ବେଦାନ୍ତ ଆଲୁମିନିୟମ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ଉପରେ ତୃଣମୂଳ ସ୍ତରରେ ସଚେତନତା

ଭୁବନେଶ୍ୱର, ୧ ଜୁନ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ସଚେତନତା ଉପରେ ତୃଣମୂଳ ସ୍ତରରେ ବହୁତ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି । ମାସିକ ଋତୁସ୍ରାବ ସମୟର ସମସ୍ୟାକୁ ହ୍ରାସ କରିବା ଓ ଗୋଷ୍ଠୀକୁ ସ୍ୱାସ୍ଥ୍ୟ ଓ ସୁସ୍ଥତା ଉପରେ ସୂଚନା ଦେବାଲାଗି ଏହା ଗୁରୁତ୍ୱ ଦେଇଛି ।
ମାସିକ ଋତୁସ୍ରାବ ସଂପର୍କିତ ସୁସ୍ଥତା ଓ ପରିଛନ୍ନତା ଗ୍ରାମାଂଚଳରେ ଏକ ଅବହେଳିତ ବିଷୟ । ଏହା ଦ୍ୱାରା ଅନେକଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଛି । ଏହାର ଜବାବରେ ବେଦାନ୍ତ ଆଲୁମିନିୟମ ସମସ୍ୟାର ସମାଧାନ ପାଇଁ ସଚେତନତା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ଆୟୋଜିତ କରିଛି ।
କମ୍ପାନିର କାର୍ଯ୍ୟପରିସର ଝାରସଗୁଡ଼ାର ଆଲୁମିନିୟମ କାରଖାନା ଓ ଲାଂଜିଗଡ଼ର ଆଲୁମିନା ରିଫାଇନାରୀ ସହିତ ବାଲକୋ କୋରବାରେ ଅବସ୍ଥିତ ଆଇକନିକ ଆଲୁମିନିୟମ କାରଖାନା ପରିସରକୁ ଅର୍ନ୍ତଭୁକ୍ତ କରାଯାଇଛି ।
ମାସିକ ଋତୁସ୍ରାବକାଳୀନ ପରିଛନ୍ନତା ସପ୍ତାହ ପାଳନ ଅବସରରେ କଂପାନି ବାଲକୋରେ ଏହି ସଚେତନତା ନୟୀ କରଣ ଅଧିନରେ ଆୟୋଜିତ କରିଥିଲା । ଏଥିରେ ପପେଟ ଥିଏଟର ଠାରୁ ଆରମ୍ଭ କରି ସାମାଜିକ ଡକୁମେଂଟାରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚଳଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଗଣମାଧ୍ୟମ ପ୍ରଦର୍ଶିତ ହୋଇଥିଲା । ବାଲକୋର କର୍ମଚାରୀମାନେ ସ୍ୱେଛାକୃତ ଭାବରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଂଶ ଭାବରେ ପୁନଃବ୍ୟବହାର ଯୋଗ୍ୟ ପ୍ୟାଡ ସିଲାଇ କରିବାରେ ଗୋଷ୍ଠୀ ସଦସ୍ୟଙ୍କ ସହ ଯୋଗଦାନ କରିଥିଲେ ଯାହାକୁ ପରେ ଗରିବ ମହିଳା ଓ କିଶୋରୀଙ୍କ ମଧ୍ୟରେ ବଂଟନ କରାଯାଇଥିଲା ।
ଏକ ନିରାପଦ ସ୍ଥାନ ଅଭିଯାନ ଦ୍ୱାରା ଏହାକୁ ସମର୍ଥନ କରାଯାଇଥିଲା, ଯେଉଁଠାରେ କମ୍ପାନି ଋୁତୁସ୍ରାବ ସ୍ୱାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ପରିୟଡ଼ ଉତ୍ପାଦ ବିକ୍ରି କରୁଥିବା ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ସହ ସହଭାଗୀ ହୋଇଥିଲା । ସେମାନଙ୍କ ବ୍ୟବସାୟ ସ୍ଥଳରେ ଏକ ସୁଦୃଶ୍ୟ ପୋଷ୍ଟର ଓ ଷ୍ଟିକର ରଖି ଲୋକମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲା । ୧୫୦୦ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ ।
କମ୍ପାନି ମଧ୍ୟ ଝାରସୁଗୁଡ଼ା ଓ କୋରାପୁଟର ବିଭିନ୍ନ ଅଙ୍ଗନବାଡ଼ି ସହିତ ସହଯୋଗ କରି ମାସିକ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ସଚେତନତା ଓ ୱଛତା ଉପରେ ଅଧିବଶେନ ଆୟୋଜନ କରିଥିଲା । କର୍ମଚାରୀମାନେ ସ୍ୱେଛାମୂଳକ ଭାବରେ ଡାକ୍ତରୀ କର୍ମଚାରୀଙ୍କୁ ସହଯୋଗ କରିଥିଲେ । ଗୋଷ୍ଠୀର ମହିଳାମାନଙ୍କୁ ସାନିଟ।।ରୀ ନାପକିନ ବଂଟନ କରାଯାଇଥିଲା । ଅଧିବେଶନରେ ନୁକଡ଼ ନାଟକ ପରିବେଷଣ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ୟାଡ ଗାର୍ଲ କୁହାଯାଉଥିବା ଶ୍ରୀମତୀ ପାୟଲ ପଟେଲଙ୍କ ନେତୃତ୍ୱରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ଏଥିରେ ପାରଂପାରିକ ଖେଳ ପୁଚି ପ୍ରଦର୍ଶନ ମଧ୍ୟ ହୋଇଥିଲା । ପରେ ଅଂଶଗ୍ରହଣକାରୀଙ୍କୁ କପଡ଼ା ପ୍ୟାଡ ବଂଟନ କରାଯାଇଥିଲା । ଏହି ପ୍ରୟାସରେ ଲାଂଜିଗଡ଼ର ୮ଟି ଗାଁର ୩୫୦ ମହିଳା ଉପକୃତ ହୋଇଥିଲେ ।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମ୍ୟ ଭିତିଭୂମି, କ୍ରୀଡ଼ା ଓ ସଂସ୍କୃତିର ପ୍ରସାର ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହା କାର୍ଯ୍ୟ ପରିସରରେ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଗୁଡ଼ିକୁ ପରିଚାଳନା କରୁଛି ଯେପରିକି କୋରବା ସ୍ଥିତ ବାଲକୋ ହସପିଟାଲ ଓ ଝାରସଗୁଡ଼ାର ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଂଟର । ଏହା ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । କଂପାନିର ମୋବାଇଲ ହେଲଥ ୟୁନିଟ ଜରୀଆରେ ଗ୍ରାମାଂଚଳର ଲୋକମାନେ ମୌଳିକ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣକାରୀ ସଂସ୍ଥା ଓ ଗୋଷ୍ଠୀ ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନେତିକ ପରିବର୍ତନକୁ ସକ୍ରିୟ ଭାବରେ ପରିଚାଳନା କରୁଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।