ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲ ର ସିକୋ ରାଜସ୍ୱ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ।

ଖୋର୍ଦ୍ଧା : ୨୩/୦୩/୨୦୨୧ : ବେଗୁନିଆ ତହସିଲ ଅଧୀନସ୍ଥ ସିକୋ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ଓ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜ କିଶୋର ସାମନ୍ତରାୟଙ୍କ ଆଜି ତେରଶହ ଟଙ୍କା ଲାଞ୍ଚ ନେବା ବେଳେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଗିରଫ ।

ମିଳିଥିବା ସୂଚନା ଅନୁସାରେ ବେଗୁନିଆ ଥାନା ଅନ୍ତର୍ଗତ ଗଡ଼କିଲୋ ଗ୍ରାମର ତ୍ରିନାଥ ଛୁଆଲସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଜମି ମିଉଟେସନ କେସ ର ଇନକ୍ବାରୀ ରିପୋର୍ଟ ଦେବା ପାଇଁ ଦୁଇ ହଜାର ଟଙ୍କା ଦାବି କରିଥିଲେ ଆର. ଆଇ ଶ୍ରୀ ମନୋଜ ନାୟକ । ନ ହେଲେଆବେଦନ ଖାରଜ କରିବାର ଧମକ ଦେଇଥିଲେ । ହେଲେ ତ୍ରିନାଥ ନିଜର ଅସମର୍ଥତା ଜଣାଇ ତେରଶହ ଟଙ୍କା ଦେବାକୁ କହିଥିଲେ ଓ ଏ ସମ୍ପର୍କରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ।

ତେବେ ଆଜି ତେରଶହ ଟଙ୍କା ନେବା ବେଳେ ଆର. ଆଇ ଶ୍ରୀ ନାୟକ ଓ ତାଙ୍କ କର୍ମଚାରୀ ରାଜ କିଶୋର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ଙ୍କ ହାତରେ ଧରା ପଡ଼ିଥିଲେ । ଏହା ସହିତ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଶ୍ରୀ ନାୟକ ଙ୍କ ବାସ ଭବନରେ ମଧ୍ୟ ଖାନ ତଲାସ ଜାରି ରଖିଥିବା ନେଇ ଦୁର୍ନୀତି ନିବାରଣ ଅଧିକାରୀ ମନୋରଞ୍ଜନ ପାଇକରାୟ ସୂଚନା ଦେଇଛନ୍ତି ।
