ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ  ଅନ୍ତର୍ଗତ ଶିଶୁଆ ଗ୍ରାମର ଯୁବକ ସଂଘ ଏବଂ  ‘ ସମ୍ବାଦ ଆମ ଓଡିଶା ‘  ଓ  ଡମପଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ  ରୁ  ଆଜି  ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର  ଜଗନ୍ନାଥ ମନ୍ଦିର ପରିସରରେ  ଅନୁଷ୍ଠିତ ହୋଇଯାଇଛି। ଯୁବ ସଂଗଠକ ବିମ୍ବାଧର ବାରିକ ଓ ଶିକ୍ଷାବିତ୍ ମନୋଜ କୁମାର ରାଉତଙ୍କ ସଂଚାଳନରେ ଆୟୋଜିତ  ରକ୍ତଦାନ ଶିବିର କୁ  ଶିଶୁ ଆ ଗ୍ରାମ୍ୟ କମିଟି ମୁରବି ମେଘନାଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କାଉନସିଲର ସନାତନ ବେହେରା  , ବିଶିଷ୍ଟ ଅତିଥି  ଉପନଗର ପାଳ ତଥା ଆଇନ୍ ଯିବି ସନ୍ତୋଷ କୁମାର ରଣା   ,  ଡମପଡା ସମ୍ବାଦ ସାହିତ୍ୟ ଘର ତଥା ଆଦର୍ଶ ଯୁବ ପରିଷଦ    ଆବାହକ ଅକ୍ଷୟ କୁମାର ସାମଲ ଏବଂ ସଂପାଦକ  କୁମାର ଅମିୟ ( ବୁଲୁ ବାବା)   ,  ପ୍ରାକ୍ତନ  ପ୍ରଧ୍ୟାପକ ମନୋଜ କୁମାର ମହାପାତ୍ର , କବି ଲଲାଟେନ୍ଦୁ ପଣ୍ଡା , ଶଶୀଭୂଷଣ ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ’  ସମ୍ବାଦ ‘   କେବଳ ଖବର  ପ୍ରସାରଣ ରେ ସୀମିତ ନୁହେଁ । ସାରା ରାଜ୍ୟରେ ରକ୍ତ ଅଭାବରୁ କୌଣସି ବ୍ୟକ୍ତି ବିଶେଷ ଙ୍କ କ୍ଷତି ନହେଉ ଏବଂ  ପରିବେଶ କୁ ସନ୍ତୁଳିତ ରଖିବା ର ଉଦ୍ଦେଶ୍ୟ କୁ ଆଖି ଆଗରେ ରଖି ସେଥିପାଇଁ  ସମ୍ବାଦ ପକ୍ଷରୁ  ରକ୍ତଦାନ  ଶିବିର , ବୃକ୍ଷ ରୋପଣ  , ସାହିତ୍ୟ ଆସର ମାଧ୍ୟମରେ ଓଡିଆ ଭାଷା ଜ୍ଞାନ କୁ  ଉଦ୍ଜିବିତ କରିବା  ଆଦି  କାର୍ଯ୍ୟକ୍ରମ ସମାଜ ପାଇଁ ଅତି ଗୁରୁତ୍ଵ ପୂର୍ଣ୍ଣ । ସମ୍ବାଦ ଜରିଆରେ  ଏଭଳି  ସାମାଜିକ    କାର୍ଯ୍ୟ ଶୈଳୀ କୁ ନେଇ ସମ୍ବାଦ ତଥା ଆମ ଓଡ଼ିଶାର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ  ମୁଖ୍ୟ ଅତିଥି ଓ  ସମ୍ମାନୀତ ଅତିଥି ମାନେ  । ଚିନ୍ମୟ ବେହେରା, ବିଜୟ ବେହେରା ,  ଵିଧାନ ବେହେରା  , ସୂର୍ଯ୍ୟମଣି ରାଉତ , ବିପିନ୍ ବିହାରୀ ବେହେରା , ପବିତ୍ର ମୋହନ ମହାପାତ୍ର , ଜଳଧର ବେହେରା , କିଶୋର କୁମାର ରାଉତ , ପଦ୍ମନାଭ ବେହେରା , ଶେଷଦେବ ରାଉତ  , ଅରୁଣ ରାଉତ , ରାଧାରାଣୀ ବାରିକ , ରବୀନ୍ଦ୍ର ଵେଉରା ପ୍ରମୁଖ ସହଯୋଗ କରିଥିଲେ । କଟକ କେନ୍ଦ୍ରୀୟ ରେଡ୍ କ୍ରସ ରକ୍ତ ଭଣ୍ଡାର ର ଡାକ୍ତର କିଶୋର ଚନ୍ଦ୍ର ବେହେରା ,  ଭାଗ୍ୟଧର ସାହୁ , ରଞ୍ଜନ ଦାସ , ପ୍ରସାନ୍ତ ବାରିକ ସଞ୍ଜୟ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସମ୍ବାଦ ପ୍ରତିନିଧି ଶୁଭେନ୍ଦୁ ମହାପାତ୍ର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *