ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ସଉରା କଳାକୁ ପୁନର୍ଜୀବିତ କରି ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିଛି

ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍‌: ବେଦାନ୍ତ ଲାଞ୍ଜିଗଡ଼, ଭାରତର ସ୍ମେଲଟର ଗ୍ରେଡ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ ଗୋଷ୍ଠୀର ନିରନ୍ତର ଜୀବିକା ପାଇଁ ସମର୍ପିତ । ଏହାର ପ୍ରଭାବଶାଳୀ ପଦକ୍ଷେପ ଗୁଡ଼ିକ ମଧ୍ୟରେ ପ୍ରକଳ୍ପ ଆଦିକଳା କଳାହାଣ୍ଡିର ସମୃଦ୍ଧ କଳା ଓ ସାଂସ୍କୃତିକ ଐତିହ୍ୟକୁ ପୁନର୍ଜୀବିତ ଓ ସଂରକ୍ଷଣ କରିବା ପାଇଁ ଏକ ସୃଜନଶୀଳ ପ୍ରୟାସ । ଏହି ପଦକ୍ଷେପରେ ନିଆରା ଆଦିବାସୀ ପରଂପରା, କଳାକୃତି ତଥା ରଙ୍ଗୀନ ଶୈଳୀ ଓ ଚିତ୍ରଗୁଡ଼ିକ ପ୍ରତିପାଦିତ ହୋଇଥାଏ । ଏଥି ମଧ୍ୟରୁ ଢୋକ୍ରା ଏକ ଉନ୍ନତ ଧାତୁ ଶିଳ୍ପ କୌଶଳ ଅନ୍ୟତମ ।

୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ଆଦିକଳା ସରକାରଙ୍କ ସହଯୋଗରେ ଗ୍ରାମୀଣ ଗୋଷ୍ଠୀର ଯୁବକ ଯୁବତୀଙ୍କୁ ସହାୟତା କରିବା ଲାଗି ଆରମ୍ଭ କରାଯାଇଥିଲା । ଯେଉଁମାନେ ଅଧାରୁ ପାଠପଢା ଛାଡ଼ି ଜୀବିକା ଅନ୍ୱେଷଣରେ ଥିଲେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଆଣି ଦେବା ଲାଗି ଏହି ଶିଳ୍ପ ପ୍ରତି ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା । କାରୀଗର ଗୋଷ୍ଠୀ ସୃଷ୍ଟିକରି ପ୍ରକଳ୍ପ ବଜାର ଲିଙ୍କେଜ ଜରୀଆରେ କାରବାର ଖର୍ଚ୍ଚ କମ କରାଯାଇପାରିଛି ଓ ପ୍ରତିଯୋଗୀମୂଲ୍ୟରେ ସାମଗ୍ରୀ ବିକ୍ରି କରାଯାଉଛି । ଅନଲାଇନରେ ୩୦୦ରୁ ଅଧିକ ଡିଜାଇନ ଉପଲବ୍ଧ ହେଉଥିବାରୁ ଏହି ପ୍ରକଳ୍ପ ଅନେକ ଆନ୍ତର୍ଜାତୀୟ ତଥା ଜାତୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ପ୍ରଶଂସା ଓ ସ୍ୱୀକୃତି ଲାଭ କରିଛି ।

ଦକ୍ଷିଣ ଓଡ଼ିଶାର ଆଦିବାସୀଙ୍କ ଦ୍ୱାରା ଏହି ପ୍ରକଳ୍ପ ଆଦିକଳା ସଉରା କଳାକାରଙ୍କୁ ବିଭିନ୍ନ ପ୍ରକାରର ଉତ୍ପାଦ ଓ କଳାକୃତି ଉତ୍ପାଦନ ପାଇଁ ଉତ୍ସାହିତ କରୁଛି । ଏହି ପ୍ରକଳ୍ପର ମଣ୍ଡଳ, ଧୋକ୍ରା ଓ ମୂର୍ତି ଚିତ୍ର ସହ ସଉରା କଳାର ମିଶ୍ରଣ ପ୍ରବର୍ତିତ ହୋଇଛି । ଏହାର କଳାକାରଙ୍କ ମାସିକ ହାରାହାରି ଆୟର ୫୦% ବୃଦ୍ଧି ଘଟି ୨୦୦ରୁ ଅଧିକ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ।

ଏହି ପଦକ୍ଷେପ ସଂପର୍କରେ ମତ ଦେଇ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସିଇଓ- ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ ଆମେ କାର୍ଯ୍ୟ କରୁଥିବା ଅଂଚଳର ଯୁବ ପୀଢିଙ୍କୁ ଉତ୍ସାହିତ କରି ସେମାନଙ୍କ ଉତରାଧିକରୀ କଳା ଫର୍ମକୁ ପ୍ରୋତ୍ସାହିତ କରିବା ହେଉଛି ଏକ ଜୀବନ୍ତ ସମୃଦ୍ଧ ଐତିହ୍ୟକୁ ପୂନର୍ଜୀବିତ କରିବା । ଆମେ ଏହି କଳାର କାରିଗରମାନଙ୍କୁ ସମର୍ଥନ କରି ସେମାନଙ୍କ ସାମାଜିକ ଅର୍ଥନୈତିକ ସମୃଦ୍ଧି ସହିତ ଦେଶର କଳା ସଂସ୍କୃତି ସୁରକ୍ଷା ସୃଷ୍ଟି କରୁଛୁ ।

ଦୀପିକା ଦଣ୍ଡସେନା ବେଦାନ୍ତର ଏହି ମହତ ପଦକ୍ଷେପ ସଂପର୍କରେ ମତ ଦେଇ କହିଛନ୍ତି ଯେ ଯୁବପୀଢିଙ୍କ ମଧ୍ୟରେ ଆମର ପ୍ରାଚୀନ କଳାକୁ ନୂଆ ରୂପ ଦେବାରେ ବେଦାନ୍ତର ଉତ୍ସାହକୁ ମୁଁ କୃତଜ୍ଞତା ଜଣାଉଛି । ଆଜି ମୁଁ ଏହି କେବଳ ଏହି ପ୍ରକଳ୍ପର ଅଂଶ ନୁର୍ହେ ବରଂ ଏହା ମାଧ୍ୟମରେ ମୋର କାର୍ଯ୍ୟ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ଫୋରମରେ ସ୍ୱୀକୃତି ପାଇଛି । ବେଦାନ୍ତର ନିରନ୍ତର ସମର୍ଥନ ପାଇଁ ମୁଁ କୃତଜ୍ଞ ।

ଦୀପିକାଙ୍କ ବ୍ୟତୀତ ଏହିପରି ବହୁ ମହିଳା ଆଦିକଳା ପ୍ରକଳ୍ପରେ ଯୋଗ ଦେଇ ସିଲେଇ, ଏମ୍ବ୍ରୋଡୋରୀ ଭଳି ସୃଜନଶୀଳ ଦକ୍ଷତା ମାଧ୍ୟମରେ ବିଭିନ୍ନ ଡିଜାଇନ ଓ କଳା ଫର୍ମକୁ ଏକତ୍ର କରି ନିଜର ଅଭିବୃଦ୍ଧି କରିପାରିଛନ୍ତି ।
ବେଦାନ୍ତ ଲାଞ୍ଜିଗଡ଼ର ସାମାଜିକ ପ୍ରକଳ୍ପରେ ସ୍ଥାୟୀ ଜୀବିକା, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ ଏବଂ ଗୋଷ୍ଠୀ ଭିତିଭୂମି କ୍ଷେତ୍ରରେ ବହୁ ପ୍ରୟାସ ଅନ୍ତର୍ଭୁକ୍ତ । ଏହି ପଦକ୍ଷେପ ୬୭ଟି ଗାଁରେ ପହଁଚିଛି । ୩୭୮ ଏସଏଚଜି ଜରୀଆରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତିକରଣ, ବାର୍ଷିକ ୬୦,୦୦୦ ଲୋକଙ୍କୁ ଗୁଣମାନର ସ୍ୱାସ୍ଥ୍ୟସେବା ଯୋଗାଇବା, ଲାଞ୍ଜିଗଡ଼ର ଡିଏଭି ସ୍କୁଲ ମାଧ୍ୟମରେ ଶିଶୁଙ୍କୁ ଉପଯୁକ୍ତ ଶିକ୍ଷା, ୪୦୦୦ରୁ ଅଧିକ ଶିଶୁ ଓ ୮୦୦ ମହିଳାଙ୍କୁ ସହାୟତା କରିବାରେ ୨୦୦ରୁ ଅଧିକ ଅତ୍ୟାଧୁନିକ ନନ୍ଦଘର ସହାୟତା ପ୍ରଦାନ କରୁଛି । ସେହିପରି ୨୦୦ରୁ ଅଧିକ ଯୁବକ କ୍ରୀଡ଼ା କ୍ଷେତ୍ରରେ ନିଜକୁ ଦକ୍ଷ କରାଇପାରିଛନ୍ତି ।

Leave a Reply

Your email address will not be published. Required fields are marked *