ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତି ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଉତ୍ସାହିତ କରିବା ଲାଗି ‘ଉଦ୍ୟୋଗୀନୀ’ର ଶୁଭାରମ୍ଭ କରିଛି

୪୧୦୦ ସଦସ୍ୟା ସଂଖ୍ୟାରୁ ୧୦,୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି

ଭୁବନେଶ୍ୱର ୦୫ ଜାନୁଆରୀ ୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ଭାରତର ଏକ ଅଗ୍ରଣୀ ମହିଳା ସମବାୟ ସମିତି । ସଂପ୍ରତି ଝାରସୁଗୁଡ଼ା ଓ ଏହାର ନିକଟବର୍ତି ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ‘ଉଦ୍ୟୋଗୀନୀ’ ଶୁଭାରମ୍ଭ କରିଛି । ୪୧୦୦ ମହିଳା ସଦସ୍ୟାଙ୍କୁ ନେଇ ଏହି ମହିଳା ସମବାୟ ସମିତି ପରିଚାଳିତ ଓ ବେଦାନ୍ତର ଗୋଷ୍ଠୀ ବିକାଶ ପଦକ୍ଷେପର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ଏହି ସମିତି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି । ବହୁ ମହିଳା ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଓ ସ୍ଥାୟୀ ଜୀବିକା ପନ୍ଥାକୁ ଆପଣାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

ଉଦ୍ୟୋଗିନୀ ପ୍ରକଳ୍ପ ଅଧିନରେ ଏହି ସମିତି ସଦସ୍ୟାଙ୍କ ସଂଖ୍ୟାକୁ ୧୦୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି । ଏହାର ପରିଚାଳନା ବିଭାଗରେ ୧୫ ଜଣ ନବ ନିର୍ବାଚିତ କର୍ମକର୍ତା ଓ ଅନ୍ୟ ସଦସ୍ୟାଙ୍କ ପାଇଁ ଦୁଇ ଦିନିଆ କାର୍ଯ୍ୟକ୍ରମ ସହିତ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ଉଦ୍ୟୋଗୀ ନୀତି, ଜେନେସିସ, ଆର୍ଥିକ ପୋର୍ଟଫୋଲିଓ ଇତ୍ୟାଦି ବିଷୟରେ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ ।

ଭାରତୀୟ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନର ସହଭାଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାନ୍ତୁନୁ ମହାନ୍ତି, ସିନିୟର ଗ୍ରେଡ-ଏ, ଓଡ଼ିଶା କୋଅପରେଟିଭ ସେବା ଅଧିକାରୀଙ୍କ ସହିତ ନୀଳିମା କୁଜୁର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଓଡ଼ିଶା ଲାଇଭହୁଡ ମିଶନ, ଝାରସୁଗୁଡ଼ା, ଶ୍ରୀ ସୁନିଲ ଗୁପ୍ତା, ସିଇଓ-ବେଦାନ୍ତ ଲିଃ ଓ ରାଜକୁମାର ପ୍ରଧାନ, ଶାଖା ପ୍ରବନ୍ଧକ ଆଇଡିବିଆଇ ବ୍ୟାଙ୍କ ଝାରସୁଗୁଡ଼ା ଯୋଗ ଦେଇଥିଲେ ।

ଉଦ୍ୟୋଗିନୀ ପ୍ରକଳ୍ପର ଅଂଶ ସ୍ୱରୂପ ଏହି ସମିତି ସରକାରଙ୍କ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସମନ୍ୱିତ ଆଦିବାସୀ ବିକାଶ ଏଜେନସି, ଜିଲ୍ଲା ଜଙ୍ଗଲ ବିଭାଗଙ୍କ ଦିଗଦର୍ଶନ ଓ ପଦକ୍ଷେପ ଅନୁସାରେ କାର୍ଯ୍ୟ କରିବ ।

