ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶା ସିଏସଆର ଫୋରମ ପୁରସ୍କାର ୨୦୨୨ରେ ହ୍ୟାଟ୍ରିକ୍ ସ୍କୋର କରିଛି

ଲାଞ୍ଜିଗଡ଼଼, ଓଡ଼ିଶା, ଜାନୁଆରୀ ୧୩ ୨୦୨୩: ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଓଡ଼ିଶା ସିଏସଆର ଫୋରମ ପୁରସ୍କାରକୁ ତିନୋଟି ଶ୍ରେଣୀରେ ଲାଭ କରିଛି: ସ୍ୱାସ୍ଥ୍ୟସେବା ଓ ସ୍ୱଛତା, ମହିଳା ସଶକ୍ତିକରଣ ଏବଂ ଆଲୁମିନା ଉତ୍ପାଦନ ଓ କୋଭିଡ-୧୯ ସମୟରେ ଗୋଷ୍ଠୀ ବିକାଶ ପଦକ୍ଷେପ । ଯଦ୍ୱାରା ଏହାର ଆଖପାଖ ଲୋକମାନଙ୍କ ଉପରେ ଅର୍ଥନୈତିକ ଅଗ୍ରଗତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଛି ।
କମ୍ପାନି ତରଫରୁ ପୁରସ୍କାର ଗ୍ରହଣ କରି ଶ୍ରୀ ଜି.ଜି.ପାଲ, ଡେପୁଟି ସିଇଓ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଥିଲେଯେ– ବେଦାନ୍ତ ଲାଞ୍ଜିଗଡ଼ର କାର୍ଯ୍ୟକଳାପ ମାଧ୍ୟମରେ ଏକ ଦୃଷ୍ଟାନ୍ତମୂଳକ ତଥା ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରେ । ଏହି ଉଦ୍ଦେଶ୍ୟରେ ଆମେ ମହିଳା ଓ ଶିଶୁ ବିକାଶ ଉପରେ ବିଶେଷ ଧ୍ୟାନ ପ୍ରଦାନ କରୁଛୁ । ଏହା ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, କ୍ରୀଡ଼ା ଓ କଳା ସଂସ୍କୃତିର ପାଂଚୋଟି ସ୍ତମ୍ଭର ବିକାଶ କରୁଛୁ । ଆମର ସହଭାଗୀ ଅଗ୍ରଗତି ଦିଗରେ ଗୋଷ୍ଠୀର ବିକାଶ ପ୍ରତି ଧ୍ୟାନ ଦେଉଛୁ । ଏହି ସ୍ୱୀକୃତିଗୁଡ଼ିକ ଆମକୁ ଆଜି ସମ୍ମାନ ଆଣି ଦେବାରେ ସାହାଯ୍ୟ କରିଛି ।
ପ୍ରୋଜେକ୍ଟ ଆରୋଗ୍ୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବେଦାନ୍ତ ଲାଞ୍ଜିଗଡ଼ର ସ୍ୱାସ୍ଥ୍ୟ ସେବା ଗୋଷ୍ଠୀ ବିକାଶର ଏକ ମୂଳ ସ୍ତମ୍ଭ ଅଟେ । ବିନା ମୂଲ୍ୟରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ନିକଟ ଅତୀତରେ କମ୍ପାନି ଉନ୍ନତ ରୋଗୀ ସେବା ପାଇଁ ଏକ ଡିଜିଟାଲ ହେଲଥ କାର୍ଡ଼ର ପରିଚୟ ଓ ଦୋକାନର କର୍ମଚାରୀ ଓ ବ୍ୟବସାୟୀଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁବିଧା ବୃଦ୍ଧି ଲାଗି ରାଜ୍ୟ କର୍ମଚାରୀ ବୀମା ନିଗମ ସହିତ ଯୋଡି ହୋଇ ଅନେକ ପଦକ୍ଷେପ ହାତକୁ ନେଇଛି । କେବଳ ଆର୍ଥିକ ବର୍ଷ ୨୩ରେ ୯ଟି ଗ୍ରାମ ପଂଚାୟତରୁ ୩୩୦୦ରୁ ଅଧିକ ଲୋକ ଏହି ମେଗା ସ୍ୱାସ୍ଥ୍ୟ ଶିବିରରୁ ଉପକୃତ ହୋଇଛନ୍ତି ।
ପ୍ରକଳ୍ପ ସଖୀ ଅଧିନରେ ଲାଂଜିଗଡ଼ର ମହିଳାମାନେ ନିଜକୁ ସ୍ୱାବଲମ୍ବୀ କରାଇପାରିଛି । ଉତମ ଜୀବିକା ସୁଯୋଗ ସାଙ୍ଗକୁ ସେମାନଙ୍କୁ ଆର୍ଥିକ ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି । ବେଦାନ୍ତ ଲାଂଜିଗଡ଼ ଦ୍ୱାରା ସମର୍ଥିତ ମହିଳା ଉଦ୍ୟୋଗୀ ଶକ୍ତି ଫାଉଣ୍ଡେସନ ଏହାର ୬ତମ ବାର୍ଷିକ ପାଳନ କରିଛି । ଏଥିରେ କଳାହାଣ୍ଡି ଓ ରାୟଗଡ଼ାରୁ ୪୦୦୦ରୁ ଅଧିକ ମହିଳା ଲାଭାନ୍ୱିତ ହେଉଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଯଥା ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଓ ସୁକନ୍ୟା ଯୋଜନା ଭଳି ସହାୟକ ଯୋଜନା ସହିତ ସାମିଲ କରାଯାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ ଠାରୁ ଏହା ୨ ଏମଟିପିଏ କ୍ଷମତାର ଆଲୁମିନା ରିଫାଇନାରୀ ଲାଂଜିଗଡ଼ କଳାହାଣ୍ଡିରେ ଉତ୍ପାଦନ କରୁଛି ଓ ୭୫ ମେଗାୱାଟ କ୍ଷମତାର ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।