ବେଦାନ୍ତ ଓଡ଼ିଶାର କର୍ଣ୍ଣପୋଡିକୋଣ୍ଡା ବକ୍ସାଇଟ୍ ବ୍ଲକ୍ ପାଇଁ ପସନ୍ଦିତା ବିଡର ଘୋଷିତ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ସରକାରଙ୍କ ଖଣି ଏବଂ ଭୂତତ୍ୱ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ପ୍ରତିଯୋଗିତାମୂଳକ ଇ-ନିଲାମ ପରେ ବେଦାନ୍ତ ଲିମିଟେଡକୁ ଓଡ଼ିଶାର କୋରାପୁଟରେ କର୍ଣ୍ଣପୋଡିକୋଣ୍ଡା ବକ୍ସାଇଟ୍ ବ୍ଲକ୍ ପାଇଁ ‘ପସନ୍ଦିତା ବିଡର’ଭାବରେ ଘୋଷଣା କରାଯାଇଛି।
ଟେଣ୍ଡର ଡକ୍ୟୁମେଂଟ ଅନୁଯାୟୀ, ଏହି ବ୍ଲକଟି ଜି୨ ସ୍ତରରେ ରହିବା ସହିତ ୫୩୨.୭୪୭ ହେକ୍ଟର ପରିବ୍ୟାପ୍ତ ଅଟେ। ଏହି ସମ୍ପତି ବେଦାନ୍ତର କଂଚାମାଲ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଆଲୁମିନିୟମ୍ ବ୍ୟବସାୟ ପାଇଁ ରଣନୈତିକ ସମନ୍ୱୟକୁ ସମର୍ଥନ କରିଛି।
ବେଦାନ୍ତ ଆଲୁମିନିୟମ୍ ର ସିଇଓ ରାଜୀବ କୁମାର କହିଛନ୍ତି, “କର୍ଣ୍ଣପୋଡିକୋଣ୍ଡା ବକ୍ସାଇଟ୍ ବ୍ଲକ୍ ପାଇଁ ପସନ୍ଦିତା ବିଡର ଘୋଷଣା ହେବା ଭାରତରେ ଏକ ସମ୍ପୂର୍ଣ୍ଣ ସମନ୍ୱିତ ଏବଂ ସ୍ଥିର ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳ ନିର୍ମାଣ ଦିଗରେ ଆମର ଯାତ୍ରାକୁ ସୁଦୃଢ଼ କରେ। ଏହି ବିକାଶ ସିଧାସଳଖ ଆମର ସମ୍ପ୍ରସାରଣ ରୋଡମ୍ୟାପ୍ କୁ ସମର୍ଥନ କରିବା ସହିତ ଶିଳ୍ପ ଅଭିବୃଦ୍ଧି, ସ୍ଥାନୀୟ ମୂଲ୍ୟ ସୃଷ୍ଟି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ଆତ୍ମନିର୍ଭରଶୀଳତାକୁ ବେଦାନ୍ତ ଆଲୁମିନିୟମ୍ ର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।”
ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବର୍ଦ୍ଧିତ ଚାହିଦା ଏବଂ ଏକ ଦୃଢ଼ ବଜାର ଦୃଷ୍ଟିକୋଣ ମଧ୍ୟରେ ଉତ୍ପାଦନକୁ ବଜାୟ ରଖିବା ପାଇଁ ଦୀର୍ଘକାଳୀନ ବକ୍ସାଇଟ୍ ସମ୍ବଳ ସୁରକ୍ଷିତ କରିବା ଉପରେ ଧ୍ୟାନ ଦେଉଛି।
