ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି ବେଦାନ୍ତ

ଭୁବନେଶ୍ୱର, ୦୫ ଏପ୍ରିଲ ୨୦୨୪ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୩ ମିଲିୟନ ଟନ (ଏମଟିପିଏ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ ୩ଟି ବିଶ୍ୱସ୍ତରୀୟ ସଂସ୍ଥାଙ୍କ ମଧ୍ୟରେ ରହିବା ଲାଗି ଚାଲିଥିବା ସଂପ୍ରସାରଣ ପ୍ରୟାସରେ ଏକ ପ୍ରମୁଖ ମାଇଲଖୁଂଟ ରୂପେ ଘୋଷଣା କରିଛି । ୧୦୦% ଭୂଲମ୍ବ ଏକୀକରଣ ହାସଲ କରିବା ଦିଗରେ କମ୍ପାନି ଓଡ଼ିଶାର ଲାଞିଗଡ଼଼ରେ ଥିବା ଏହାର ବିଶ୍ୱଶ୍ରେଣୀର ଆଲୁମିନା ରିଫାଇନାରିରେ ୧.୫ ଏମଟିପିଏ ବିସ୍ତାରର ସଫଳ ଘୋଷଣା କରିଛି । ଏହା ସହିତ ଆଲୁମିନା ରିଫାଇନାରୀର ଉତ୍ପାଦନ କ୍ଷମତା ବର୍ତମାନ ୨ ଏମଟିପିଏ ରୁ ୩.୫ ଏମଟିପିଏକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୧.୫ ଏମଟିପିଏ କ୍ଷମତା ହେଉଛି କଂପାନିର ନୂତନ ବିସ୍ତାରର ଏକ ଅଂଶ, ଯାହାକି ଲାଞିଗଡ଼ ରିଫାଇନାରିରେ ସାମଗ୍ରିକ କ୍ଷମତାକୁ ୨ରୁ ୫ ଏମଟିପିଏକୁ ବୃଦ୍ଧି କରିବ ।
ବେଦାନ୍ତ ଆଲୁମିନିୟମ ଭାରତର ନିମ୍ନ ଅଙ୍ଗାରକାମ୍ଳ “ସବୁଜ’ଆଲୁମିନିୟମ ପରିସର, ବ୍ରାଣ୍ଡେଡ ରେସ୍ତୋରା ସମେତ ବିଶ୍ୱର ଉଚ୍ଚମାନର ଆଲୁମିନିୟମ ଉତ୍ପାଦ ଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଉତ୍ପାଦ ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେଶ, ପ୍ରତିରକ୍ଷା, ଭିତିଭୂମି, ବିଦ୍ୟୁତ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । କଂପାନି ଭାରତରେ ପ୍ରିମିୟର ସ୍ମେଲଟର ଗ୍ରେଡ ଆଲୁମିନାର ବୃହତମ ଉତ୍ପାଦକ ମଧ୍ୟରୁ ଅନ୍ୟତମ । ଝାରସୁଗୁଡ଼ା ଓ ବାଲକୋରେ କଂପାନିର କଂଚାମାଲ ପ୍ରସ୍ତୁତ ହୋଇଥାଏ ।
ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲେଭେନ କହିଛନ୍ତି ଯେ ବିସ୍ତାରିତ କ୍ଷମତା ପରିଚାଳନା କରିବାକୁ ଯାଉଥିବାରୁ ଆମେ ଆନନ୍ଦିତ, ଯାହା ଆମର କଂଚାମାଲ ସୁରକ୍ଷାକୁ ମଜବୁତ କରିବ ଓ ଆମର ଝାରସୁଗୁଡ଼ା ଓ ବାଲକୋ ଆଲୁମିନିୟମ ସ୍ମେଲଟର ପାଇଁ ଖର୍ଚ୍ଚ ହ୍ରାସ କରିବ । ଏହା ୧୦୦% ଭୂଲମ୍ବ ଏକୀକରଣ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଓ ଆମକୁ ଦୃଢ ଭାବରେ ବିଶ୍ୱ ଆଲୁମିନିୟମ ବଜାରରେ ସ୍ଥାନିତ କରିବ ।
ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।