କଲେଜ ଛାତ୍ରୀଙ୍କ ଅପହରଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଆଗରେ ପ୍ରତିବାଦ କଲେ ଗ୍ରାମବାସୀ

ଚାନ୍ଦବାଲି : ଚାନ୍ଦବାଲି ଥାନା ଅଧିନ ଉତୁକୁଡା ପଂଚାୟତ ସିଙ୍ଗିଟି ରାସ୍ତାରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଥିଲା । ଚଳିତ ମାସ ୨୦ ତାରିଖରେ ଗାଁର ଲୋକନାଥ ନାୟକଙ୍କ ଝିଅ ରିମାରାଣୀ ନାୟକ ଟିଉସନରୁ ଫେରୁଥିବା ବେଳେଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖ ଚିଲା ଫାଣ୍ଡି ଅଧିନସ୍ଥ ତାଲୁଗାଁର ଟୁନି ସାହୁ ଓ ତାଙ୍କର ସହଯୋଗୀ ମାନେ ଏକ କାର ଗାଡ଼ି ଯୋଗେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ । ଅଭିଯୋଗ ପରେ ପୋଲିସ ପାଣିକୋଇଲି ଥାନା ଅଧିନ ଶଙ୍ଖ ଚିଲ ଫାଣ୍ଡିରେ ପହଁଚି ଅଭିଯୁକ୍ତ ଟୁନି ସାହୁକୁ ଧରିବା ପରେ ଗିରଫ ନକରି ଫେରି ଆସିବାରୁ ଝଅ ପରିବାର ନ୍ୟାୟ ପାଇବାରୁ ବଂଚିତ ହୋଇଥିଲେ । ଏଥିନେଇ ଆଜି ନ୍ୟାୟ ଦାବୀକରି ସିଙ୍ଗିଟି ଗାଁର ଶତାଧିକ ମହିଳା ଓ ପୁରଷ ମାନେ ଥାନା ଆଗରେ ପ୍ରତିବାଦ କରିବା ସହ ଅପହରଣ କାରୀଙ୍କୁ ଗିରଫ ଦାବା କରିଥିଲେ । ଦୀର୍ଘ ସମୟ ପରେ ପୋଲିସ ପ୍ରତିବାଦ କାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।