ୱି ପକ୍ଷରୁ ନିଯୁକ୍ତି ଓ ଦକ୍ଷତା ସୁଯୋଗ ସହ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରାଯିବ

ଚା ଅପ୍ନା, ଏନ୍ଗୁରୁ ଓ ପରୀକ୍ଷା ଭଳି ସଂସ୍ଥା ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଭାରତୀୟ ଯୁବପିଢ଼ିଙ୍କୁ ଉତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ୱି ପକ୍ଷରୁ ବିଭିନ୍ନ ଡିଜିଟାଲ୍ ଷ୍ଟାର୍ଟଅପ୍ ଓ ବିଭିନ୍ନ ବିଷୟର ବିଶେଷଜ୍ଞ ସଂସ୍ଥାଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ନିଜ ଗ୍ରାହକମାନଙ୍କ ଉତମ ଭବିଷ୍ୟତର ଅଭିଳାଷକୁ ପୂରଣ କରିବା ଲାଗି ୱି ଜବ୍ସ ଆଣ୍ଡ୍ ଏଜୁକେସନ୍ ପକ୍ଷରୁ ଭାରତର ସର୍ବବୃହତ ନିଯୁକ୍ତି ସନ୍ଧାନ ପ୍ଲାଟ୍ଫର୍ମ ଅପ୍ନା ଓ ଇଂରାଜି ଶିକ୍ଷା ପ୍ଲାଟ୍ଫର୍ମ ଏନ୍ଗୁରୁ ଓ ସରକାରୀ ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତି ସେବା ପ୍ରଦାନ କରୁଥିବା ପରୀକ୍ଷା ନାମକ ସଂସ୍ଥା ସହିତ ସହଯୋଗିତା ସ୍ଥାପନ କରାଯାଇଛି ।
ଭାରତର ଅଧିକ ପ୍ରିପେଡ୍ ଗ୍ରାହକମାନଙ୍କୁ ଲକ୍ଷ୍ୟରେ ରଖି ୱି ଆପ୍ରେ ଥିବା ୱି ଜବ୍ସ ଆଣ୍ଡ୍ ଏଜୁକେସନ ପକ୍ଷରୁ ଗ୍ରାହକମାନଙ୍କୁ ନିଯୁକ୍ତି ସୁଯୋଗ ସନ୍ଧାନ, ଇଂରାଜିରେ କଥାବାର୍ତାରେ ଉନ୍ନତିି ଓ ସରକାରୀ ପରୀକ୍ଷାରେ କିଭଳି ସଫଳତା ମିଳିପାରିବ ତାହାକୁ ନେଇ ଏକକ ସେବା ପ୍ରଦାନ କରାଯାଉଛି ଯାହା ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ପୂରଣ କରି ସେମାନଙ୍କୁ ସଶକ୍ତ କରୁଛି ।
ଏହି ସ୍ୱତନ୍ତ୍ର ସେବାର ଉନ୍ମୋଚନ ସମ୍ପର୍କରେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ର ସିଏମ୍ଓ ଅଭ୍ନୀଶ ଖୋସ୍ଲା କହିଛନ୍ତି ଯେ, ୱି ବ୍ରାଣ୍ଡ୍ର ରହିଥିବା ପ୍ରତିଶ୍ରୁତି “ଭବିଷ୍ୟତ ପାଇଁ ଏକତ୍ରୀତ” ଅନୁସାରେ ଆମେ ଗ୍ରାହକମାନଙ୍କ ଦୈନଦିନ ଜୀବନରେ ରହିଥିବା ଅଭାବଗୁଡ଼ିକ ବିଷୟରେ ଜାଣିବାକୁ ପ୍ରୟାସ କରୁଛୁ ଯେଊଁଠାରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସେମାନଙ୍କୁ ଜୀବନରେ ଆଗକୁ ବଢ଼ାଇବା ଉପରେ ବିଶ୍ୱାସ କରୁଛୁ । ଆମେ ଯେତେବେଳେ ଏହି ଦେଶର ଯୁବପିଢ଼ିଙ୍କୁ ଦେଖୁଛୁ ସେମାନଙ୍କ ପ୍ରମୁଖ ଅଭିଳାଷ ହେଉଛି ଏକ ଭଲ ଚାକିରି ପାଇବା ଏବଂ ଅଧିକ ନିଯୁକ୍ତିକ୍ଷମ ହେବା । ଆଜିର ଯୁବପିଢ଼ି ପାଇଁ ଡିଜିଟାଲ୍ ଦକ୍ଷତା ଓ ଇଂରାଜି ଭାଷାରେ ସ୍ପଷ୍ଟତା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି । ଏହି ବର୍ଗର ବଡ଼ ଅଂଶ ପାଇଁ ସରକାରି ଚାକିରି ପାଇବା ବଡ଼ ପସନ୍ଦ ହୋଇ ରହିଅଛି । ବିଶେଷ କରି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରୁ ଆସୁଥିବା ଯୁବପିଢ଼ିଙ୍କ ଏହି ଅଭିଳାଷ ରହିଛି । ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଆମେ ଅପ୍ନା, ଏନ୍ଗୁରୁ ଓ ପରୀକ୍ଷା ସହ ସହଯୋଗିତା ସ୍ଥାପନ କରି ୱି ଜବ୍ସ ଆଣ୍ଡ୍ ଏଜୁକେସନ୍କୁ ପ୍ରସ୍ତୁତ କରିଛୁ । ଆମର ବିଶ୍ୱାସ ରହିଛି ଯେ ଏହି ସମନ୍ୱିତ ସମାଧାନ ୱିର ଗ୍ରାହକମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରହିବା ଏବଂ ନିଜ କ୍ୟାରିୟର ଅଭିଳାଷକୁ ପୂରଣ କରିବା ଲାଗି ଆଗକୁ ବଢ଼ିବାରେ ସେମାନଙ୍କ ଉଦ୍ୟମକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।’’
ଅପ୍ନାର ପ୍ରତିଷ୍ଠାତା ଓ ସିଇଓ ନିରମିତ୍ ପରିଖ କହିଛନ୍ତି ଯେ, “ୱି ଭଳି ଟେଳିକମ୍ ଅପରେଟର୍ମାନଙ୍କ ଯୋଗୁଁ ଦେଶର କୋଣ ଅନୁକୋଣରେ ହାଇ ସ୍ପିଡ୍ ଇଟଂର୍ନେଟ୍ ପହଂଚିପାରିଥିବାରୁ କେବଳ ଗତ କିଛି ମାସରେ ଅପ୍ନା ପକ୍ଷରୁ ୩୫୦ ନିୟୁତରୁ ଅଧିକ ସାକ୍ଷାତକାର ଓ ପେସାଦାର ଆଲୋଚନା ଆୟୋଜନ କରାଯାଇଛି । ଇଟଂର୍ନେଟ୍ ସୁବିଧା କେବଳ ଲୋକଙ୍କ ପାଇଁ ନୂତନ ପଥ ଉନ୍ମୁକ୍ତ କରିନାହିଁ ବରଂ ପେସାଦାର୍ମାନଙ୍କ ମଧ୍ୟରେ ରହିଥିବା ବୈଷମ୍ୟ ଦୂର କରିବାରେ ସହାୟକ ହୋଇଛି । ଆସନ୍ତା ବର୍ଷଗୁଡ଼ିକରେ ଆମର ଅନ୍ତର୍ଭୁକ୍ତୀକରଣ ପ୍ଲାଟ୍ଫର୍ମ ଜରିଆରେ ଆମେ ଏହି ଅନ୍ତରକୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିବୁ । ବିଲିୟନ୍ ଜୀବନକୁ ପ୍ରଭାବିତ କରିବା ଲାଗି ଆମେ ଯାତ୍ରା ଜାରି ରଖିଥିବା ବେଳେ ଆମ ଦେଶର ଯୁବ ପିଢ଼ିଙ୍କୁ ସୁଯୋଗ ପାଖରେ ସହଜରେ ପହଂଚିବାର ସୁବିଧା ପ୍ରଦାନ କରି ସେମାନଙ୍କୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଲାଗି ୱି ଭଳି ଟେଲିକମ୍ ସେବା ପ୍ରଦାନକାରୀ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ରୋମାଂଚିତ ।’’