ଏହି କର୍ମଶାଳାକୁ ପ୍ରୋତ୍ସାହିତ କରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ା କହିଥିଲେ ଯେ- ଶୁଭଲକ୍ଷ୍ମୀ ସମବାୟ ସମିତି ଗ୍ରାମୀଣ ମହିଳାମାନଙ୍କ ପ୍ରକୃତ ସମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଆମେ ସେମାନଙ୍କ ଆକାଂକ୍ଷାକୁ ଅନୁସରଣ କରିବାକୁ ପ୍ରୟାସ କରିବୁ । ସେମାନଙ୍କ ସମୃଦ୍ଧି ଓ ଆର୍ଥିକ ସଶକ୍ତିକରଣ ପାଇଁ ଆମେ ସର୍ବଦା ପ୍ରୋତ୍ସାହନ ଯୋଗାଇବୁ ।

ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟାଙ୍କ ଜୀବନରେ ସକାରାତ୍ମ ପ୍ରଭାବ ସଂପର୍କରେ ବକ୍ତବ୍ୟ ରଖି ଏହାର ସଭାପତି ପଙ୍କଜିନୀ ଓରାମ କହିଛନ୍ତିଯେ ମୋ ପରି ହଜାର ହଜାର ମହିଳାଙ୍କୁ ଏହି ସମିତି ଜୀବିକା ନିର୍ବାହର ପନ୍ଥା ଯୋଗାଇଛି । ଆମ ସମିତି ବାସ୍ତବରେ ସଶକ୍ତିକରଣର ଏକ ଉତ୍କୃଷ୍ଟ ଉଦାହରଣ । ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ଓ ବିଶ୍ୱାସ କରେ ଯେ ଏହି ନୂଆ ପ୍ରକଳ୍ପ ଆମ ସମାଜର ଅଧିକ ମହିଳାଙ୍କୁ ଉପକୃତ କରାଇ ପାରିବ ।

ଶୁଭଲକ୍ଷ୍ମୀ ସମବାୟ ସମିତିର ଯାତ୍ରାର ବୈଶିଷ୍ଟ୍ୟ:

• ଭାରତର ଅଗ୍ରଣୀ ଗ୍ରାମୀଣ ମହିଳା ସମବାୟ ସମିତି ଯେଉଁଥିରେ ୩୩୮ ସ୍ୱୟଂ ସହାୟକ ଗୋଷ୍ଠୀର ୪୦୦୦ରୁ ଅଧିକ ମହିଳା ରହିଛନ୍ତି ।
• ଫାର୍ମ ଓ ଅଣ ଫାର୍ମ କାର୍ଯ୍ୟରୁ ୧୪୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଲାଭବାନ ହେଉଛନ୍ତି ।
• ୨୦୦୮ ପରଠାରୁ ଟ.୩.୮ କୋଟିର ମୂଳ ପୁଞ୍ଜି ବର୍ତମାନ ୩୫.୮କୋଟି ବ୍ୟବସାୟିକ ରୂପ ନେଇଛି ।
• ଶୁଭଲକ୍ଷ୍ମୀ ମହିଳା କଲ୍ୟାଣ ପାଣ୍ଠି ଏକ ସ୍ୱତନ୍ତ୍ର ସମାଜ କଲ୍ୟାଣ ପାଣ୍ଠି ଦ୍ୱାରା ଗର୍ଭବତୀ ମହିଳା, ଛାତ୍ର ଛାତ୍ରୀ, ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଉଛି ଓ ୧୧୦୦ ହୀତାଧିକାରୀ ଉପକୃତ ହୋଇଛନ୍ତି ।
• ଏହା ୧୫ଜଣ ମନୋନୀତ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ପରିଚାଳିତ ଏବଂ ସମବାୟ ବ୍ୟାପାର ତଥା ପରିଚାଳନା କର୍ମଶାଳା ମାଧ୍ୟମରେ ମହିଳା ନେତାଙ୍କ ଏକ କ୍ୟାଡର ବିକଶିତ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏହା ବିଶ୍ୱଶ୍ରେଣୀର ଆଲୁମିନିୟମ ସ୍ମେଲଟର ସହିତ, ଆଲୁମିନା ରିଫାଇନାରୀ ଓ ପାୱାର ପ୍ଲାଂଟକୁ ନେଇ ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ତାର ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *