ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ଗ୍ରାମାଞ୍ଚଳରେ ନୂଆ ଜୀବିକା ପ୍ରକଳ୍ପର ଶୁଭାରମ୍ଭ କରିଛି

ପ୍ରକଳ୍ପ ସଂଗମର ଲକ୍ଷ୍ୟ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦,୦୦୦ ଲୋକଙ୍କୁ ସ୍ଥାୟୀ ଜୀବିକା ପ୍ରଦାନ କରିବ

ଲାଞ୍ଜିଗଡ଼଼, କଳାହାଣ୍ଡି, ଓଡ଼ିଶା, ୧ଜୁନ୍‌,୨୦୨୪ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ସ୍ମେଲଟରଗ୍ରେଡର ଆଲୁମିନିୟମ ନିର୍ମାତା ନିକଟରେ ସଙ୍ଗମ: ଜୀବନ ପ୍ରକୃତି ଅଉର ସଂସ୍କୃତିକା ଏକମିଲନ ପ୍ରକଳ୍ପ ଶୁଭାରମ୍ଭ କରିଛି । ଏହା ଜଳବାୟୁ ସ୍ଥିର ବିକାଶ ମାଧ୍ୟମରେ ଗ୍ରାମୀଣ ଚାଷୀଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ଓ ଏହି ପ୍ରକଳ୍ପ ୪୦ଟିରୁ ଅଧିକ ଗାଁ ରେ ଗଠନ ଓ ୫୦୦ରୁ ଅଧିକ ହୀତାଧିକାରୀ ଉପକୃତ ହୋଇଛନ୍ତି ।
କଳାହାଣ୍ଡି ମୁଖ୍ୟତଃ ଏକ କୃଷି ଅଞ୍ଚଳ ଓ ଏଠାରେ ସୀମିତ ଜୀବିକା ସୁଯୋଗ ରହିଛି । ଏଠାରେ ମଧ୍ୟକମ ବୃଷ୍ଟିପାତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସଙ୍ଗମକୁ ପ୍ରାକୃତିକ ସମ୍ପଦ ପରିଚାଳନା ଓ ଦୀର୍ଘ ସ୍ଥାୟୀ ଜୀବିକା ସୁଯୋଗ ସହ ଏକୀ ଭୂତକରି ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ବୃଦ୍ଧିକରିବା ପାଇଁ ବ୍ୟାପକ ରୋଡ ମ୍ୟାପ ଗଠନ କରାଯାଇଛି ।
କୃଷକ ଉତ୍ପାଦକ କଂମ୍ପାନି (ଏଫପିସି)ର ଏହି ହସ୍ତକ୍ଷେପ ମଧ୍ୟରେ କ୍ଷୁଦ୍ର ଚାଷୀମାନଙ୍କର ଏକ ଫେଡେରେସନ ଜରୀଆରେ ସ୍ଥାୟୀ ଓ ଲାଭ ଜନକ ଅଣକୃଷି ଭିତିକ କାର୍ଯ୍ୟକଳାପରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ । କେବଳ ମହିଳା କୃଷକ ମାନେ ମହୁମାଛି ପରି ଉଦ୍ୟୋଗ କରି ସାରିଛନ୍ତି ।
କ୍ରମାଗତ ଉତ୍ପାଦନ ଓ ଅମଳର ସର୍ବାଧିକ ସ୍ତର ହାସଲ କରିବାକୁ ବିଭିନ୍ନ କୃଷି ଅଭ୍ୟାସ ନିୟୋଜିତ କରିବାକୁ ହେବ, ଫସଲକୁ ସମର୍ଥନ କରିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯିବ । କୃଷକମାନେ କିପରି ଅଧିକରୁ ଅଧିକ ଆୟକରି ପାରିବେ ତାହା ଉପରେ ଦ୍ୟାନ ଦିଆଯିବାକୁ ପ୍ରକଳ୍ପ ଲକ୍ଷ୍ୟ ରଖିଛି ।
ଭୂତଳ ଜଳ ସଂରକ୍ଷଣ ଓ ଜଳ ଉପଲବ୍ଧତା ବୃଦ୍ଧି ଲାଗି ପ୍ରକଳ୍ପ ସଙ୍ଗମ ଅଧିନରେ ଅନେକ ଜଳସଂପଦ ବିକଶିତ ହେବ । ଏଥିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା ଓ ପୋଖରୀ ନିର୍ମାଣ, କେନାଲ ଗୁଡ଼ିକର ପୁନଃ ଥଇଥାନ, ଫସଲର ବିବିଧ କରଣ ଓ ପଶୁପାଳନ ଉପରେ ଗୁରୁତ୍ୱ ଦିଆଯିବ । ଏହିଅଞ୍ଚଳର ୬୦%ରୁ ଅଧିକ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରାଯିବ ।


ଏହି ପ୍ରକଳ୍ପ ଉପରେ ମତଦେଇ ଶ୍ରୀ ପ୍ରଣବକୁ ମାରଭଟାଚାର୍ଯ୍ୟ, ସିଇଓ-ଆଲୁମିନାବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତି ଯେ ଅଣସଂରକ୍ଷିତ ଗୋଷ୍ଠୀ ପାଇଁ ନିରନ୍ତର ଜୀବିକା ନିର୍ବାହ କରିବା ଓ ଏହି ଅଂଚଳର ସମାଜିକ ଆର୍ôଥକ ଉନ୍ନତି ପାଇଁ ଏକ ଇକୋସିଷ୍ଟମର ବିକାଶ କରାଯାଇ ସ୍ଥାୟୀ ଜୀବିକା ନିର୍ବାହ କୁସୁଗମ କରାଯିବ । ପ୍ରକଳ୍ପ ସଂଗମ ଆମ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିବ ।
ଶ୍ରୀ ଶଙ୍କର ଚଣ୍ଡି କଳାହାଣ୍ଡି ଜିଲ୍ଲା ଜଣେ କୃଷକ ସେ ତାଙ୍କର କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହା ପୂର୍ବରୁ କଳାହାଣ୍ଡି ଏହାର ସ୍ୱାଦ ଓ ରଙ୍ଗହେତୁ ଜାଗା ପାଇଁ ଜଣା ଶୁଣାଥିଲା । କିନ୍ତୁ ଜଳ ବାୟୁର ଚରମ ପ୍ରଭାବ ଓ ଜଳା ଭାବ ହେତୁ ଆଖୁ ଫସଲ କାର୍ଯ୍ୟକ୍ଷମ ନୁହେଁ । ଆଜି ଏହି ପ୍ରକଳ୍ପ ମାଧ୍ୟମରେ ଆମେ ଏହାର ଉତ୍ପାଦନକୁ ପୁଣି ଥରେ ଆରମ୍ଭ କରିବୁ । ସଠିକ କୃଷି ଅଭ୍ୟାସ ଓ ଜଳ ପରିଚାଳନା ହେବା ଦ୍ୱାରା ଆମେ ଆୟପାଇବାକୁ ସକ୍ଷମ ହେବୁ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *