ବେଦାନ୍ତ ଲାଞ୍ଜିଗଡ଼କୁ ସମ୍ମାନଜନକ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର-୨୦୨୧

ଲାଞ୍ଜିଗଡ଼, ୨୯ ଜୁନ,୨୦୨୨ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର-୨୦୨୧ ଲାଭ କରିଛି । ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା ।

ପରିବେଶ ସ୍ଥିରତା ଉପରେ ଜିରୋ ହର୍ମ, ଜିରୋ ଆବର୍ଜନା ଓ ଜିରୋ ଡିସଚାର୍ଜ ଆଭିମୁଖ୍ୟକୁ ନେଇ ସଂସ୍ଥା ପରିଚାଳିତ ଯାହା ବହୁମୁଖୀ ଅଙ୍ଗାରକାମ୍ଳ ହ୍ରାସ, ଶକ୍ତି ପରିଚାଳନା, ଜଳ ସଂରକ୍ଷଣ, ବର୍ଜ୍ୟରୁ ସଂପଦ ସୃଷ୍ଟି, ଜୈବ ବିବିଧତାର ସଂରକ୍ଷଣ ପ୍ରଭୃତି କାର୍ଯ୍ୟ କରି ଆସୁଛି ।

କମ୍ପାନି ଦ୍ୱାରା ପରିଚାଳିତ କେତେକ ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଉଛି-

•ଶକ୍ତିଶାଳୀ ଜଳ ପରିଚାଳନା ପ୍ରଣାଳୀ ଯେଉଁଥିରେ ଅତ୍ୟାଧୁନିକ ଇଫ୍ଲୁଏଂଟ ଟ୍ରିଟମେଂଟ ପ୍ଲାଂଟ ଗୁଡ଼ିକ ଦ୍ୱାରା ପ୍ଲାଂଟ ମଧ୍ୟରେ ସୃଷ୍ଟି ହୋଇଥିବା ବର୍ଜ୍ୟ ଜଳର ପୁନଃବ୍ୟବହାର କରାଯାଇ ପାରୁଛି । ବର୍ଷାଜଳ ଅମଳର ଏକ ନେଟୱର୍କ କମ୍ପାନି ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା ୧୦୦ ମିଲିୟନ ଜଳ ସଂରକ୍ଷଣ ହୋଇ ପାରୁଛି । •ପ୍ରଭାବଶାଳୀ ବର୍ଜ୍ୟବସ୍ତୁ ପରିଚାଳନାରେ ଏକ ବିଶ୍ୱଶ୍ରେଣୀୟ ବକ୍‌ସାଇଟ ଅବଶେଷାଂଶ ଫିଲଟରେସନ ୟୁନିଟ ଦ୍ୱାରା ସଫଳ ଭାବରେ ବର୍ଜ୍ୟ ପରିଚାଳନା କରାଯାଉଛି ଯାହା ଭାରତରେ ଏପ୍ରକାର ପଦକ୍ଷେପ ଗ୍ରହଣ କରାଯିବା କ୍ଷେତ୍ରରେ ଏହା ହେଉଛି ପ୍ରଥମ । •ଉଚ୍ଚ ସାନ୍ଧ୍ରତାଯୁକ୍ତ ସ୍ଲରି ଡିସପୋଜାଲ, ଡ୍ରାଏ ଫଗ ସିଷ୍ଟମ, ଜଳ ସିଂଚନ ଇତ୍ୟାଦି ଦ୍ୱାରା ବାୟୁର ଗୁଣବତାକୁ ସୁନିଶ୍ଚିତ କରାଯାଇ ପାରୁଛି ।
ଚା କାରଖାନାର ବାହାର ପାଶ୍ୱର୍ରେ ଏକ ସବୁଜ ବଳୟର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ୫.୪୦ ଲକ୍ଷ ଗଛ ରୋପଣ କରାଯାଇ କାର୍ବନ ସିଙ୍କ ଓ ଜୈବବିବିଧତା ପ୍ରତି ଧ୍ୟାନ ଦିଆଯାଉଛି ।

ଏହି ପୁରସ୍କାର ବିଷୟରେ ଶ୍ରୀ ଜି.ଜି. ପାଲ, ସିଇଓ, ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ କହିଛନ୍ତିଯେ \”ଆମେ ଆମର କାର୍ଯ୍ୟକଳାପରେ ଏକ ଦୃଢ ସ୍ଥିରତା ପ୍ରଣାଳୀର ବ୍ୟବସ୍ଥା କରିଛୁ । ଏହା ଆମକୁ ପରିବେଶ ଓ ଆମ ଗୋଷ୍ଠୀ ଉପରେ ଏକ ସ୍ଥାୟୀ ସକାରାତ୍ମ ପ୍ରଭାବ ପକାଇବ । ଏହି ପୁରସ୍କାର ବର୍ତମାନ ପର୍ଯ୍ୟନ୍ତ ଆମର ଯ।।ତ୍ରାର ଏକ ଦୃଢ ସମର୍ଥନ ଅଟେ ଓ କେବଳ ବ୍ୟବସାୟ ଅଭିବୃଦ୍ଧି ଓ ନିରନ୍ତର ବିକାଶ ପ୍ରତି ଆମକୁ ପ୍ରେରଣା ପ୍ରଦାନ କରିବ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *