ବେଦାନ୍ତ ଆଲୁମିନିୟମ ଏହାର ଟିମ ମଧ୍ୟରେ କାର୍ଯ୍ୟରତ ପିତାମାତାଙ୍କୁ ସମର୍ଥନ କରିବାପାଇଁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି


ଦୂରବର୍ତି ଅଂଚଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମେଟ୍ରୋ ସହର ପରି ଜୀବନ ଯାପନ କରିପାରିବେ

ଭୁବନେଶ୍ୱର, ୨୫ ଜୁଲାଇ ୨୦୨୩: ଯଦି ଆପଣଙ୍କ ଚାକିରୀ ନିକଟତମ ମେଟ୍ରୋ ସହରଠାରୁ ଦୂରରେ ଥାଆନ୍ତା ଏଥିରେ ଆପଣ କେତେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ । ମେଟ୍ରୋ ସହର ପରି ସେଠାରେ ସବୁ ପ୍ରକାର ସୁବିଧା ମିଳିପାରିବ କି? ସେଠାରେ ଭଲ ସ୍କୁଲ, ଡାକ୍ତରଖାନା ଓ ଅନ୍ୟାନ୍ୟ ସବୁଧା ଅଛିକି?

ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାକୁ ସୁନିଶ୍ଚିତ କରିପାରିଛି । କଂପାନି ବିଶ୍ୱସ୍ତରୀୟ ପ୍ଲାଂଟ ପରିଚାଳନା କରି କର୍ମଚାରୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଆବଶ୍ୟକତା ଗୁଡ଼ିକୁ ପୂରଣ କରିଛି । ଏହାର ପ୍ଲାଂଟ ଅର୍ଦ୍ଧ ସହରୀ ଗ୍ରାମାଂଚଳ ଓଡ଼ିଶାର ଝାରସୁଗୁଡ଼ା ଓ କଳାହାଣ୍ଡି ତଥା ଛତିଶଗଡ଼ର କୋରବା ଠାରେ ଅବସ୍ଥିତ । ଝରସୁଗୁଡ଼ା ବିଶ୍ୱର ବୃହତ ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟିଂ ଅପରେଶନ ହୋଇଥିବା ବେଳେ କଳାହାଣ୍ଡିର ଲାଂଜିଗଡ଼ରେ ଏହାର ଆଲୁମିନା ରିଫାଇନାରୀ ରହିଛି । ବାଲକୋ ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ଓ ଏହା ବେଦାନ୍ତର ସହାୟକ କଂପାନି ଭାବେ କୋରବାରେ ରହିଛି ।

ବେଦାନ୍ତର ଏହି ସବୁ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉତ୍କୃଷ୍ଟ ଆବାସିକ ଟାଉନସିପ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସବୁ ରହିଛି । ଏହା ବ୍ୟତୀତ କର୍ମଚାରୀଙ୍କ ଜୀବନକୁ ଉନ୍ନତ କରିବା ଲାଗି କଂପାନି ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କ୍ରମାଗତ ଭାବେ କର୍ମଚାରୀ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ କଂପାନି ଏକ ସଂସ୍କୃତି ପ୍ରତିପାଦନ କରୁଛି ଯାହା କେବଳ ପିତାମାତା ନୁହଁନ୍ତି ସାରା ପରିବାରକୁ ସମର୍ଥନ କରିଥାଏ । କଂପାନିରେ ମଧ୍ୟ ପତି ପତ୍ନୀ ନିଯୁକ୍ତି ସୁବିଧା ପ୍ରଦାନ କରିଛି । କର୍ମଚାରୀମାନେ ବୃତିଗତ କ୍ଷେତ୍ର ତଥା ବ୍ୟକ୍ତିଗତ କ୍ଷେତ୍ରରେ ସମୃଦ୍ଧ ହେବା ଲାଗି ପରିବେଶ ମାନଦଣ୍ଡ ଅନୁଯାୟୀ ଏହା କର୍ମଚାରୀଙ୍କୁ ସ୍ୱତନ୍ତ୍ର ସୁବିଧାମାନ ଯୋଗାଇ ଦେଉଛି ।

କର୍ମଚାରୀଙ୍କ ପାଲାମାନଙ୍କ ପାଇଁ କଂପାନିର ପରିସରରେ ଓ ଟାଉନସିପରେ ଡେ କେୟାର ସେଂଟର, କ୍ରେଚ, ବିଦ୍ୟାଳୟ, କେଳ ପଡ଼ିଆ, ପାଠାଗାର ସୁବିଧା ରହିଛି । ବେଦାନ୍ତ ପରିଚାଳିତ ସ୍କୁଲ ଗୁଡ଼ିକର ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳୁଛି । ଲାଂଜିଗଡ଼ରେ ଥିବା ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ ଆର୍ଥିକ ବର୍ଷ ୨୩ରେ ବିଦ୍ୟାଳୟର ଟପରମାନେ ଯଥାକ୍ରମେ ଦଶମ ଓ ଦ୍ୱାଦଶ ମାନଦଣ୍ଡରେ ୯୭% ଓ ୯୨.୬% ମାର୍କ ରଖିଛନ୍ତି । ଏହା ବ୍ୟତୀତ ବିଦ୍ୟାଳୟରେ କରାଟେ, ତୀରନ୍ଦାଜ ଖେଳ ପ୍ରତି ପ୍ରୋତ୍ସାହନ ସହ ସଉରା କଳା ସଂସ୍କୃତିର ବିସ୍ତାର ପାଇଁ କଂପାନି ଶିକ୍ଷା ବ୍ୟବସ୍ଥା ଯୋଗାଉଛି । କଂପାନି ପିଲାମାନଙ୍କ ପାଇଁ ଗ୍ରାଷ୍ମକାଳୀନ କ୍ରୀଡ଼ା ଶିବିର ଆୟୋଜନ କରିଥାଏ ଓ ଏଥିରେ ୫୦୦ରୁ ଅଧିକ ପିଲା ଯୋଗଦାନ କରିଥାନ୍ତି । ଏହା ବ୍ୟତୀତ ପିଲାମାନଙ୍କୁ ମଧ୍ୟ ଦକ୍ଷତା ଜ୍ଞାନ କୌଶଳ ଉପରେ ଶିକ୍ଷା ଦିଆଯାଇଥାଏ ।

ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସରରେ ଡାକ୍ତରଖାନା ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରିଥାଏ । ସଂପ୍ରତି ଟାଉନସିପ ମଧ୍ୟରେ ଏକ ପୁର୍ନବାସ କେନ୍ଦ୍ର ପ୍ରତିଷ୍ଠା କରିଛି ଯାହା ସମସ୍ୟା ଥିବା ପିଲାମାନଙ୍କୁ ସେବା ଯତ୍ନ ଯୋଗାଇଥାଏ । ଏହାର ଚିକିତ୍ସା କେନ୍ଦ୍ର ଗୁଡ଼ିକ ସଂପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ହବ ଭାବେ ଉଭା ହୋଇଛି ପ୍ରତିବର୍ଷ ୬୦୦୦୦ରୁ ଅଧିକ ରୋଗୀ ଏଠାକୁ ଚିତ୍କିତ୍ସା ପାଇଁ ଆସିଥାନ୍ତି ।

ମାନବ ପୁଞ୍ଜିକୁ ଏହାର ସବୁଠାରୁ ବଡ଼ ସଂପଦ ବୋଲି ବିବେଚନା କରି ବେଦାନ୍ତ ଆଲୁମିନିୟମ ପିତାମାତାଙ୍କୁ ସମର୍ଥନ କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛି । କଂପାନିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ସହିତ ଶିଶୁ ଯତ୍ନ ପାଇଁ ନମନୀୟ କାର୍ଯ୍ୟ କାର୍ଯ୍ୟ ସମୟ ସୁବିଧା ଓ କ୍ରେଚ ପରି ସୁବିଧା ସୁନିଶ୍ଚିତ କରୁଛି ।

ଏହି ପଦକ୍ଷେପ ଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ସୁନିଲ ଗୁପ୍ତା, ସିଓଓ ବେଦାନ୍ତ ଲିମିଟେଡ- ଆଲୁମିନିୟମ ବିଜିନେସ କହିଛନ୍ତିଯେ- ବିଶ୍ୱ ପିତାମାତା ଦିବସ ଅବସରରେ ଆମେ ପିତାମାତାଙ୍କୁ ଗୁରୁତ୍ୱ ଦେଉଛୁ । ପିତାମାତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ଆମେ କର୍ମକ୍ଷେତ୍ରରେ ମଧ୍ୟ ଏହାକୁ ପାଳନ ଓ ସମର୍ଥନ କରିବା ଉଚିତ । ଏଥିପାଇଁ ଆମେ ଏକ ସହାୟକ ଇକୋ ସିଷ୍ଟମ ରଖିଛୁ । ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରୁଛୁ । ବାଲକୋର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କହିଛନ୍ତିଯେ ଆମେ ଏକ ପରିବଶେ ସୃଷ୍ଟି କରିଛୁ ଯେଉଁଠାରେ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରି କର୍ଯ୍ୟଭାରକୁ ଅଧିକ ଉତ୍ସାହିତ କରି କାର୍ଯ୍ୟ ସନ୍ତୁଳନତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ ।

ସଂପ୍ରତି ଆନ୍ତର୍ଜାତୀୟ ପରିବାର ଦିବସ ମେ ୧୫ରେ ପାଳନ କରାଯାଇଥିବା ଗର୍ବିତ ପରିବାର ପଦକ୍ଷେପ ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ରେ ଶହ ଶହ କର୍ମଚାରୀ ପରିବାର ସମ୍ମିଳନୀ ଆୟୋଜିତ ହୋଇଥିଲା ଝାରସୁଗୁଡ଼ାର ପ୍ଲାଂଟକୁ ଏହି ସବୁ ପରିବାର ସଦସ୍ୟମାନେ ବୁଲି ଦେଖିପାରିବେ ଓ ସୁବିଧା ଗୁଡ଼ିକୁ ଅନୁଭବ କରିପାରିବେ । ଏହି ପ୍ରୟାସକୁ କଂପାନି କାର୍ଯ୍ୟ କରିବାକୁ ଏକ ମହାନ ସ୍ଥାନ ଭାବରେ ସ୍ୱୀକୃତି ଦେଇଛି । କଂପାନିର ଏହୀ କର୍ମଚାରୀ ହୀତୈଷୀ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ାକୁ ୬ ଥର ଓ ବାଲକୋକୁ ୪ଥର ପ୍ରମାଣପତ୍ର ମିଳିଛି ।

Leave a Reply

Your email address will not be published. Required fields are marked *