ବେଦାନ୍ତ ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା

ଆଲୁମିନାରିଫାଇନାରି ନିର୍ଗମନକୁ ହ୍ରାସ ପାଇଁ

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡ଼ିଶା ,(ପ୍ରବାହ ନ୍ୟୁଜ୍‌) : ବେଦାନ୍ତଲିମିଟେଡ, ଲାଞ୍ଜିଗଡ ଼ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ଯ୍ୟ ଦକ୍ଷତା ମାପ ଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ । ଏହା ଏକ ଉନ୍ନତ ଡିଜିଟାଲାଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ୍ ଓ ରିଫାଇନାରୀ କାର୍ଯ୍ୟର ସ୍ୱୟଂଚାଳିତ ବୃଦ୍ଧି ଘଟାଇବ ।
ଜଟିଳ ପରିଚାଳନା ଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱ ପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ଯ୍ୟକୁ ସୁଗମ କରିଥାଏ ।
ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱ ପୂର୍ଣ୍ଣ ଯୋଗଦାନ ରହିଛି । ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ଯ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇ ଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ କରିଥାଏ ।
ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇ ଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଶକ୍ତି ପରିଚାଳନା ପ୍ରଣାଳୀ ପରି ପଦକ୍ଷେପ ମାଧ୍ୟମରେ ଆମେ ଶକ୍ତି ଦକ୍ଷତା ବୃଦ୍ଧି ଦିଗରେ ଆଗେଇବା ପାଇଁ ପ୍ରତିଶୃତି ବଦ୍ଧ । ଯେ କୌଣସି ଶିଳ୍ପ ପାଇଁ ଶକ୍ତି ଦକ୍ଷତା ପ୍ରୟୋଜନ, ଆମେ କାର୍ବନପଦଚିହ୍ନକୁ ହ୍ରାସ କରିବା ଲାଗି ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଶକ୍ତି ପ୍ରଣାଳୀକୁ ଏକତ୍ର କରୁଛୁ ଯାହା ଦ୍ୱାରା ସମସ୍ତଙ୍କ ଲାଗି ଏକ ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଗଠନ ହୋଇପାରିବ ।
ବେଦାନ୍ତର ଆଲୁମିନା ବିଶୋଧନାଗାର ଏହାର ଶକ୍ତି ଦକ୍ଷତା ପଦକ୍ଷେପ ପାଇଁ ଅନେକ କନଫେଡେରେସନ ଅଫଇଣ୍ଡିଆନଇ ଣ୍ଡଷ୍ଟ୍ରି ସର୍କଲ ତଥା ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି(ଏଫସିସି)ଅଧିନରେ ଶକ୍ତି ହାସଲ କରୁଛି ଓ ଶକ୍ତି ଦକ୍ଷତା ପ୍ରଦର୍ଶନ ଉପରେ ପୁରସ୍କାର ଲାଭ କରିଛି ।
ବେଦାନ୍ତ ଆଲୁମିନିୟମ ୨୦୫୦ ସୁଦ୍ଧା ନେଟଜିରୋ ହାସଲ କରିବାକୁ ପ୍ରତିଶୃତି ଦେଇଛି ଓ କାର୍ବନଫୁଟପ୍ରିଂଟକୁ ହ୍ରାସ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି । ଏହାର କାର୍ଯ୍ୟକଳାପ ମାଧ୍ୟମରେ କମ୍ପାନି ଏକ ସବୁଜ ଭବିଷ୍ୟତ ନିଶ୍ଚିତ କରିବାକୁ ଦୁଇଗୁଣାରଣ ନୀତି ଆପଣାଇଛି ଓ ଏହି ଯାତ୍ରା କମ୍ପାନି ଲାଗି ହାସଲ ହୋଇଥିବା ପ୍ରମୁଖ ମାଇଲଖୁଣ୍ଟ ଯାହା-

  • ଉତ୍ପାଦନକୁ ୧୬% ବୃଦ୍ଧି କରୁଥିବା ବେଳେ ଆର୍ôଥକ ବର୍ଷ ୨୩ ର ବେସଲାଇନ ଉପରେ ଏସଏଚଜିନିର୍ଗମ ନତୀ ବ୍ରତାକୁ ୮% ହ୍ରାସକରିଛି ।
  • ଆର୍ôଥକ ବର୍ଷ ୨୪ରେ ଏହାର କାର୍ଯ୍ୟରେ ୧୫ ବିଲିୟନ ଲିଟରୁ ଅଧିକ ଜଳ ପୁନଃ ବ୍ୟବହାର କରିଛି ।
  • ମଧୁର ଜଳ ଉତ୍ସରୁ ଜଳ ପ୍ରତ୍ୟାହାରରେ ଏକ ଉଲ୍ଲେଖନୀୟ ଭୂମିକା ୧୧% ହ୍ରାସ କରିଛି
  • ୧.୫ ମିଲିୟମ କ୍ୟୁବି କମିଟର ମଧୁର ଜଳ ସଂଚୟ
  • ଆର୍ôଥକ ବର୍ଷ ୨୩ ରେ ବର୍ଜ୍ୟ ବସ୍ତୁ ବ୍ୟବହାରକୁ ୨୦୦%କୁ ଦ୍ୱିଗୁଣିତ କରିଛି
  • ୬୦ରୁ ଅଧିକ ଗ୍ରାମାଞ୍ଚଳରେ ଜଳ ସଂସ୍ଥାର ପୁନରୁଦ୍ଧାର ପ୍ରକଳ୍ପରେ ସହଯୋଗ କରିଛି ।

Leave a Reply

Your email address will not be published. Required fields are marked *