ବେଦାନ୍ତ ଲାଞ୍ଜିଗଡ଼ ବାର୍ଷିକ ମେଗା ମୋତିଆବନ୍ଦୁ ଶିବିର ଉଦଘାଟନ କରିଛି

ମହାନଦୀ ନେତ୍ର ଚିକିତ୍ସାଳୟ ସହଯୋଗରେ ବେଦାନ୍ତ ହସପିଟାଲ ଏହି ଶିବିର ପରିଚାଳନା କରୁଛି

ଲାଞ୍ଜିଗଡ଼,କଳାହାଣ୍ଡି,ଓଡ଼ିଶା, ୧୬.୧୦.୨୦୨୩ : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼, ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଆଲୁମିନିୟମ ଉତ୍ପାଦକ ସଂପ୍ରତି ମହାନଦୀ ନେତ୍ର ଚକିତ୍ସାଳୟର ସହଯୋଗରେ ବାର୍ଷିକ ମେଗା ମୋତିଆବିନ୍ଦୁ ଶିବିର ପରିଚାଳନା କରିଛି । ଗୁଣାତ୍ମକ ତଥା ସୁବିଧାରେ ଚକ୍ଷୁ ଯତ୍ନ ସମ୍ବନ୍ଧରେ ସ୍ଥାନୀୟ ଲୋକମାନଙ୍କୁ ସହାୟତା ପାଇଁ ଏହି ଶିବିର ଧ୍ୟାନ ଦେଇଥିଲା ।

ଚଳିତ ବର୍ଷ ଲାଗି ଏହି ଶିବିର ୭ଟି ପର୍ଯ୍ୟାୟରେ ୪୦ ଜଣ ହୀତାଧିକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ସହ ସମୁଦାୟ ୨୮୦ ଜଣଙ୍କୁ ସହାୟତା କରିବ । ୨୦୧୪ରେ ଆରମ୍ଭ ହେବା ପରଠାରୁ ଏହି ଶିବିର ୧୦୦୦ଟି ଅପରେସନରୁ ସଫଳତା ପାଇଛି । ରୋଗୀମାନଙ୍କ ପାଇଁ ପ୍ରାଥମିକ ପରୀକ୍ଷା ଠାରୁ ଆରମ୍ଭ କରି ସର୍ଜରୀ ଓ ନିୟମିତ ଦେଖାଶୁଣା ସାଙ୍ଗକୁ ମୋତିଆ ବିନ୍ଦୁ ଅପରେସନ କରାଉଥିବା ରୋଗୀଙ୍କ ପାଇଁ ସଂପୂର୍ଣ୍ଣ ଧ୍ୟାନ ପ୍ରଦାନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୩୮ ଜଣ ରୋଗୀ ଉପକୃତ ହୋଇଥିଲେ । ପୂର୍ବ ବର୍ଷର ୬ଟି ପର୍ଯ୍ୟାୟରେ ମୋଟ ୨୨୧ଟି ଅପରେସନ ସଫଳତା ପୂର୍ବକ କରାଯାଇଥିଲା । ଏଥର ବେଦାନ୍ତ ଲାଞ୍ଜିଗଡ଼ର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏହି ଶିବିର ଉଦଘାଟନ କରିଥିଲେ ।

ଆରୋଗ୍ୟ ପ୍ରକଳ୍ପ ଅଧିନରେ ଗୋଷ୍ଠୀର ସ୍ୱାସ୍ଥ୍ୟ ସେବା ବଳଙ୍କ ଦ୍ୱାରା ପରିଚାଳିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଅଂଶ ଭାବେ ମୋତିଆ ବିନ୍ଦୁ ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କୁ ସହାୟତା ଯୋଗାଇ ଦେଇଥିଲେ ।

ରୋଗୀମାନଙ୍କୁ କ୍ରମାଗତ ଯତ୍ନ ଯୋଗାଇ ଦେବାକୁ ବେଦାନ୍ତ ଲାଞ୍ଜିଗଡ଼ ମାଗଣା ନିରାକରଣ ଓ ଔଷଧ, ଗୋଷ୍ଠୀ ସଚେତନତା ଅଭିଯାନ, ପରାମର୍ଶ ସହ ୧୦୦୦ରୁ ଅଧିକ ପୋଷକ ବାସ୍କେଟ ବଂଟନ କରାଯାଇଥିଲା । ଏହା ସହ ମୋବାଇଲ ହେଲଥ ୟୁନିଟ ଦ୍ୱାରା ପ୍ରତିମାସରେ ୮୫ଟି ଗ୍ରାମରେ କାର୍ଯ୍ୟ କରୁଥିବା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ସ୍କ୍ରିନିଂ ଓ ଯକ୍ଷ୍ମା ରୋଗର ନିରାକରଣ ପାଇଁ ରୋଗୀମାନଙ୍କୁ ବେଦାନ୍ତର ହସପିଟାଲକୁ ପଠାଯାଇଥାଏ ।

