ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତି “ହର ଘର ତ୍ରିରଙ୍ଗା” ଅଭିଯାନରେ୪୦୦୦ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି

ଝାରସୁଗୁଡ଼ା, ୨୦ ଅଗଷ୍ଟ ୨୦୨୨: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ସହଯୋଗରେ ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଜନସାଧାରଣଙ୍କ ପାଇଁ ୪୦୦୦ରୁ ଅଧିକ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ । ବେଦାନ୍ତ ଆଲୁମିନିୟମର କର୍ମଚାରୀ ତଥା ସ୍ୱେଛାସେବୀମାନେ ସ୍ୱେଛାକୃତ ଭାବେ ଘରକୁ ଘର ବୁଲି ଲୋକମାନଙ୍କୁ ତ୍ରିରଙ୍ଗା ବଂଟନ କରିଥିଲେ । ଭାରତର ୭୬ତମ ସ୍ୱାଧୀନତା ଦବିସରେ ଏମାନେ ପ୍ରତିଟି ଘରେ ଜାତୀୟ ପତାକା ଉଡ଼ାଇଥିଲେ । ଏହି ପତାକା ଗୁଡ଼ିକୁ ଶୁଭଲକ୍ଷ୍ମୀ ମହିଳା ସମିତି ଦ୍ୱାରା ପ୍ରସ୍ତୁତ କରାଯାଇ ଆର୍ଥିକ ଅଭିବୃଦ୍ଧି ହାସଲ କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମ ଦ୍ୱାରା ପ୍ରୋତ୍ସାହନରେ ଗୋଷ୍ଠୀର ବିକାଶ ପାଇଁ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ସ୍ଥାୟୀ ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛି । ୨୦୦୮ରେ ମାତ୍ର ୧୦ ଜଣ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଆଜି ୪୧୦୦ରୁ ଅଧିକ ମହିଳା ସଦସ୍ୟ ଅଛନ୍ତି । ଜିରୋ କ୍ଷୁଧା ଓ ଲିଙ୍ଗଗତ ସମାନତାର ବିକାଶ ପାଇଁ କଂପାନିର ପ୍ରତିବଦ୍ଧତା ଏହାର ଏକ ପ୍ରମାଣ । ଯେଉଁ ମହିଳାମାନେ ପୂର୍ବରୁ ନିଜଘରେ ବଡ଼ କଷ୍ଟରେ ଚଳୁଥିଲେ ସେମାନେ ଆଜି କୁକୁଡ଼ା ଚାଷ, ପନିପରିବା ଚାଷ, ଫାଷ୍ଟ ଫୁଡ ସେଂଟର, ଗ୍ରୋସରି, ବିୟୁଟି ପାର୍ଲର ଓ ଅନ୍ୟାନ୍ୟ ସୂକ୍ଷ୍ମ ଉଦ୍ୟୋଗ ସ୍ଥାପନା କରି ନିଜକୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି । ବର୍ତମାନ ଏହି ସମବାୟ ସମିତି ୭୨ଟି ଗ୍ରାମରେ ନିଜର ଉପସ୍ଥିତି ବଜାୟ ରଖିଛି ।

ବେଦାନ୍ତ ଆଲୁମିନିୟମର ଏହି ଗୋଷ୍ଠୀ ଉଦ୍ୟମ ବିଷୟରେ ବର୍ଣ୍ଣନା କରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ କହିଛନ୍ତିଯେ ଆମର ଜାତୀୟ ପତାକା ଅତି ଯତ୍ନର ସହିତ ଏହି ମହିଳାଙ୍କ ଦ୍ୱାରା ସିଲେଇ ହୋଇ ଝାରସୁଗୁଡ଼ାର ହଜାର ହଜାର ଘର ଉପରେ ଉଡ଼ୁଥିବା ଦେଖି ଆମେ ଗର୍ବିତ । ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲଟର ମାନଙ୍କ ମଧ୍ୟରୁ ବେଦାନ୍ତ ଝାରସୁଗୁଡ଼ା ଭାରତର ଆତ୍ମନିର୍ଭରତାର ଯାତ୍ରା ପାଇଁ ଗର୍ବିତ ଅଭିଯାନ ଜାରି ରଖିଛି । ଆମେ ସ୍ଥାନୀୟ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏହି ପଦକ୍ଷେପ ସଂପର୍କରେ ଜଣେ ଟେଲର ଓ ଶୁଭଲକ୍ଷ୍ମୀ ମହିଳା ସମବାୟର ସଦସ୍ୟା ସରସ୍ୱତି ମେହେର କହିଥିଲେଯେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତର ପ୍ରତିଟି ଘରେ ଏହି ଜାତୀୟ ପତାକା ଉଡ଼ିବା ଉତ୍ସାହକୁ ନେଇ ଆମେ ୪୦୦୦ଟି ପତାକା ସିଲାଇ କରିଛୁ । ୭୫ବବର୍ଷ ସ୍ୱାଧୀନତର ଉତ୍ସବ ପାଳନ ଅବସରରେ ଆମ କଠିନ ପରିଶ୍ରମର ଫଳ ପ୍ରତିଟି ଘରେ ଉଡ଼ିବା ଆମ ପାଇଁ ଗୌରବଜନକ ।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଯିଏକି ଆର୍ଥିକ ବର୍ଷ ୨୨ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । କଂପାନିର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ତାପଜ ଶକ୍ତି କେନ୍ଦ୍ର ପରିଚାଳନାକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଯିଏକି ବିଶ୍ୱସ୍ତରରେ ୧ ମିଲିୟନ ଟନ ଉତ୍ପାଦନ ଓ ରପ୍ତାନିକାରୀ କ୍ଲବ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *