ବେଦାନ୍ତ ଲଞ୍ଜିଗଡ ପକ୍ଷରୁ ବିପଜ୍ଜନକ ଦୁର୍ଘଟଣାକୁ ରୋକିବାରେ ସରକାରୀ ଜରୁରୀକାଳୀନ ସେବାକୁ ସମର୍ଥନ

ଡିସେମ୍ବର ୪ତାରିଖ ସକାଳେ ବେଦାନ୍ତ ଲଞ୍ଜିଗଡ ଅଗ୍ନିଶମ ବାହିନୀ ସରକାରୀ ଜରୁରୀକାଳୀନ ସେବା ସହ ମିଳିତ ଅପରେସନ୍ କରି କାଲାହାଣ୍ଡି ଜିଲ୍ଲାର ପେଷ୍ଟୀ ପଡା ନିକଟରେ ଏକ ଟ୍ୟାଙ୍କର ଉପରଭାଗରୁ ବଡଧରଣର ଏଲପିଜି ଲିକ୍ ହେଉଥିଲା । କର୍ତ୍ତୃପକ୍ଷଙ୍କ ଜରୁରୀକାଳୀନ ଡାକରା ରେ ବେଦାନ୍ତ ଲଞ୍ଜିଗଡ଼, ଆଲୁମିନା ରିଫାଇନାରୀରୁ ଅଗ୍ନିଶମ ବାହିନୀର ଏକ ଟିମ୍ ଶୀଘ୍ର ଘଟଣା ସ୍ଥଳକୁ ପଠାଯାଇଥିଲା ।

ବେଦାନ୍ତ ଅଗ୍ନିଶମ ବାହିନୀ ରାଜ୍ୟ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ସହିତ ମିଳିତ ଭାବରେ କାର୍ଯ୍ୟ କରି ଉକ୍ତ ସ୍ଥାନରେ ସଫଳତାର ସହ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲେ । ବେଦାନ୍ତର ସମୟାନୁବର୍ତ୍ତୀ ସମର୍ଥନ, ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଶଂସିତ ହୋଇଥିଲା ।

Leave a Reply

Your email address will not be published. Required fields are marked *