ଶ୍ରୀ ଜିଜି ପାଲ, ଡେପୁଟି ସେକ୍ରେଟାରୀ, ବେଦାନ୍ତ ଲି. ଆଲୁମିନା ବିଜିନେସ କହିଛନ୍ତିଯେ ଆମ ଗୋଷ୍ଠୀର କଲ୍ୟାଣ ହେଉଛି ଆମର ପ୍ରାଥମିକତା । ଆମେ ସେମାନଙ୍କ ବ୍ୟାପକ ସ୍ୱାସ୍ଥ୍ୟ ସେବାକୁ ନିଶ୍ଚିତ କରିବା ଲାଗି ସେମାନଙ୍କ ପାଇଁ ନିରନ୍ତର ଧ୍ୟାନ ପ୍ରଦାନ କରି ଆସୁଛୁ । ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଆମେ କଳାହାଣ୍ଡିର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସଶକ୍ତ ହେବାକୁ ପ୍ରୟାସ କରୁଛୁ ।

ଲାଞ୍ଜିଗଡ଼ ବଡ଼ପଦା ସହରର ୬୩ ବର୍ଷିୟ ମାଲମା ହରିଜନ କହିଛନ୍ତିଯେ ମୁଁମୋର ଦୃଷ୍ଟି ଶକ୍ତି ହରାଇ ବସିଥିଲି ଓ ଅପରେସନ ପାଇଁ ମୋର ସାମର୍ଥ୍ୟ ନଥିଲା । ସୌଭାଗ୍ୟକୁ ବେଦାନ୍ତ ମୋତେ ସହାୟତା କରି ମୋର ସମସ୍ତ ଦାୟିତ୍ୱ ନେଇଥିବାରୁ ମୁଁ କୃତଜ୍ଞ । ମୁଁ ଆଜି ସାରା ଦୁନିଆକୁ ଭଲରେ ଦେଖିପାରୁଛି ।
ବେଦାନ୍ତ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଉପରେ ବ୍ୟାପକ କାର୍ଯ୍ୟକ୍ରମ ଗୁଡ଼ିକ ହେଲା-
ବେଦାନ୍ତ ହସପିଟାଲ ଲାଞ୍ଜିଗଡ଼: ଏଠାରେ ୬୦,୦୦୦ରୁ ଅଧିକ ରୋଗୀମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗା ଯାଉଛି । ଆଧୁନିକ ଉପକରଣ ଯଥା ଅଲଟ୍ରାସୋନୋଗ୍ରାଫି, ଫିଜିଓଥେରାପି ଇତ୍ୟାଦି ବ୍ୟବସ୍ଥା ରହିଛି । ଲୋକମାନେ ମୌଳିକ ସ୍ୱାସ୍ଥ୍ୟ ଯତ୍ନ ସହାୟତା ଓ ନିୟମିତ ସେବା ସୁବିଧା ପାଉଛନ୍ତି । କଳାହାଣ୍ଡିର ୬୫ଟି ଗ୍ରାମରେ ୨୨,୦୦୦ରୁ ଅଧିକ ରୋଗୀମାନଙ୍କ ଯତ୍ନ ପାଇଁ କଂମ୍ପାନି ଲକ୍ଷ୍ୟ ରଖିଛି ।

ନନ୍ଦଘର: ଏହାର ନନ୍ଦଘର ଜରିଆରେ ଅଧୁନିକୀକରଣ ହୋଇଥିବା ଅଙ୍ଗନବାଡି ଯାହା ମହିଳା ଓ ଶିଶୁ ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । ବେଦାନ୍ତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ।

ସ୍ୱାସ୍ଥ୍ୟ ଶିବିର : ବେଦାନ୍ତ ଆଲୁମିନିୟମ ସରକାରୀ ହସପିଟାଲର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ବହୁତ ଗୁଡ଼ିଏ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଛି ଓ ଲୋକମାନଙ୍କ ଦ୍ୱାର ଦେଶରେ ପହଁଚି ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ଓ ପରାମର୍ଶ ଯୋଗାଇ ଦିଆଯାଉଛି । ଆର୍ଥିକ ବର୍ଷ ୨୩ରେ ଏହି କାର୍ଯ୍ୟକ୍ରମରୁ ୨୩୦୦ ଲୋକ ଉପକୃତ ହୋଇପାରିଛନ୍ତି ।

ପରିଛନ୍ନତା ଅଭିଯାନ- ସ୍ୱାସ୍ଥ୍ୟ ଓ ପରିଛନ୍ନତାର ବିକାଶ ଲାଗି କମ୍ପାନି ପରିଛନ୍ନତା ଓ ସଚେତନତା ଅଭିଯାନ ଆୟୋଜନ କରୁଛି । ଲୋକମାନଙ୍କୁ ହାତ ଧୋଇବା ଅଭ୍ୟାସ, ନଳା ନର୍ଦ୍ଦମା ଗୁଡ଼ିକର ପରିସ୍କାର ଓ ରୋଗର ପ୍ରତିକାର ପାଇଁ ବୁଝାଯାଉଛି

ମୋତିଆବିନ୍ଦୁ ସର୍ଜରୀ : କମ୍ପାନି ପକ୍ଷରୁ ଏହି ଅଭିଯାନରେ ଆର୍ଥିକ ବର୍ଷ ୨୩ରେ ୨୨୦ରୁ ଅଧିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *