ୱାୟନାଡରେ କାଲି ଭୋଟ୍ : ରାହୁଲ ଗାନ୍ଧୀଙ୍କ ଉପରେ ଫୋକସ

ନୂଆଦିଲ୍ଲୀ(ପ୍ରବାହ ନ୍ୟୁଜ୍) : ଆସନ୍ତାକାଲି ଦେଶରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେରଳର ସମସ୍ତ ଲୋକସଭା ଆସନରେ କାଲି ପଡିବ ଭୋଟ୍ । ୱାୟନାଡ ଆସନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ବିପକ୍ଷରେ ସିପିଆଇର ହେଭିୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି କେରଳ ସଭାପତି କେ. ସୁନ୍ଦରନଙ୍କୁ ଭରସା କରିଛି । ତିନି ଜଣ ପ୍ରଭାବଶାଳୀ ନେତା । ସେଥିପାଇଁ ୱାୟନାଡରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ରାହୁଲ ଗାନ୍ଧୀ ପୁଣିଥରେ ଏଠାରେ ବାଜି ମାରିବା ପାଇଁ ପୁରା ଦମ୍ ଲଗାଇଦେଇଛନ୍ତି ।