା ହେଉଛି କଂପାନିର ସର୍ବକାଳୀନ ସର୍ବୋଚ୍ଚ ମାସିକ ବିକ୍ରି ସଂଖ୍ୟା ।
ଦୃଢ଼ ଉତ୍ପାଦ ପୋର୍ଟଫୋଲିଓକୁ ନେଇ ଏବଂ ଏହି ମାସରେ ତିନିଟି ହାଇ ସ୍ପିଡ୍ ସ୍କୁଟର ସହିତ ଏକ ଫ୍ଲିଟ୍ ପରିଚାଳନା ଗାଡ଼ିକୁ ଉନ୍ମୋଚନ କରି କଂପାନି ୨୦୨୧ ଫେବ୍ରୁଆରି ତୁଳନାରେ ଚଳିତ ବର୍ଷ ୧,୨୯୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଗତବର୍ଷ ଫେବ୍ରୁଆରିରେ କଂପାନି ୩୨୦ଟି ଇଲେକ୍ଟ୍ରିକ୍ ଯାନ ବିକ୍ରି କରିଥିଲା । ଗତ ମାସରେ କଂପାନି ୩,୯୫୧ଟି ଗାଡ଼ି ବିକ୍ରି କରିଥିଲା । ଏହା ତୁଳନାରେ କଂପାନି ୧୨.୬୨% ଭଳି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି ।


ଚଳିତ ଆର୍ଥିକ ବର୍ଷରେ ୨୦୨୧ ଏପ୍ରିଲ୍‌ରୁ ୨୦୨୨ ଫେବ୍ରୁଆରି ମଧ୍ୟରେ କଂପାନିର ବିକ୍ରି ୨୫,୦୦୦ରୁ ଅଧିକ ହୋଇଛି । ଏହି ସମୟ ଭିତରେ କଂପାନି ୨୫,୭୭୭ଟି ଗାଡ଼ି ବିକ୍ରି କରିଛି ଏବଂ କଂପାନିର ସମସ୍ତ ଟଚ୍‌ପଏଂଟ୍ ଲୋକପ୍ରିୟ ମଡେଲ୍‌ଗୁଡ଼ିକୁ ନେଇ ଉତ୍ସାହ ରହିଥିବାରୁ ବାର୍ଷିକ ଲକ୍ଷ୍ୟକୁ ଏହା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ।
କଂପାନିର ପ୍ରଦର୍ଶନ ସମ୍ପର୍କରେ ଶ୍ରୀମତୀ ଶୀତଲ ଭାଲେରାଓ, ଚିଫ୍ ଅପରେସନ୍ସ ଅଫିସର, ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ, “ଦୁଇଟି ନୂଆ ହାଇସ୍ପିଡ୍ ଇ-ସ୍କୁଟର ଓ ଏକ ଫ୍ଲିଟ୍ ମ୍ୟାନେଜମେଂଟ୍ ଯାନ ଉନ୍ମୋଚନ ସହିତ ଜୟ ଇ-ବାଇକ୍ ଭାରତରେ ଅନ୍ୟତମ ସବୁଠୁ ପସନ୍ଦର ଇଭି ବ୍ରାଣ୍ଡ୍ ଭାବେ ଆବିର୍ଭୁତ ହୋଇଛି ଓ ତାହା ଆମକୁ ଅତ୍ୟନ୍ତ ଗର୍ବିତ ଓ ଦାୟିତ୍ୱବାନ କରିଛି । ସାରା ଦେଶରେ ଉଲ୍ଲେଖନୀୟ ଉତ୍ସାହ ରହିବା କାରଣରୁ ଫେବ୍ର୍ରୁଆରି ରେ ତାହା ଆମ ପାଇଁ ନୂଆ ବିକ୍ରି ରେକର୍ଡ ହାସଲ କରିବାରେ ସହାୟକ ହୋଇଛି । ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ବ୍ରାଣ୍ଡ୍ ଭାବେ ଆମେ ଉନ୍ନତ ଉତ୍ପାଦ ଆଣିବା ଓ ବଜାରରେ ଆମ ଉପସ୍ଥିତିକୁ ଦୃଢ଼ କରିବା ଲାଗି ଟଚ୍‌ପଏଂଟ୍ ଗୁଡ଼ିକୁ ସମ୍ପ୍ରସାରଣ କରିବା ଉପରେ ଧ୍ୟାନ ଦେଉଛୁ । ଆମ ପାଇଁ ଇଭି ବିପ୍ଳବ ହେଉଛି ଏକ ମିସନ୍ ଏବଂ ଆମେ ଆମ ମୂଲ୍ୟବାନ ଗ୍ରାହକମାନଙ୍କୁ ଗୁଣାତ୍ମକ ମାନର ଉତ୍ପାଦ ପ୍ରଦାନ କରିବାକୁ ଉଦ୍ୟମ କରୁଛୁ ।’’

Leave a Reply

Your email address will not be published. Required fields are marked *