ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଅଣସଂରକ୍ଷିତ ସମ୍ପ୍ରଦାୟର ଏକ ହଜାର ବାଳିକାଙ୍କୁ ନିଯୁକ୍ତି ପାଇଁ “ପ୍ରୋଜେକ୍ଟ ପଂଛି”ର ଶୁଭାରମ୍ଭ

ପ୍ରଥମ ବ୍ୟାଚରେ ଅଣ ସଂରକ୍ଷିତ ଗୋଷ୍ଠୀରୁ ୪୦ ଜଣ ବାଳିକାଙ୍କୁ ଲାଞିଗଡ଼ ପ୍ଲାଂଟରେ ନିଯୁକ୍ତି ଦେଇଛି

ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୩ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞିଗଡ଼ର ଆଲୁମିନା ରିଫାଇନାରୀରେ ପ୍ରୋଜେକ୍ଟ ପଂଛି ଶୁଭାରମ୍ଭ କରିଛି । ଏହି ପ୍ରକଳ୍ପ ହେଉଛି ଏକ ଅଭିନବ କର୍ପୋରେଟ ନିଯୁକ୍ତି ଡ୍ରାଇଭ ଯାହା ଧାତୁ, ଖଣି,ତୈଳ ଓ ଗ୍ୟାସ ଉଦ୍ୟୋଗର ବିଭିନ୍ନ ବ୍ୟବସାୟରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି ।

ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଆଲୁମିନିୟମର ଲାଞିଗଡରେ ଏପରି ୪୦ ଜଣ ବାଳିକାଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ପ୍ରଦୀପ କୁମାର ଦିଶାରୀ (ନିର୍ବାଚନ ମଣ୍ଡଳୀର ବିଧାୟକ), ଶ୍ରୀମତୀ ପି. ଅନ୍ୱେଶା ରେଡି ( ଜିଲ୍ଲା କଲେକ୍ଟର ଓ ମାଜିଷ୍ଟ୍ରେଟ), ଡ, ବିଶ୍ୱଜିତ ଦାସ ( ସବ କଲେକ୍ଟର), ଶ୍ରୀ ଜିତେନ୍ଦ୍ର ମିଶ୍ର (ବ୍ଲକ ବିକାଶ ଅଧିକାରୀ), ପଂଚାୟତ ରାଜ ଅନୁଷ୍ଠାନ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ର ୧୦ ଟି ପଂଚାୟତର ସଦସ୍ୟ, ଶ୍ରୀ ଜି.ଜି. ପାଲ, ଡେପୁଟି ସିଇଓ ବେଦାନ୍ତ ଲିଃ- ଆଲୁମିନିୟମ ବିଜିନେସ ଏବଂ ଶ୍ରୀ ଦିଲ୍ଲିପ କୁମାର ସିହ୍ନା, ସିଏଚଆରଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ ଓ ଗ୍ରୁପ ଆଙ୍କରଙ୍କ ଉପସ୍ଥିତିରେ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଂଟନ କରାଯାଇଥିଲା ।

ଏହି ଝିଅମାନେ ଯେଉଁମାନଙ୍କ ମଧ୍ୟରୁ ଅନେକ ଶିକ୍ଷାର୍ଥୀ ହୋଇଥିଲେ ମଧ୍ୟ ବେଦାନ୍ତ ଏହି ସବୁପିଲାମାନଙ୍କର ପ୍ରତିଭାକୁ ଦେଖି ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରିଥିଲା । ବିଭିନ୍ନ ମାନଦଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରାହୋଇଥିଲା । କେତେକ ସ୍ନାତକୋତର ଶିକ୍ଷା ଲାଭ କରୁଥିବାରୁ ସେମାନଙ୍କ ଶିକ୍ଷା ସମାପ୍ତ ପରେ ସେମାନଙ୍କ ଚାକିରୀ ଅଫର ଗୁଡ଼ିକ ଆନୁଷ୍ଠାନିକ ହୋଇଯିବ ଓ ଏହି ଝିଅମାନେ ମୂଳ କାର୍ଯ୍ୟରେ ସ୍ନାତକ ଶିକ୍ଷାନବୀଶ ଭାବେ ବେଦାନ୍ତର କାର୍ଯ୍ୟରେ ଯୋଗ ଦେବେ ।

ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ ବେଦାନ୍ତର ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ସ୍ଥାନୀୟ ଗୋଷ୍ଠୀଙ୍କ ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ ।

ଓଡ଼ିଶା, ଛତିଶଗଡ, ରାଜସ୍ଥାନ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଗୋଆ ଇତ୍ୟାଦିରେ କଂପାନି ଧାତୁ, ଖଣି ଏବଂ ତୈଳ ଓ ଗ୍ୟାସ ବ୍ୟବସାୟିକ କାର୍ଯ୍ୟରେ ଏହି ସବୁ ବାଳିକାମାନଙ୍କୁ ନିଯୁକ୍ତି ଦେବ ।

ବେଦାନ୍ତର ଲାଞିଗଡ଼ ଅପରେସନ ଏକ ବିଶ୍ୱସ୍ତରୀୟ ୨ ଏମଟିପିଏ ଆଲୁମିନା ରିଫାଇନାରୀ ଯାହା ଝାରସୁଗୁଡ଼ା ଓ ବାଲକୋ (ଛତିଶଗଡ଼)ରେ କଂପାନିର ଅତ୍ୟାଧୁନିକ ଆଲୁମିନିୟମ ସ୍ମେଲଟରକୁ ଖାଦ୍ୟ ଯୋଗାଇଥାଏ । ରିଫାଇନାରୀ ବର୍ତମାନ ୫ ଏମଟିପିଏକୁ ସଂପ୍ରସାରିତ ହେବାକୁ ଯାଉଛି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମାନବ ଶକ୍ତି ନିୟୋଜିତ ହେବେ । ମହିଳାମାନଙ୍କ ପାଇଁ କଂପାନିରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଯାହା ସେମାନଙ୍କ ପାଇଁ ପ୍ରେରଣାଦାୟକ ହେବ ।

ପ୍ରୋଜେକ୍ଟ ପଂଛି ବିଷୟରେ ଶ୍ରୀ ଜି.ଜି. ପାଲ, ଡେପୁଟି ସିଇଓ- ଆଲୁମିନା ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ-ପ୍ରୋଜେକ୍ଟ ପଂଛି ହେଉଛି ଆମର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଏକ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ, ଯାହା ଭାରତରେ ଦୂରବର୍ତୀ ଅଂଚଳରେ ରହୁଥିବା ଅଶାୟୀ ଯୁବତୀମାନଙ୍କୁ ସଶକ୍ତିକରଣ କରିବା ସହିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଆମର ୪୦ ଜଣ ବାଳିକା ପ୍ରଥମ ପର୍ଯ୍ୟାୟରେ ଚୟନିତ ହୋଇଛନ୍ତି । ସେମାନଙ୍କୁ ଆମେ ସ୍ୱାଗତ କରୁଛୁ ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ ।

ଏହି ମହତ ପଦକ୍ଷେପ ସଂପର୍କରେ ଲାଞିଗଡ଼ ବିଧାୟକ ଶ୍ରୀ ପଦୀପ କୁମାର ଦିଶାରୀ କହିଛନ୍ତିଯେ ଏଠାରେ ଗୋଷ୍ଠୀର ବିକାଶ ପାଇଁ ବେଦାନ୍ତର ଅପାର ଅବଦାନ ରହିଛି । ପ୍ରୋଜେକ୍ଟ ପଂଛି ପଦକ୍ଷେପ ଏକ ଅତ୍ୟନ୍ତ ଉତମ କାର୍ଯ୍ୟକ୍ରମ ଯାହା ଦ୍ୱାରା ଏହି ଅଂଚଳର ଝିଅମାନେ ଉତ୍ସାହିତ ହେବେ । ଏହି ପଦକ୍ଷେପ ଜୀବିକା ନିର୍ବାହ ପାଇଁ ସାମାଜିକ ସୀମା ଭାଙ୍ଗିବ ଓ ପିଲାମାନେ ନିଜକୁ ହେୟ ମନେନକରି ବୃତିଗତ କ୍ଷେତ୍ରରେ ନିଜକୁ ସଦୃଢ କରିବାକୁ ଆଗେଇ ଆସିବେ ।

ଏହି ପଦକ୍ଷେପ ସଂପର୍କରେ ଶ୍ରୀମତୀ ପି. ଅନ୍ୱେଶା ରେଡୀ ଜିଲ୍ଲା କଲେକ୍ଟ ତଥା ମାଜିଷ୍ଟ୍ରେଟ କଳାହାଣ୍ଡି କହିଥିଲେଯେ- ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକଳ୍ପ ପଂଛି ବେଦାନ୍ତର ଏକ ନିଆରା କାର୍ଯ୍ୟ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ବହୁ ଯୁବତୀ କର୍ମ ନିଯୁକ୍ତି ପାଇ ପାରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି ପାଇବ । ମୁଁ ନବ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଉଛି ।

ଏହି କାର୍ଯ୍ୟକ୍ରମରେ ମନୋନିତ ହୋଇଥିବା ଜଣେ ବାଳିକା ସୂର୍ଯ୍ୟକାନ୍ତି ମାଝିଙ୍କ ପିତା ଚକ୍ରି ମାଝି ନିଜର ଭାବନା ପ୍ରକାଶ କରି କହିଥିଲେଯେ ପ୍ରୋଜେକ୍ଟ ପଂଛି ଆମକୁ ସ୍ୱପ୍ନ ଦେଖାଇଲା ମୁଁ ପୂର୍ବରୁ କେବେ ଭାବି ନଥିଲି ମୋର ଝିଅ ଏପରି ସୁଯୋଗ ପାଇବ ବୋଲି । ମୁଁ ବହୁତ ଖୁସି । ଆମ ଗୋଷ୍ଠୀ ପାଇଁ ବେଦାନ୍ତ ଅନେକ ମହତ କାର୍ଯ୍ୟ କରିଛି । ଏହି ପଦକ୍ଷେପ କେବଳ ଆମ ଝିଅ ମାନଙ୍କୁ ବ୍ୟକ୍ତିଗତ ତଥା ବୃତିଗତ ଭାବରେ ବଢିବାରେ ସାହାଯ୍ୟ କରିବ ନାହିଁ ଅନ୍ୟପକ୍ଷରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ ।
ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡ଼ର ଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣ କରିିଥାଏ, ଯାହାକି ଆର୍ଥିକ ବର୍ଷ ୨୦୨୨ ରେ ୨.୨୭ ମିଲିଅନ ଟନ୍ । ମୂଲ୍ୟଯୁକ୍ତ ଆଲୁମିିନିୟମ ଉତ୍ପାଦଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିିନିୟମ ଡ଼ୋ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ ରେ ଆଲୁମିିନିୟମ ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେ ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲ୍‌ଟର, ଆଲୁମିିନା ରିଫାଇନାରୀ ଓ ପାୱାର ପ୍ଲାଂଟ ସହିତ କମ୍ପାନୀ ଆଲୁମିିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।

Leave a Reply

Your email address will not be published. Required fields are marked *