ଏନ୍ଗୁରୁର ସିଓଓ ଉଦିତ ହିନ୍ଦୁଜା କହିଛନ୍ତି ଯେ, “ୱିର ଗ୍ରାହକମାନଙ୍କ ପାଇଁ ଉଚ୍ଚ ମାନର ଇଂରାଜି ଶିକ୍ଷା ମୋବାଇଲ୍ରେ ସୁଲଭ ମୂଲ୍ୟରେ ଆଣିବା ଲାଗି କଂପାନି ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏନ୍ଗୁରୁୁର ଲାଇଭ୍ କ୍ଲାସ୍, ବ୍ୟବହାରକାରୀମାନଙ୍କୁ ସାରା ଦେଶର ବିଶେଷଜ୍ଞ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଇଂରାଜି କହିବା ଶିଖିବାର ସୁଯୋଗ ପ୍ରଦାନ କରୁଛି । ସାରା ଦିନରେ ଇଂରାଜିର ବିଭିନ୍ନ ସ୍ତର ଉପରେ ଶିକ୍ଷାଦାନ କରାଯାଉଛି । ଆମର ବିଶ୍ୱାସ ରହିଛି ଯେ ଆମ ଉତ୍ପାଦ ୱି ଗ୍ରାହକମାନଙ୍କୁ ସାକ୍ଷାତକାର ଓ କ୍ୟାରିୟର ଅଭିବୃଦ୍ଧି ପାଇଁ ପ୍ରସ୍ତୁତିରେ ସହାୟକ ହୋଇପାରିବ ।’’
ପରୀକ୍ଷାର ସହ ପ୍ରତିଷ୍ଠାତା ବିକ୍ରମ ଶେଖାୱତ୍ କହିଛନ୍ତି ଯେ, “ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଆଂଚଳିକ ଭାଷାର ପରୀକ୍ଷା ପ୍ରସ୍ତୁତି ପ୍ଲାଟ୍ଫର୍ମ ହେଉଛି ପରୀକ୍ଷା, ଯାହା ଭାରତରେ ଶିକ୍ଷାର ଗଣତାନ୍ତ୍ରିକୀକରଣ କରିବା ଏବଂ ଶିକ୍ଷାକୁ ଅଧିକ ଉପଯୋଗୀ, ବିଶ୍ୱସନୀୟ ଓ ଗୁୂଣାତ୍ମକ କରି ସାରା ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଲାଇଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟତମ ସର୍ବବୃହତ ଓ ସବୁଠୁ ପସନ୍ଦର ଟେଲିକମ କଂପାନି ସହିତ ସହଯୋଗିତା ଜରିଆରେ ଆମେ ଆମ ଲକ୍ଷ୍ୟ ନିକଟରେ ଦ୍ରୁତ ଗତିରେ ପହଂଚିପାରିବୁ ଏବଂ ସାରା ଭାରତରେ ୭୫ ନିୟୁତରୁ ଅଧିକ ସରକାରୀ ଚାକିରି ଆଶାୟୀଙ୍କ ମଧ୍ୟରେ ରହିଥିବା ଅଭାବକୁ ଦୂର କରିପାରିବୁ । ଏହି ସହଯୋଗିତା ନୂଆ ପିଢ଼ିର ଡିଜିଟାଲ୍ ପୁସ୍ତକ ଭାବେ କାମ କରିବ ଏବଂ ସମାଜର ନିମ୍ନ ବର୍ଗରେ ସର୍ବବୃହତ ପ୍ରଭାବ ସୃଷ୍ଟି କରିବ ।’’