ୱି ପକ୍ଷରୁ ଡାଟା ଡିଲାଇଟ୍ ସୁବିଧା ସହିତ “ୱି ହିରୋ ଅନଲିମିଟେଡ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ନିଜର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଚିନ୍ତାମୁକ୍ତ ଡାଟା ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଡାଟା ଡିଲାଇଟ୍ ସୁବିଧା ସହିତ ୱି ହିରୋ ଅନଲିମିଟେଡ୍ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହା ସହିତ ୱିର ଗ୍ରାହକମାନେ ବିନା କୌଣିସି ଅତିରିକ୍ତ ଖର୍ଚ୍ଚରେ ନିଜର ଡାଟା କୋଟା ବାହାରେ ପ୍ରତି ମାସରେ ୨ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟାକୁ ଅନଲକ୍ କରିପାରିବେ । ୱି ହିରୋ ଅନଲିମିଟେଡ୍‌ର ଆହୁରି କେତେକ ସ୍ୱତନ୍ତ୍ର ସୁବିଧା ରହିଛି ଯେଉଁଥିରେ ସାମିଲ ରହିଛି ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅସୀମିତ ହାଇ ସ୍ପିଡ୍ ଡାଟା ଓ ୱିକେଣ୍ଡ୍ ଡାଟା ରୋଲଓଭର । ହିରୋ ଅନଲିମିଟେଡ୍ ବର୍ଗମାଳାକୁ ଆହୁରି ଦୃଢ଼ କରିବା ଲାଗି ୱି ପକ୍ଷରୁ ଏହା ଅଧୀନରେ ଅଧିକ ରିଚାର୍ଜ ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି ।
ୱି ହିରୋ ଅନଲିମିଟେଡ୍ ପ୍ୟାକ୍‌କୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ପ୍ରିପେଡ୍ ଗ୍ରାହକମାନେ ସାମ୍ନା କରୁଥିବା ଡାଟା ଶେଷ ହୋଇଥିବା ଭଳି ସାଧାରଣ ସମସ୍ୟା ପାଇଁ ଏକକ ସମାଧାନ ପନ୍ଥା ସାବ୍ୟସ୍ତ ହେବ । ୱି ଅନଲିମିଟେଡ୍ ପ୍ଲାନ୍ ବ୍ୟବହାରକାରୀଙ୍କୁ ଭିନ୍ନ ମୂଲ୍ୟ ପ୍ରଦାନ କରିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଛି । ଡିଜିଟାଲ୍ ଦୁନିଆରେ ମୋବାଇଲ୍ ଇଟଂରନେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ୱି ହିରୋ ଅନଲିମିଟେଡ୍ ଏହାକୁ ନିଶ୍ଚିତ କରୁଛି ।
ଏହି ଅଭିଯାନର ପ୍ରସାର କରିବା ଲାଗି ୱି ପକ୍ଷରୁ ଉଚ୍ଚ ମାନର ଏଟିଏଲ୍ ଅଭିଯାନର ଶୁଭାରମ୍ଭ କରାଯାଇଛି ଯାହାର ବିଷୟବସ୍ତୁ ହେଉଛି “କେବଳ ନାମର ନୁହେଁ କାମର ଅନଲିମିଟେଡ୍‌’ । ଲୋକପ୍ରିୟ ଅଭିନେତା ବିନୟ ପାଠକଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନକୁ ଆଠ ସପ୍ତାହ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଟିଭି, ଡିଜିଟାଲ ଓ ଓଓଏଚ୍‌ରେ ପ୍ରସାର କରାଯିବା ସହ କ୍ଷେତ୍ର୍ର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।
ୱି ହିରୋ ଅନଲିମିଟେଡ୍‌ରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଅସୀମିତ ହାଇ ସ୍ପିଡ୍ ଡାଟା ମିଳିବ । ୱିକେଣ୍ଡ ଡାଟା ରୋଲଓଭରରେ ଦୈନିକ କୋଟାରୁ ବ୍ୟବହାର ହୋଇନଥିବା ଡାଟା ସପ୍ତାହ ଶେଷରେ ମିଳିବ । ଡାଟା ଡିଲାଇଟ୍‌ରେ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଖର୍ଚରେ ମାସକୁ ୨ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଅନଲକ୍ କରିପାରିବେ । ନିଜର ମୋବାଇଲ୍ ନମ୍ବରରୁ ୧୨୧୨୪୯ ଡାଏଲ୍ କରିବ କିମ୍ବା ୱି ଆପ୍ ଜରିଆରେ ଗ୍ରାହକମାନେ ଡାଟା ଡିଲାଇଟ୍‌କୁ ଅନଲକ୍ କରିପାରିବେ ।
ୱି ହିରୋ ଅନଲିମିଟେଡ୍ ପ୍ୟାକ୍‌ରେ ରିଚାର୍ଜ ୨୯୯ ଟଙ୍କାରୁ ଆରମ୍ଭ ହୋଇଛି । ୱି ପକ୍ଷରୁ ହିରୋ ଅନଲିମିଟେଡ୍ ପ୍ଲାନ୍‌ରେ ୩୫୯ ଟଙ୍କିଆ, ୪୦୯ ଟଙ୍କିଆ, ୪୭୫ ଟଙ୍କିଆ ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *